ଖାଇବା ବେମାରୀ

(Eating disorderରୁ ଲେଉଟି ଆସିଛି)

ଖାଇବା ବେମାରୀ ଅନେକ ପ୍ରକାର ମାନସିକ ବେମାରୀର ସମଷ୍ଟି ଯେଉଁଥିରେ ଅସ୍ୱାଭାବିକ ଖାଦ୍ୟାଭ୍ୟାସ ଯୋଗୁ ମଣିଷର ଶାରୀରିକ ସ୍ୱାସ୍ଥ୍ୟମାନସିକ ସ୍ୱାସ୍ଥ୍ୟ ଖରାପ ହୁଏ । ସେହି ବେମାରୀମାନଙ୍କ ନାମ :- ବିଙ୍ଗେ ଖାଇବା ବେମାରୀ ଯେଉଁଥିରେ ଲୋକ ଅଳ୍ପ ସମୟରେ ବ‌ହୁତ ଖାଦ୍ୟ ଖାଏ, ଆନୋରେକସିଆ ନର୍ଭୋସା ଯେଉଁଥିରେ ଲୋକ ଅଳ୍ପ ଖାଆନ୍ତି ଓ ତାଙ୍କର ଓଜନ କମ ଥାଏ, ବୁଲିମିଆ ନର୍ଭୋସା ଯେଉଁଥିରେ ଲୋକ ବ‌ହୁତ ଖାଆନ୍ତି କିନ୍ତୁ ଖାଦ୍ୟ ବାହାର କରିବା ଉପାୟ କରନ୍ତି, ପିକା ବେମାରୀ ଯେଉଁଥିରେ ଅଖାଦ୍ୟ ଖାଆନ୍ତି, ରୁମିନେସନ ବେମାରୀ ଯେଉଁଥିରେ ଖାଦ୍ୟ ବାନ୍ତି କରିପକାନ୍ତି, ସୀମିତ ଖାଦ୍ୟ ଖାଇବା ବେମାରୀ ଯେଉଁଥିରେ ଖାଦ୍ୟ ଖାଇବାରେ ରୁଚି ନ ଥାଏ ଓ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଖାଇବା ବେମାରୀ । ଉତ୍କଣ୍ଠା ବେମାରୀ, ଅବସାଦପଦାର୍ଥ ଦୂରୁପ‌ଯୋଗ ଇତ୍ୟାଦି ସାଧାରଣତଃ ଖାଇବା ବେମାରୀମାନଙ୍କ ସ‌ହ ଏକତ୍ର ଦେଖାଯାଆନ୍ତି । ଏଥିରେ ମୋଟାପା ନ ଥାଏ । [୧]

ଖାଇବା ବେମାରୀ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPsychiatry
ଆଇସିଡ଼ି-୧୦F50.
ଆଇସିଡ଼ି-୯-ସିଏମ୍307.5
MeSHD001068

ଖାଇବା ବେମାରୀମାନଙ୍କ କାରଣ ସ୍ପଷ୍ଟ ହୋଇନାହିଁ । [୨] ଉଭୟ ପରିବେଶ ଓ ଜେନେଟିକ ଉପାଦାନର ଭୂମିକା ଥାଇପାରେ । [୨][୩] ପତଳା ଚେହେରା ରଖିବା ସଂସ୍କୃତିଯୋଗୁ ଏହା ହେବା ବିଶ୍ୱାସ କରାଯାଏ । [୨] ଖାଇବା ବେମାରୀ ପ୍ରାୟ ୧୨ % ନୃତ୍ୟଶିଳ୍ପିଙ୍କୁ ଆକ୍ରମଣ କରେ । [୪] ଯୌନ ଦୂରୁପ‌ଯୋଗ (sexual abuse) ଭୋଗ କରିଥିବା ଲୋକଙ୍କର ଏହି ରୋଗ ହେବା ସମ୍ଭାବନା ଅଧିକ ଥାଏ । [୫] ମାନସିକ ବିକଳାଙ୍ଗ ଲୋକଙ୍କର ପିକା ଓ ରୁମିନେସନ ବେମାରୀ ଅଧିକ ହୁଏ । ଥରକୁ ଗୋଟିଏ ଖାଇବା ରୋଗ ନିର୍ଣ୍ଣୟ କରିହୁଏ । [୧]

