ରବି ନାରାୟଣ ପାଣି
ରବି ନାରାୟଣ ପାଣି (ଜନ୍ମ: ୯ ଅପ୍ରେଲ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ରବି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଓ ଲୋକ ସଭାର ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ସ୍ୱାଧୀନ ଭାରତର ପ୍ରଥମ ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦେଓଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ରବି ନାରାୟଣ ପାଣି | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ନୃସିଂହ ଚରଣ ସାହୁ |
ପର ଅଧିକାରୀ | ମହେଶ ସାହୁ |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ସାସଦ: ୯ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୯ – ୧୯୯୧ | |
ନିର୍ବାଚନ ମଣ୍ଡଳୀ | ଦେଓଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ଅପ୍ରେଲ ୧୯୫୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ, ଜନତା ଦଳ |
ଜୀବନ ସାଥୀ | କିରଣ ସୁନ୍ଦରୀ ପାଣି |
ବାପା/ବୋଉ | ସୋମନାଥ ପାଣି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାରବି ନାରାୟଣ ପାଣି ୧୯୫୦ ମସିହାର ଅପ୍ରେଲ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୋମନାଥ ପାଣି ଓ ପତ୍ନୀଙ୍କ ନାମ କିରଣ ସୁନ୍ଦରୀ ପାଣି । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାରବି ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ୨୦୧୯ ମସିହାରେ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଥରେ ଲେଖାଏଁ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Rabi Narayan Pani". odishaassembly.nic.in. Odisha Assembly. Retrieved 24 July 2020.
- ↑ "ବିଜେପିରେ ମିଶିଲେ ରବି ପାଣି | Sambad". ସମ୍ବାଦ. sambad.in. 9 April 2019. Archived from the original on 24 July 2020. Retrieved 24 July 2020.