ରିଫିଡିଂ ସିଣ୍ଡ୍ରୋମ

ରିଫିଡିଂ ସିଣ୍ଡ୍ରୋମ ହେଉଛି ଏକ ଅବସ୍ଥା ଯାହା ଦୀର୍ଘ ସମୟର ଅନାହାର ପରେ ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇଲେ ଘଟିପାର

ରିଫିଡିଂ ସିଣ୍ଡ୍ରୋମ ହେଉଛି ଏକ ଅବସ୍ଥା ଯାହା ଦୀର୍ଘ ସମୟର ଅନାହାର ପରେ ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇଲେ ଘଟିପାରେ | [] ଏହା କେବଳ ଶିରାଭ୍ୟନ୍ତର ପୋଷକ ନେଉଥିବା ବ୍ୟକ୍ତିର ମଧ୍ୟ ହୋଇପାରେ | [] ଏହା ରୋଗରେ ହାଇପୋଫସଫେଟେମିଆ, ମ୍ୟାଗ୍ନେସିୟମ୍ ଅଭାବ, ହାଇପୋକାଲେମିଆ ଏବଂ କମ୍ ଥିଆମିନ ଦେହରେ ଥାଏ । [] ଏହା ଫଳରେ ଦୁର୍ବଳତା, କମ୍ ଶ୍ୱାସକ୍ରିୟା, ସମନ୍ୱୟ ଅଭାବ, ଦ୍ୱନ୍ଦ୍ୱ, ବାତ ଏବଂ ଅନିୟମିତ ହୃତ୍‌ପିଣ୍ଡ ଗତି ହୋଇପାରେ | []

Starvation from one month in a Viet Cong prison camp in 1966.
ବିଭାଗGastroenterology
ଲକ୍ଷଣWeakness, decreased breathing, poor coordination, confusion, seizures, heart arrythmias[]
ବିପଦ କାରକEating disorders, alcoholism, post surgery, chronic malnutrition, bariatric surgery, inflammatory bowel disease[]
ରୋଗ ନିର୍ଣ୍ଣୟ ପଦ୍ଧତିBased on history and blood tests after ruling out other possible causes[]
ଚିକିତ୍ସାGradual reintroduction of calories, vitamin and mineral supplements[]
ପୁନଃପୌନିକUnclear[]

ବିପଦ କାରକଗୁଡ଼ିକ ମଧ୍ୟରେ ଖାଇବା ବେମାରୀ, ମଦ୍ୟପାନ, ଅସ୍ତ୍ରୋପଚାର ପରବର୍ତ୍ତୀ ସମୟ, କ୍ରନିକ୍ ପୁଷ୍ଟିହୀନତା, ବାରିଆଟ୍ରିକ ଅସ୍ତ୍ରୋପଚାର ଏବଂ ପ୍ରଦାହଜନ‌କ ଅନ୍ତନଳୀ ରୋଗ ଥାଇପାରେ । [] ଅନ୍ତର୍ନିହିତ ପ୍ରଣାଳୀରେ ରକ୍ତରେ ଶର୍କରା ବୃଦ୍ଧି ଯୋଗୁ ଇନସୁଲିନ କ୍ଷରଣ ଅଧିକ ହେବା ଫଳରେ ଜୀବକୋଷ ଅଧିକ ପୋଟାସିଅମ ଓ ଫସଫେଟ ଗ୍ରହଣ କରେ । [] ରକ୍ତରେ ଫସଫେଟ, ପୋଟାସିଏମ ଓ ମାଗନେସିଅମ ସ୍ତର ହ୍ରାସ ଉପରେ ରୋଗ ନିର୍ଣ୍ଣୟ କରାଯାଏ। [] ସାମାନ୍ୟ ରୋଗରେ ୧୦ରୁ ୨୦%, ମଧ୍ୟମ ରୋଗରେ ୨୦ରୁ ୩୦% ହ୍ରାସ, ଏବଂ ଗୁରୁତର ରୋଗରେ ୩୦%ରୁ ଅଧିକ ହ୍ରାସ ହୋଇଥାଏ | []

