ରାଧାକୃଷ୍ଣ ବିଶ୍ୱାସରାୟ

ଭାରତୀୟ ରାଜନୀତିଜ୍ଞ

ରାଧାକୃଷ୍ଣ ବିଶ୍ୱାସରାୟ (୫ ମାର୍ଚ୍ଚ ୧୯୦୫- ୫ ଫେବୃଆରୀ ୧୯୮୪)[୧] ଭାରତର ସ୍ୱାଧୀନତା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନ‌ଜାତି ସମ୍ପ୍ରଦାୟ ମଧ୍ୟରେ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲୋକଙ୍କ ମଧ୍ୟରୁ ଅନ୍ୟତମ । ଲୋକଙ୍କ ମନରେ ସ୍ୱାଧୀନତାର ଚେତନା ଜାଗ୍ରତ କରିବାରେ ସେ ଅଗ୍ରଗଣ୍ୟ ଥିବାରୁ ତାଙ୍କୁ କୋରାପୁଟର ଗାନ୍ଧୀ କୁହାଯାଉଥିଲା ।[୨] ସେ ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ରାଜ୍ୟ ସଭାର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । [୩]

ରାଧାକୃଷ୍ଣ ବିଶ୍ୱାସରାୟ
ସଭ୍ୟ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀ-
ପର ଅଧିକାରୀସଦାଶିବ ତ୍ରିପାଠୀ
ନିର୍ବାଚନ ମଣ୍ଡଳୀଉମରକୋଟ
ସଭ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୫୨ – ୧ ଅପ୍ରେଲ ୧୯୫୭ (ଇସ୍ତଫା)
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1905-03-05)୫ ମାର୍ଚ୍ଚ ୧୯୦୫
ପାର୍ବତୀପୁରମ, ଆନ୍ଧ୍ରପ୍ରଦେଶ
ମୃତ୍ୟୁ୫ ଫେବୃଆରୀ ୧୯୮୪(1984-02-05) (ବୟସ ୭୮)
ରାଜନୀତିକ ଦଳକଂଗ୍ରେସ

ଜନ୍ମ ସମ୍ପାଦନା

ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମୂଳ ନାମ ଥିଲା ରାଧାକୃଷ୍ଣ ସାହୁ । ତାଙ୍କର ମଉସା ତାଙ୍କୁ ପୋଷ୍ୟପୁତ୍ର କରି ନେବାରୁ ତାଙ୍କ ନାମ ପରିବର୍ତ୍ତିତ ହୋଇ ରାଧାକୃଷ୍ଣ ବିଶ୍ୱାସରାୟ ହୋଇଥିଲା ।[୪]

ଶିକ୍ଷା ସମ୍ପାଦନା

ଜୟପୁରରେ ତାଙ୍କ ବିଦ୍ୟାର୍ଥୀ ଜୀବନ କଟିଥିଲା, କିନ୍ତୁ ଅର୍ଥାଭାବରୁ ମହାବିଦ୍ୟାଳୟ ଉଚ୍ଚଶିକ୍ଷାରୁ ସେ ବଞ୍ଚିତ ହୋଇଥିଲେ ।

କର୍ମମୟ ଜୀବନ ସମ୍ପାଦନା

ବ୍ରିଟିଶ ସରକାରଙ୍କ ଶାସନରେ ସେ ଜଣେ କିରାଣୀ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଗୋପବନ୍ଧୁ ଚୌଧୁରୀଙ୍କ ପରାମର୍ଶ କ୍ରମେ ସେ ଚାକିରି ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।[୫] ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ବ୍ରିଟିଶ ସରକାରଙ୍କଦ୍ୱାରା ଗିରଫ ହୋଇଥିଲେ ।[୬] ନୈତିକତାପୂର୍ଣ୍ଣ ମୂଲ୍ୟବୋଧ ରାଜନୀତିରେ ତାଙ୍କର ବିଶ୍ୱାସ ଥିଲା । ଏକଦା ପଣ୍ଡତ ଗୋଦାବରୀଶ ମିଶ୍ରଙ୍କୁ ହରାଇ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ଥରଟିଏ ଅଳ୍ପକାଳ ନିମନ୍ତେ ସେ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ।

ଦଳ ମଧ୍ୟରେ ନୀତି ଆଦର୍ଶର ବିଚ୍ୟୁତି ଦେଖି ସେ କଂଗ୍ରେସ ତ୍ୟାଗ କରିଥଲେ ଓ ପରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ । ଏହା ପରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ସେ କୋରାପୁଟର ଜନ‌ଜାତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

୧୯୮୪ ମସିହା ଫେବୃଆରୀ ମସ ୫ ତାରିଖ ଦିନ ସେ ମୃତ୍ୟୁବରଣ କରିଥିଲେ ।

ଆଧାର ସମ୍ପାଦନା

  1. "MLA Radhakrushna Biswas Ray Profile - OMERKOTE Constituency". Retrieved 5 February 2016.
  2. "Water of River Turi turned red in martyrs' blood - Orissa Post". Retrieved 5 February 2016.
  3. "Rajyasabha Member information system". Retrieved 5 February 2016.
  4. ସମ୍ବାଦ, ଭୁବନେଶ୍ୱର, ୫ ଫେବୃଆରୀ ୨୦୧୬, ପୃଷ୍ଠା: ୦୪
  5. "Odisha". Retrieved 5 February 2016.
  6. "GANJAM". Retrieved 5 February 2016.