ରାମ ପ୍ରସାଦ ମହାନ୍ତି

ଓଡ଼ିଆ ସାହିତ୍ୟିକ

ରାମ ପ୍ରସାଦ ମହାନ୍ତି (ଜନ୍ମ: ୧୯୨୪; ଜନ୍ମନାମ: ଦୁର୍ଗାଚରଣ ମହାନ୍ତି) ଜଣେ ଓଡ଼ିଆ ଲେଖକ, ଅନୁବାଦ ଓ ଶିଶୁ ସାହିତ୍ୟିକ ।[୧][୨] ସେ ଓଡ଼ିଶା ଶିଶୁ ସାହିତ୍ୟ ଜଗତରେ ଜହୁରୀ ଭାଇ ଭାବରେ ପରିଚିତ ।[୩] ସେ ୧୯୯୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ରାମ ପ୍ରସାଦ ମହାନ୍ତି
Born
ଦୁର୍ଗାଚରଣ ମହାନ୍ତି

୧୯୨୪
Nationalityଭାରତୀୟ
Other namesଜହୁରୀ ଭାଇ
Citizenshipଭାରତୀୟ
Occupation(s)ଲେଖକ
ଅନୁବାଦକ
ଶିଶୁ ସାହିତ୍ୟିକ
Parent(s)ସାଧୁଚରଣ ମହାନ୍ତି (ବାପା)
ରେଖା ମହାନ୍ତି (ମାଆ)
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର- ୧୯୯୧
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର- ୨୦୧୨

ଜନ୍ମ ଓ ଶିକ୍ଷା ସମ୍ପାଦନା

ରାମ ପ୍ରସାଦ ମହାନ୍ତି ୧୯୨୪ ମସିହାରେ ଓଡ଼ିଶାର ପୁରୀ ଜିଲ୍ଲାନିମାପଡ଼ା ଅଧିନସ୍ଥ କଣ୍ଟିଲୋଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ସାଧୁଚରଣ ମହାନ୍ତି ଏବଂ ମାଆ ରେଖା ମହାନ୍ତି । ସେ ୧୯୩୮ ମସିହାରେ ମଧ୍ୟ ଇଂରାଜୀ ସ୍କୁଲରୁ ପାଠ ପଢ଼ା ଶେଷ କରିଥିଲେ ଏବଂ ଏହାପରେ ସେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[୩] ସେ ମେଟ୍ରିକ୍ ପାଶ୍ କରି ନାହାନ୍ତି ।[୩]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସମ୍ପାଦନା

ରାମ ପ୍ରସାଦ ମହାତ୍ମା ଗାନ୍ଧୀଙ୍କର "କର ବା ମର" ଆହ୍ୱାନରେ ଅନୁପ୍ରାଣୀତ ହୋଇ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।[୩] ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ସେ ତାଙ୍କର ନାମ ଦୁର୍ଗାଚରଣରୁ ରାମ ପ୍ରସାଦକୁ ବଦଳାଇଥିଲେ ।[୩] ମାତ୍ର ସେ ପୋଲିସ ନଜରରୁ ବଞ୍ଚିପାରିନଥିଲେ, ଏକ ଜନ-ସମାଗମରେ ଭାଷଣ ଦେବାବେଳେ ତାଙ୍କୁ ପୋଲିସ ଗିରିଫ କରିଥିଲା ଏବଂ ପ୍ରଥମେ ପୁରୀ ଜେଲରେ ୬ ମାସ ଓ ପରେ ବ୍ରହ୍ମପୁର ଜେଲରେ ଦୁଇବର୍ଷ ବନ୍ଦୀ କରି ରଖାଯାଇଥିଲା ।[୩] ସେ ଜେଲରେ ଥିବାବେଳେ ଜାତୀୟ କବି ବୀରକିଶୋର ଦାସଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବିଷୟରେ ପାଠ ପଢ଼ିଥିଲେ ।[୩]

ରଚନାବଳୀ ସମ୍ପାଦନା

  • ୧୯୯୧ - ବଜାରେ ବାଜା
  • ୧୯୯୭ - କିଣିବ କିଏ ଭିଣିବ କିଏ (ଦାଶ ବୁକ୍ ଷ୍ଟୋର)
  • ୧୯୯୯ - କଥାଟିଏ କଥା କହୁ କଥାଟିଏଁ (ଶତଦ୍ରୁ ପ୍ରକାଶନୀ)
  • ୨୦୦୦ - ମନ ପବନ (ଜନଶକ୍ତି ପୁସ୍ତକାଳୟ)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. Orissa Review (in ଇଂରାଜୀ). Home Department, Government of Orissa. 1984.
  2. Malhotra, D. N. (2006). Sixty Years of Book Publishing in India, 1947-2007 (in ଇଂରାଜୀ). Federation of Indian Publishers. ISBN 9788186519066.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Mohanty, Jagannath (2009). Encyclopaedia of Education, Culture and Children's Literature: v. 4. Children's literature and education (in ଇଂରାଜୀ). Deep & Deep Publications. ISBN 9788184501513.
  4. "Odisha Sahitya Akademi". odishasahityaakademi.org. Archived from the original on 2020-02-16. Retrieved 2019-02-26.
  5. "Kendra Sahitya Academy Awarded Odia". sahitya-akademi.gov.in. Retrieved 2019-02-26. {{cite web}}: Cite has empty unknown parameter: |dead-url= (help)