ଏହାର ଚିକିତ୍ସାରେ କ୍ୟାଲୋରୀ ସ୍ତରର ଧୀରେ ଧୀରେ ଉନ୍ନତି କରିବାକୁ ଚେଷ୍ଟା କରାଯାଏ | [] ପ୍ରଥମ ୨୪ ଘଣ୍ଟା ମଧ୍ୟରେ ୧୦ରୁ ୨୦ କିକାଲ/କେଜି କିମ୍ବା ବ୍ୟକ୍ତିଙ୍କ ଶକ୍ତି ଆବଶ୍ୟକତାର ଅଧାରୁ ଅଧିକ ନ ଦେବାକୁ ସୁପାରିଶ କରାଯାଏ | [] [] ଥାୟାମିନ‌ଯୁକ୍ତ ଖାଦ୍ୟ ଶୀଘ୍ର ଦିଆଯିବା ଉଚିତ୍ | [] ପୋଟାସିୟମ୍, ଫସଫେଟ୍, କ୍ୟାଲସିୟମ୍, ଏବଂ ମ୍ୟାଗ୍ନେସିୟମ୍ ଇତ୍ୟାଏ ଦେବାକୁ ମଧ୍ୟ ସୁପାରିଶ କରାଯାଏ | [] ପ୍ରାରମ୍ଭରେ ପ୍ରତି ୧୨ ଘଣ୍ଟାରେ ଇଲେକ୍ଟ୍ରୋଲାଇଟ୍ ମାପ କରାଯିବା ଉଚିତ୍ | []

ରିଫିଡିଂ ସିଣ୍ଡ୍ରୋମର ଫ୍ରିକ୍ୱେନ୍ସି ବା ଆବୃତ୍ତି ଅସ୍ପଷ୍ଟ | [] ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ୦.୫%ରୁ ୧୮% ହାର ରହିଛି। [] ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହାର ଆଧୁନିକ ବର୍ଣ୍ଣନା କରାଯାଇଛି | [] ଦୁର୍ଭିକ୍ଷ ପରବର୍ତ୍ତୀ ସମୟରେ ଅଧିକ ଖାଇବା ପରେ ମରିଯାଉଥିବା ଲୋକଙ୍କ ଅନେକ ବର୍ଣ୍ଣନା ଇତିହାସରେ ଲିପିବଦ୍ଧ ଅଛି | [] []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Persaud-Sharma, D; Saha, S; Trippensee, AW (January 2021). "Refeeding Syndrome". PMID 33232094. {{cite journal}}: Cite journal requires |journal= (help)
  2. Mehanna HM, Moledina J, Travis J (June 2008). "Refeeding syndrome: what it is, and how to prevent and treat it". BMJ. 336 (7659): 1495–8. doi:10.1136/bmj.a301. PMC 2440847. PMID 18583681.
  3. Mehanna HM, Moledina J, Travis J (June 2008). "Refeeding syndrome: what it is, and how to prevent and treat it". BMJ. 336 (7659): 1495–8. doi:10.1136/bmj.a301. PMC 2440847. PMID 18583681.
  4. "Refeeding Syndrome in Historical Perspective: Its First Description by Rodulfus Glaber (1033)" (PDF). AJBSR. January 7 2021. doi:10.34297/AJBSR.2021.11.001644. Retrieved 7 March 2021. {{cite journal}}: Check date values in: |date= (help)
  5. De Santo, Natale G; Bisaccia, Carmela; Phillips, Malcolm E; De Santo, Luca S (11 December 2020). "Refeeding syndrome as described in 1507 by Antonio Benivieni in Florence". Nephrology Dialysis Transplantation. doi:10.1093/ndt/gfaa295. PMID 33313827.