ହାଇପୋଫସଫେଟେମିଆ

ରକ୍ତରେ ଫସଫେଟ ସ୍ତର କମ୍ ଥାଏ ।

ହାଇପୋଫସଫେଟେମିଆ (ଇଂରାଜୀ ଭାଷାରେ Hypophosphatemia) ଏକ ଇଲେକ୍ଟ୍ରୋଲାଇଟ ବେମାରୀ (electrolyte disorder) ଯେଉଁଥିରେ ରକ୍ତରେ ଫସଫେଟ (phosphate) ସ୍ତର କମ୍ ଥାଏ । [୧] ଏହି ପରିସ୍ଥିତିରେ ଦୌର୍ବଲ୍ୟ, ଶ୍ୱାସକ୍ରିୟା ସମସ୍ୟା ଓ ଅରୁଚି ଲକ୍ଷଣମାନ ଦେଖାଯାଏ । [୧] ରୋଗ ସାଂଘାତିକ ହେଲେ ବାତ (seizures), କୋମା ,ରାବଡୋମାୟୋଲାଇସିସ ବା ଓଷ୍ଟିଓମାଲାସିଆ (ନରମ ହାଡ଼) ହୋଇପାରେ । [୧]

ହାଇପୋଫସଫେଟେମିଆ (Hypophosphatemia)
ସ୍ୱଳ୍ପ ରକ୍ତ ଫସଫେଟ
ଫସଫେଟ ଦଳର ଗଠନ
ବିଭାଗଅନ୍ତସ୍ରାବୀ ବିଜ୍ଞାନ (Endocrinology
ଲକ୍ଷଣଦୌର୍ବଲ୍ୟ, ଶ୍ୱାସକ୍ରିୟା ସମସ୍ୟା ଓ ଅରୁଚି [୧]
କାରଣମଦ୍ୟାତ୍ୟୟ, କୁପୋଷଣ ଥିବା ରୋଗୀଙ୍କର ରିଫିଡିଙ୍ଗ ସିଣ୍ଡ୍ରୋମ (refeeding) ଥିଲେ, ଦଗ୍ଧ, ଡାଏବେଟିକ କିଟୋଏସିଡୋସିସ, ହାଇପରଭେଣ୍ଟିଲେସନ (hyperventilation) ଓ କେତେକ ଔଷଧ [୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତରେ ଫସଫେଟ ସ୍ତର ୦.୮୧ ମିମୋଲ/ଲି (୨.୫ ମିଗ୍ରା/ଡେଲି)ରୁ କମ୍[୧]
ଚିକିତ୍ସାଅନ୍ତର୍ନିହିତ କାରଣର ଚିକିତ୍ସା ଓ ଫସଫେଟ [୧][୨]
ପୁନଃପୌନିକ୨% (ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ)[୧]

ମଦ୍ୟାତ୍ୟୟ, କୁପୋଷଣ ଥିବା ରୋଗୀଙ୍କର ରିଫିଡିଙ୍ଗ ସିଣ୍ଡ୍ରୋମ (refeeding) ଥିଲେ, ଦଗ୍ଧ, ଡାଏବେଟିକ କିଟୋଏସିଡୋସିସ, ହାଇପରଭେଣ୍ଟିଲେସନ (hyperventilation) ଓ କେତେକ ଔଷଧ ଯୋଗୁ ଏହି ହାଇପୋଫସଫେଟେମିଆ ସୃଷ୍ଟି ହୁଏ । [୧] ହାଇପରପାରାଥାଇରଏଡିଜ୍ମ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାକୁସିଙ୍ଗ ସିଣ୍ଡ୍ରୋମ ଥିଲେ ହାଇପୋଫସଫେଟେମିଆ ହୋଇପାରେ ।[୧] ରକ୍ତରେ ଫସଫେଟ ସ୍ତର ୦.୮୧ ମିମୋଲ/ଲି (୨.୫ ମିଗ୍ରା/ଡେଲି)ରୁ କମ ଥିଲେ ଏହି ଅବସ୍ଥା ଉପୁଜେ ।[୧] ଏହି ସ୍ତର ୦.୩୨ ମିମୋଲ/ଲି (୧.୦ ମିଗ୍ରା/ଡେଲି)ରୁ କମ୍ ଥିଲେ ସାଂଘାତିକ ହୁଏ ।[୨]

ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୧] ପାଟିରେ ବା ଶିରାଭ୍ୟନ୍ତରରେ ଫସଫେଟ ଦିଆଯାଏ ।[୧] ଡାକ୍ତରଖାନା ରୋଗୀଙ୍କ ମଧ୍ୟରୁ ୨% ଓ ଆସିୟୁ (ICU) ରୋଗୀଙ୍କ ମଧ୍ୟରୁ ୭୦% ରୋଗୀଙ୍କର ଏହି ହାଇପୋଫସଫେଟେମିଆ ହୋଇପାରେ .[୧][୩]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Hypophosphatemia". Merck Manuals Professional Edition. Retrieved 28 October 2018.
  2. ୨.୦ ୨.୧ Adams, James G. (2012). Emergency Medicine: Clinical Essentials (Expert Consult - Online and Print) (in ଇଂରାଜୀ). Elsevier Health Sciences. p. 1416. ISBN 1455733946.
  3. Yunen, Jose R. (2012). The 5-Minute ICU Consult (in ଇଂରାଜୀ). Lippincott Williams & Wilkins. p. 152. ISBN 9781451180534.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