କଣ୍ଟିଲୋ
କଣ୍ଟିଲୋ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଜନସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ଜିଲ୍ଲାର ଏକ ବଡ଼ ଗ୍ରାମ ଭାବେ ପରିଗଣିତ ହୋଇଥାଏ। ଏହା କଂସା ଓ ପିତ୍ତଳ ବାସନ ନିମନ୍ତେ କଣ୍ଟିଲୋ ଓଡ଼ିଶା ପ୍ରସିଦ୍ଧ।
କଣ୍ଟିଲୋ
ନୀଳମାଧବ କ୍ଷେତ୍ର | |
---|---|
ଗାଁ | |
Country | ![]() |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ନୟାଗଡ଼ |
Elevation | 48 m (157 ft) |
Population (୨୦୧୧) | |
• Total | ୯୧୮୧ |
Languages | |
• Official | ଓଡ଼ିଆ |
Time zone | UTC+5:30 (IST) |
ପିନ | ୭୫୨୦୬୩ |
STD କୋଡ଼ | ୦୬୭୫୭ |
ଯାନବାହାନ ପଞ୍ଚୀକରଣ | OD/OR |
ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ସମ୍ପାଦନ କରନ୍ତୁ
କଣ୍ଟିଲୋ ୨୦.୩୬ ଡିଗ୍ରୀ ଉତ୍ତର ଓ ୮୫.୧୯ ଡିଗ୍ରୀ ପୂର୍ବରେ ସମୁଦ୍ର ପତନରୁ ପ୍ରାୟ ୪୮ ମିଟର (୧୬୦ ଫୁଟ୍) ଉଚ୍ଚତାରେ ଅବସ୍ଥିତ[୧]। ଏହା ଜିଲ୍ଲାର ସଦର ମହକୁମା ନୟାଗଡ଼ଠାରୁ ୨୦ କି.ମି. ଏବଂ ଖୋର୍ଦ୍ଧାଠାରୁ ୫୦ କି.ମି. ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୦୦ କିମି ଦୂରରେ ଅବସ୍ଥିତ। ନିକଟସ୍ଥ ରେଳ ଷ୍ଟେଶନ ଜଟଣୀ-ଖୋର୍ଦ୍ଧା ରୋଡ଼ ଜଙ୍କସନ, ନୟାଗଡ଼ ଏବଂ ସୁନାଖଳା। ନିକଟତମ ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୂବନେଶ୍ୱର।
ଜନସଂଖ୍ୟା ସମ୍ପାଦନ କରନ୍ତୁ
୨୦୧୧ ଜନଗଣନା ଅନୁସାରେ କଣ୍ଟିଲୋର ସମୁଦାୟ ୯୧୮୧ ଲୋକ ବାସ କରନ୍ତି [୨]। ତନ୍ମଧ୍ୟରୁ ୪୭୩୪ ଜଣ ପୁରୁଷ ଏବଂ ୪୪୪୭ ଜଣ ମହିଳା । ଶତକଡା ୯.୬୬% ହଉଛନ୍ତି ୬ବର୍ଷରୁ କମ୍ ଶିଶୁ।
ଶିକ୍ଷାନୁଷ୍ଠାନ ସମ୍ପାଦନ କରନ୍ତୁ
ଏହି ଗ୍ରାମରେ ଦୁଇଟି ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଗୋଟିଏ ଉଚ୍ଚ ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟ ଅଛି ।
- ନୀଳମାଧବ ନୋଡାଲ ଉଚ୍ଚ ବିଦ୍ୟାଳୟ,କଣ୍ଟିଲୋ ,ନୟାଗଡ଼।
- ନୀଳମାଧବ ମହାବିଦ୍ୟାଳୟ, କଣ୍ଟିଲୋ ,ନୟାଗଡ଼।
ପର୍ଯ୍ୟଟନ ସ୍ଥଳୀ ସମ୍ପାଦନ କରନ୍ତୁ
ମହାନଦୀ କୂଳରେ ଅବସ୍ଥିତ କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାଇଁ ପ୍ରସିଦ୍ଧ। ସବୁଜ ବନାନୀ ପରିବେଷ୍ଟିତ ପାହାଡର ଶୀର୍ଷରେ ପ୍ରାଚୀନ ନୀଳମାଧବ ମନ୍ଦିର (ବିଷ୍ଣୁ ମନ୍ଦିର)ଟି ଅଛି। ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ବୋଲି କୁହାଯାଏ [୩]। କିମ୍ବଦନ୍ତୀ ଅନୁସାରେ ଏହି ସ୍ଥାନରେ ଶ୍ରୀ ଜଗନ୍ନାଥ ଶବର ରାଜା ବିଶ୍ୱାବସୁଙ୍କଦ୍ୱାରା ପୂଜା ପାଇ ଆସୁଥିଲେ। ତେଣୁ ଶ୍ରୀ ନୀଳମାଧବ ମନ୍ଦିର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଏକ କ୍ଷୁଦ୍ର ପ୍ରତିରୂପ ଏବଂ ଏହାର ଧର୍ମବିଧି ଓ ନାନାଦି କର୍ମ ଶ୍ରୀ ଜଗନ୍ନାଥଙ୍କ ସହିତ ସମାନ[୪]। ଶ୍ରୀ ନୀଳମାଧବ ଜୀଉଙ୍କ ଚରଣରୁ ଏକ ସ୍ଥାୟୀ ପବିତ୍ର ଜଳଧାରା ସଦାସର୍ବଦା ପ୍ରବାହିତ ହେଉଛି । ପ୍ରଭୁ ସିଦ୍ଧେଶ୍ୱରଙ୍କ ମନ୍ଦିର ମଧ୍ୟ ଏହି ସ୍ଥାନର ଏକ ପ୍ରମୁଖ ଆକର୍ଷଣ । ଓଡ଼ିଶାରେ ବଣଭୋଜି ମିମନ୍ତେ ଉଦ୍ଦିଷ୍ଟ କେତେକ ପ୍ରମୁଖ ସ୍ଥାନ ମଧ୍ୟରୁ ଏହା ଅନ୍ୟତମ । କଣ୍ଚିଲୋରେ ପ୍ରତିବର୍ଷ ମାଘ ସପ୍ତମୀ,ଚନ୍ଦନଯାତ୍ରା, ରଥଯାତ୍ରା, ଦୋଳ ଯାତ୍ରା, କଣ୍ଟିଲୋ ମହୋତ୍ସବ ଆଦି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥାଏ ।
ବିଶେଷତ୍ୱ ସମ୍ପାଦନ କରନ୍ତୁ
କଣ୍ଟିଲୋ ଖଣ୍ଡପଡ଼ା ଗଡ଼ଜାତର ଅନ୍ତର୍ଗତ ଗୋଟିଏ ବଡ଼ ଗ୍ରାମ। କଂସା, ପିତ୍ତଳ ବାସନ କାରିଗରି, ହସ୍ତଶିଳ୍ପ ଓ ବାସନ କୁସନ ନିମନ୍ତେ କଣ୍ଟିଲୋ ଓ଼ଡିଶା ପ୍ରସିଦ୍ଧ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କଂସା ପିତ୍ତଳର ଚମତ୍କାରୀ କାରିଗରି ଜିନିଷଗୁଡିକୁ ସ୍ମୃତିଚିହ୍ନ ସୂରୂପ ନିଜ ସାଥିରେ ନେଇଥାନ୍ତି।