ରତ୍ନମାଳୀ ଜେମା

ଓଡ଼ିଆ ରାଜନୀତିଜ୍ଞା

ରତ୍ନମାଳୀ ଜେମା (୨୧ ସେପ୍ଟେମ୍ବର ୧୯୨୦ - ୨୯ ଜାନୁଆରୀ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞା ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରତ୍ନମାଳୀ ଜେମା
ବିଧାୟିକା: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଲୋକନାଥ ଚୌଧୁରୀ
ପର ଅଧିକାରୀଲୋକନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-09-21)୨୧ ସେପ୍ଟେମ୍ବର ୧୯୨୦
ମୃତ୍ୟୁ୨୯ ଜାନୁଆରୀ ୨୦୧୪(2014-01-29) (ବୟସ ୯୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନାରାୟଣ ବୀରବର ସାମନ୍ତ
ସମ୍ପର୍କମନୋଜ ଦାସ (ଜ୍ୱାଇଁ)
ସନ୍ତାନପ୍ରତିଜ୍ଞା ଦେବୀ (ଝିଅ)
ବାପା/ବୋଉଜଗଦୀଶ ଚନ୍ଦ୍ର ନରେନ୍ଦ୍ର ବାହାଦୁର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ରତ୍ନମାଳୀ ଜେମା ୧୯୨୦ ମସିହାର ସେପ୍ଟେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜଗଦୀଶ ଚନ୍ଦ୍ର ନରେନ୍ଦ୍ର ବାହାଦୁର ଓ ପତିଙ୍କ ନାମ ନାରାୟଣ ବୀରବର ସାମନ୍ତ[୧] ତାଙ୍କ ପତି ନାରାୟଣ ସାମନ୍ତ ଜଣେ ରାଜନେତା ଥିଲେ ଏବଂ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ରତ୍ନମାଳୀ ଜେମା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଏରସମା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୦୬୬୫ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଲୋକନାଥ ଚୌଧୁରୀଙ୍କୁ ୩୭୦୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ନିର୍ବାଚନରେ ସମୁଦାୟ ୧୦ ଜଣ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ଏବଂ ନବକୁମାରୀଙ୍କ ସମେତ ସମୁଦାୟ ଚାରି ଜଣ ହିଁ ନିର୍ବାଚିତ ହୋଇଥିଲେ ।[୪]

ମୃତ୍ୟୁ ସମ୍ପାଦନା

ରତ୍ନମାଳୀ ଜେମା ୨୦୧୪ ମସିହାର ଜାନୁଆରୀ ୨୯ ତାରିଖରେ ୯୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Ratnamali Jema". odishaassembly.nic.in. Odisha Assembly. Retrieved 3 September 2021.
  2. ୨.୦ ୨.୧ "Former MLA Ratnamali Jema passes away | Sambad English". Sambad English (in English). Cuttack: sambadenglish.com. 30 January 2014. Archived from the original on 3 September 2021. Retrieved 3 September 2021.{{cite news}}: CS1 maint: unrecognized language (link)
  3. "Orissa 1961". Election Commission of India (in Indian English). Retrieved 2019-06-27.
  4. ଡକ୍ଟର ଉଦ୍ଧବ ଚରଣ ନାୟକ (2013). "୧୪". ଓଡ଼ିଶା ରାଜନୀତିର ଇତିହାସ (୩ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୧୩୬. ISBN 978-81-89436-54-4. Retrieved 2 September 2021.