ରଜନୀକାନ୍ତ ସିଂହ

ଓଡ଼ିଆ ରାଜନୀତିଜ୍ଞ

ରଜନୀ କାନ୍ତ ସିଂହ (ଜନ୍ମ: ୧ ଅପ୍ରେଲ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରଜନୀକାନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଜନୀ କାନ୍ତ ସିଂହ
ବିଧାୟକ: ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୨୪
ପୂର୍ବ ଅଧିକାରୀଅଦ୍ୱୈତ ପ୍ରସାଦ ସିଂହ
ପର ଅଧିକାରୀପ୍ରତାପ ଚନ୍ଦ୍ର ପ୍ରଧାନ
ନିର୍ବାଚନ ମଣ୍ଡଳୀଅନୁଗୋଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-04-01) ୧ ଅପ୍ରେଲ ୧୯୫୫ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସଞ୍ଜୁକ୍ତା ସିଂହ
ବାପା/ବୋଉଅଦ୍ୱୈତ ପ୍ରସାଦ ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ରଜନୀ କାନ୍ତ ସିଂହ ୧୯୫୫ ମସିହାର ଅପ୍ରେଲ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅଦ୍ୱୈତ ପ୍ରସାଦ ସିଂହ ଓ ପତ୍ନୀଙ୍କ ନାମ ସଞ୍ଜୁକ୍ତା ସିଂହ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[] ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ତାଙ୍କ ପତ୍ନୀ ବିଜେଡିର ପ୍ରାର୍ଥୀ ଭାବରେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।[]

ରାଜନୈତିକ ଜୀବନ

ସମ୍ପାଦନା

ରଜନୀକାନ୍ତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[]

ବିଧାନ ସଭା ସଭ୍ୟ ବିବରଣୀ

ସମ୍ପାଦନା
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଅନୁଗୋଳ ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଅନୁଗୋଳ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଅନୁଗୋଳ ବିଜୁ ଜନତା ଦଳ
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଅନୁଗୋଳ ବିଜୁ ଜନତା ଦଳ
  1. ୧.୦ ୧.୧ ୧.୨ "Shri Rajani Kant Singh". odishaassembly.nic.in. Odisha Assembly. Retrieved 28 June 2020. {{cite web}}: Cite has empty unknown parameter: |dead-url= (help)
  2. "General Election to Assembly Constituencies 2024: Angul (Odisha)". Election Commission of India. Retrieved 27 June 2024.