ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ
ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ (ଜନ୍ମ: ୨୯ ନଭେମ୍ବର ୧୯୭୧), ଯିଏ ଲୋକପ୍ରିୟ ଭାବେ ନୟାଗଡ଼ର ରାଜମାତା ଭାବେ ଜଣାଶୁଣା, ଜଣେ ଭାରତୀୟ ରାଜନୀତିଜ୍ଞ ଓ ସେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳର ସଦସ୍ୟା[୧] । ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀର ଓ ପୂର୍ବତନ ସାଂସଦ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପତ୍ନୀ ।[୨]
ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ | |
---|---|
ସାସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୧୯ ଅକ୍ଟୋବର ୨୦୧୪ – ୨୦୧୯ | |
ପୂର୍ବ ଅଧିକାରୀ | ହେମେନ୍ଦ୍ର ଚନ୍ଦ୍ର ସିଂହ |
ପର ଅଧିକାରୀ | ଅଚ୍ୟୁତ ସାମନ୍ତ |
ନିର୍ବାଚନ ମଣ୍ଡଳୀ | କନ୍ଧମାଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୯ ନଭେମ୍ବର ୧୯୭୧ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ |
ଜୀବନ ସାଥୀ | ହେମେନ୍ଦ୍ର ଚନ୍ଦ୍ର ସିଂହ |
ଘର | ଓଡ଼ିଶା |
ଶିକ୍ଷାନୁଷ୍ଠାନ | ସୋଫିଆ ବାଳିକା ମହାବିଦ୍ୟାଳୟ, ଆଜମେର, ରାଜସ୍ଥାନ |
ପେଷା | ରାଜନୀତିଜ୍ଞ, ସମାଜସେବୀ |
କମିଟି | Standing Committee M/O Defense
Consultative Committee M/O Environment, Forest and Climate Change Member Coffee Board |
ଆଦ୍ୟ ଜୀବନ
ସମ୍ପାଦନାସେ ଝାଡ଼ଖଣ୍ଡର ରାଞ୍ଚିଠାରେ ଜନ୍ମ ହୋଇଥିଲେ[୩] । ରାଜସ୍ଥାନର ଆଜମେରଠାରେ ସୋଫିଆ ବାଳିକା ମହାବିଦ୍ୟାଳୟ[୪] (ମହର୍ଷି ଦୟାନନ୍ଦ ସରସ୍ୱତୀ ମହାବିଦ୍ୟାଳୟ)ରୁ ୧୯୯୫ରେ କଳାରେ ସ୍ନାତ୍ତକ[୫], ହସ୍ତତସ୍ତ ଓ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଡିପ୍ଲୋମା ଲାଭ କରିଛନ୍ତି ।[୩]
ରାଜନୈତିକ ଜୀବନ
ସମ୍ପାଦନାଅକ୍ଟୋବର ୨୦୧୪ରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ନଭେମ୍ବର ୨୦୧୪ଠାରୁ ସେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର କନସଲଟେଟିଭ୍ କମିଟିର ସଭ୍ୟ ଥିଲେ ।[୩] ୨୦୧୯ ମସିହାରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୬]
ଆଧାର
ସମ୍ପାଦନା- ↑ "Interview with Mrs. Pratyusha Rajeshwari Singh". Archived from the original on 28 December 2017. Retrieved 21 February 2018.
- ↑ "BJD candidate Pratyusha Rajeswari wins Odisha Lok Sabha bypoll". The Economic Times. 19 October 2014.
- ↑ ୩.୦ ୩.୧ ୩.୨ ୩.୩ "Pratyusha Rajeshwari Singh". Retrieved 21 February 2018.
- ↑ "Pratyusha Rajeshwari Singh". Retrieved 21 February 2018.
- ↑ "Educational Details". Retrieved 21 February 2018.
- ↑ "ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ". ETV Bharat News. 6 September 2022. Archived from the original on 5 September 2023. Retrieved 5 September 2023.