ମାଗନେସିଅମ ଅଭାବ
ମାଗନେସିଅମ ଅଭାବ (ଇଂରାଜୀ ଭାଷାରେ Magnesium deficiency) ଏକ ଇଲେକ୍ଟ୍ରୋଲାଇଟ ଗୋଳମାଳ (electrolyte disturbance) ଯେଉଁଥିରେ ଶରୀରରେ ଥିବା ମାଗନେସିଅମ ମାତ୍ରା କମ୍ ଥାଏ । ଏହା ଫଳରେ ଅନେକ ଲକ୍ଷଣ ମିଳେ ।[୩] କମ୍ପନ (Tremor), ଦରିଦ୍ର ଶାରୀରିକ ନିୟନ୍ତ୍ରଣ, ମାଂସପେଶୀ ସ୍ପାଜ୍ମ , ଅରୁଚି, ବ୍ୟକ୍ତିତ୍ୱ ପରିବର୍ତ୍ତନ ଓ ନିସ୍ଟାଗମସ (nystagmus) ଆଦି ଲକ୍ଷଣ ଦେଖାଯାଏ ।[୧][୨] ଜଟିଳ ରୋଗ ହେଲେ ବାତ (Seizures, ହୃଦ୍ପାତ (torsade de pointes), ସ୍ୱଳ୍ପ ପୋଟାସିଅମ (low potassium) ଲକ୍ଷଣମାନ ଦେଖାଯାଏ ।[୧] ସ୍ୱଳ୍ପ ମାଗନେସିଅମ ଥିବା ରୋଗୀର ପ୍ରାୟ ଅଳ୍ପ ପୋଟାସିଅମ (low potassium) ଥାଏ ।[୧]
ମାଗନେସିଅମ ଅଭାବ (Magnesium deficiency) | |
---|---|
ହାଇପୋମାଗନେସିଆ (Hypomagnesia), ହାଇପୋମାଗନେସେମିଆ (hypomagnesemia) | |
ବିଭାଗ | ଅନ୍ତସ୍ରାବୀ ବିଜ୍ଞାନ (Endocrinology) |
ଲକ୍ଷଣ | କମ୍ପନ (Tremor), ଦରିଦ୍ର ଶାରୀରିକ ନିୟନ୍ତ୍ରଣ, ନିସ୍ଟାଗମସ (nystagmus), ବାତ (seizures).[୧] |
କାରଣ | ମଦ୍ୟାତ୍ୟୟ, ଅନଶନ, ତରଳ ଝାଡ଼ା, ଅଧିକ ମୂତ୍ର ହାନୀ (urinary loss), କୁଅବଶୋଷଣ (poor absorption from the intestines), କେତେକ ଔଷଧ[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତରେ ମାଗନେସିଅମ ମାତ୍ରା < ୦.୬ ମିମୋଲ/ଲି (୧.୪୬ ମିଗ୍ରା/ଡେଲି)[୧] |
ଚିକିତ୍ସା | ମାଗନେସିଅମ ଲବଣ (Magnesium salts)[୨] |
ପୁନଃପୌନିକ | ଅପେକ୍ଷକୃତ ସାଧାରଣ (ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀ)[୨] |
ମଦ୍ୟାତ୍ୟୟ, ଅନଶନ, ତରଳ ଝାଡ଼ା, ଅଧିକ ମୂତ୍ର ହାନୀ (urinary loss), କୁଅବଶୋଷଣ (poor absorption from the intestines), ମଧୁମେହ କେତେକ ଔଷଧ ଇତ୍ୟାଦି ବିବିଧ କାରଣ ଯୋଗୁ ଏହି ଅବସ୍ଥା ଉପୁଜେ ।[୧][୪] ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitors) ଓ ଫୁରୋସେମାଇଡ (furosemide) ଭଳି ଔଷଧ ଯୋଗୁ ମାଗନେସିଅମ ଅଭାବ ହୋଇପାରେ ।[୨] ରକ୍ତରେ ମାଗନେସିଅମ ସ୍ତର କମ୍ ଥିଲେ ଏହି ରୋଗ (ହାଇପୋମାଗନେସେମିଆ) ନିର୍ଣ୍ଣୟ କରାଯାଏ ।[୫] ସାଧାରଣତଃ ରକ୍ତରେ ମାଗନେସିଅମ ସ୍ତର ୦.୬-୧.୧ ମିମୋଲ/ଲି (୧.୪୬–୨.୬୮ ମିଗ୍ରା/ଡେଲି) ଥାଏ ଓ ରକ୍ତରେ ମାଗନେସିଅମ ମାତ୍ରା ୦.୬ ମିମୋଲ/ଲି (୧.୪୬ ମିଗ୍ରା/ଡେଲି)ରୁ କମ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ନିର୍ଦ୍ଦଷ୍ଟ ଇସିଜି (electrocardiogram/ ECG) ପରିବର୍ତ୍ତନ ଦେଖାଯାଏ ।[୧]
ଏହି ରୋଗ ଚିକିତ୍ସାରେ ପାଟିରେ ବା ଶିରାଭ୍ୟନ୍ତରରେ ମାଗନେସିଅମ (magnesium ଦିଆଯାଏ ।[୨] ସାଂଘାତିକ ଲକ୍ଷଣ ଥିଲେ ଶିରାଭ୍ୟନ୍ତର ମାଗନେସିଅମ ସଲଫେଟ (magnesium sulfate) ଦିଆଯାଏ ।[୧] ରୋଗୀର କ୍ୟାଲସିଅମ (low calcium) ବା ପୋଟାସିଅମ ମାତ୍ରା କମ୍ ଥିଲେ ତାହାର ଚିକିତ୍ସା ମଧ୍ୟ କରାଯାଏ ।[୨] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କର ଏହି ଅବସ୍ଥା ହେବା ସାଧାରଣତଃ ଦେଖାଯାଏ ।[୨]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. doi:10.1016/j.resuscitation.2010.08.015. PMID 20956045.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Hypomagnesemia". Merck Manuals Professional Edition. Retrieved 27 October 2018.
- ↑ "Definition of Magnesium Deficiency". MedicineNet.com. Archived from the original on 31 May 2014. Retrieved 31 May 2014.
- ↑ Gommers LM, Hoenderop JG, Bindels RJ, de Baaij JH (January 2016). "Hypomagnesemia in Type 2 Diabetes: A Vicious Circle?". Diabetes. 65 (1): 3–13. doi:10.2337/db15-1028. PMID 26696633.
- ↑ Goldman, Lee; Schafer, Andrew I. (2015). Goldman-Cecil Medicine E-Book (in ଇଂରାଜୀ). Elsevier Health Sciences. p. 775. ISBN 9780323322850.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Magnesium
- Magnesium at Lab Tests Online