ଅନେକ ଖାଇବା ବେମାରୀ ନିମନ୍ତେ ଚିକିତ୍ସା ସଫଳ ହୁଏ । ସାଇକୋଥେରାପି, ଉପ‌ଯୁକ୍ତ ଖାଦ୍ୟ, ଖାଦ୍ୟ ନ ଖାଇବା ଚେଷ୍ଟାକୁ ପ୍ରତିହତ କରିବାକୁ ଉପଦେଶ ଦିଆଯାଏ । ଡାକ୍ତରଖାନା ଆଡମିସନ କ୍ୱଚିତ ଆବଶ୍ୟକ ହୁଏ । କେତେକ ଲକ୍ଷଣ ନିମନ୍ତେ ଔଷଧ ଦରକାର ହୁଏ । [୩] ପାଞ୍ଚ ବର୍ଷରେ ୭୦ % ଆନୋରେକସିଆ ଓ ୫୦ % ବୁଲିମିଆ ରୋଗୀ ଆରୋଗ୍ୟ ଲାଭ କରନ୍ତି । ବିଙ୍ଗେ ବେମାରୀରେ ୨୦ରୁ ୬୦ % ଉନ୍ନତି ଲାଭ କରନ୍ତି । ଆନୋରେକସିଆ ଓ ବୁଲିମିଆ ରୋଗଦ୍ୱୟରେ ମୃତ୍ୟୁ ସଙ୍କଟ ବଢ଼ିଯାଏ । [୬]

ବିକଶିତ ଦେଶରେ ପ୍ରତିବର୍ଷ ୧.୬% ମହିଳାଙ୍କୁ ଓ 0.୮% ପୁରୁଷଙ୍କୁ ବିଙ୍ଗେ ଖାଇବା ବେମାରୀ ହୁଏ । ଆନୋରେକସିଆ 0.୪% ଓ ବୁଲିମିଆ ୧.୩% ଯୁବତୀଙ୍କୁ ପ୍ରତିବର୍ଷ ଆକ୍ରମଣ କରେ । [୧] ସାରା ଜୀବନ‌କାଳ ମଧ୍ୟରେ୪ % ମହିଳାଙ୍କର ଆନୋରେକସିଆ, ୨ % ବୁଲିମିଆ ଓ ୨ % ବିଙ୍ଗେ ଖାଇବା ବେମାରୀ ହୁଏ । [୬] ମହିଳାଙ୍କୁ ପୁରୁଷଙ୍କ ଅପେକ୍ଷା ୧୦ ଗୁଣ ଅଧିକ ଆନୋରେକସିଆ ଓ ବୁଲିମିଆ ରୋଗ ହୁଏ । [୧] ଏହି ରୋଗ ପିଲା ବୟସର ଶେଷ ଭାଗରେ ଓ ବୟଃପ୍ରାପ୍ତ ବୟସର ଆରମ୍ଭରେ ଏହି ରୋଗ ହୁଏ । [୩] ଅନ୍ୟ ରୋଗ ହାର ଜଣାଯାଇ ନାହିଁ । [୧] ଅଣବିକଶିତ ଦେଶମାନଙ୍କରେ ଖାଇବା ବେମାରୀ କମ ହୁଏ । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ American Psychiatry Association (2013). Diagnostic and Statistical Manual of Mental Disorders (5th ed.). Arlington: American Psychiatric Publishing. pp. 329–354. ISBN 0890425558.
  2. ୨.୦ ୨.୧ ୨.୨ Rikani, AA; Choudhry, Z; Choudhry, AM; Ikram, H; Asghar, MW; Kajal, D; Waheed, A; Mobassarah, NJ (October 2013). "A critique of the literature on etiology of eating disorders". Annals of neurosciences. 20 (4): 157–61. doi:10.5214/ans.0972.7531.200409. PMID 25206042.
  3. ୩.୦ ୩.୧ ୩.୨ "What are Eating Disorders?". NIMH. Retrieved 24 May 2015.
  4. Arcelus, J; Witcomb, GL; Mitchell, A (March 2014). "Prevalence of eating disorders amongst dancers: a systemic review and meta-analysis". European eating disorders review : the journal of the Eating Disorders Association. 22 (2): 92–101. doi:10.1002/erv.2271. PMID 24277724.
  5. Chen, L; Murad, MH; Paras, ML; Colbenson, KM; Sattler, AL; Goranson, EN; Elamin, MB; Seime, RJ; Shinozaki, G; Prokop, LJ; Zirakzadeh, A (July 2010). "Sexual Abuse and Lifetime Diagnosis of Psychiatric Disorders: Systematic Review and Meta-analysis". Mayo Clinic Proceedings. 85 (7): 618–629. doi:10.4065/mcp.2009.0583. PMID 20458101.
  6. ୬.୦ ୬.୧ Smink, FR; van Hoeken, D; Hoek, HW (November 2013). "Epidemiology, course, and outcome of eating disorders". Current opinion in psychiatry. 26 (6): 543–8. doi:10.1097/yco.0b013e328365a24f. PMID 24060914.
  7. Pike, KM; Hoek, HW; Dunne, PE (November 2014). "Cultural trends and eating disorders". Current opinion in psychiatry. 27 (6): 436–42. doi:10.1097/yco.0000000000000100. PMID 25211499.