ରଙ୍ଗବତୀ (ରଙ୍ଗବତୀ କନକଲତା ନାମରେ ମଧ୍ୟ ଜଣା), ଓଡ଼ିଶାର ଏକ ଲୋକଗୀତ । ଏହା ପ୍ରଥମେ ଅଲ ଇଣ୍ଡିଆ ରେଡ଼ିଓ ପାଇଁ ସତୁରି ଦଶକର ମଝି ଆଡ଼କୁ ରେକର୍ଡ଼ କରାଯାଇଥିଲା । ଜଣାଶୁଣା ହେବା ପରେ କଲିକତାର ଏକ ରେକର୍ଡ଼ କମ୍ପାନି ୧୯୭୬ରେ ଏହାକୁ ରେକର୍ଡ଼ କରିଥିଲା । କିଛି ଅସୁବିଧା ସକାଶେ ରେକର୍ଡ଼ ବିତରଣ କିଛି କାଳ ରୋକାଯାଇଥିଲେ ହେଁ ପରେ ୧୯୭୮-୧୯୭୯ରେ ଏହା ବିତରିତ ହୋଇଥିଲା । [୧]

ସମ୍ବଲପୁରୀ ନାଚ

ଲୋକପ୍ରିୟତାର ପ୍ରମୁଖ ମାଇଲଖୁଣ୍ଟ ସମ୍ପାଦନା

୮୦ଦଶକ ସମ୍ପାଦନା

ଗୀତଟି ସର୍ବପ୍ରଥମେ ୧୯୭୮ ମସିହାରେ ସମ୍ବଲପୁର ଅଲ୍‌ ଇଣ୍ଡିଆ ରେଡ଼ିଓରେ ରେକର୍ଡିଂ କରାଯାଇ “ସୁରମାଳିକା” କାର୍ଯ୍ୟକ୍ରମରେ ବେତାର ପ୍ରସାରଣ କରାଯାଇଥିଲା । ମିତ୍ରଭାନୁ ଗଉନ୍ତିଆ ଏହି ଗୀତଟିକୁ ରଚନା କରିଥିଲେ ଓ ପ୍ରଭୁଦତ୍ତ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଜିତେନ୍ଦ୍ରୀୟ ହରିପାଲକ୍ରିଷ୍ଣା ପଟେଲ ଏଥିରେ କଣ୍ଠଦାନ କରିଥିଲେ ।[୨] ପଞ୍ଚବାଦ୍ୟ, ଯଥା ଢୋଲ, ନିଶାନ, ତାସା, ମହୁରି ଓ ଝାଞ୍ଜରେ ସଙ୍ଗୀତକୁ ସଂଯୋଜନା କରାଯାଇଥିଲା ।[୩] ଚୈତନ୍ୟ ପାଇକ ଏଥିରେ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ । [୪] ଗୀତଟିର ଲୋକପ୍ରିୟତାରେ ଆକର୍ଷିତ ହୋଇ କଲିକତାର ଏକ ଗ୍ରାମଫୋନ କମ୍ପାନୀ, ଇଣ୍ଡେର କୋ. ଏହି ଗୀତଟି ପାଇଁ ଉଭୟ ଗାୟକଙ୍କୁ ନେଇ ୧୯୭୮ ମସିହାରେ କଲିକତାସ୍ଥିତ କମ୍ପାନୀର ନିଜ ଷ୍ଟୁଡିଓରେ ରେକର୍ଡିଂ କରାଇଥିଲା । ୧୯୮୦ରେ ଏହା ରେକର୍ଡ ଭାବେ ମୁକ୍ତିଲାଭ କଲା ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପହଞ୍ଚିଥିଲା ।

ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ସମ୍ପାଦନା

ରଙ୍ଗବତୀ ଗୀତଟି ୨୦୦୭ ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା ଝାଙ୍କିରେ ବଜାଯାଇଥିଲା । [୫] ଏହା ଅନ୍ୟ ରାଜ୍ୟ ତଥା ବିଦେଶରେ ଆଦୃତ ହୋଇଥିଲା । ବିବିସି ଲଣ୍ଡନ କେନ୍ଦ୍ରରୁ ଏହି ଗୀତର ପ୍ରସାରଣ କରାଯାଇଥିଲା ।[୬] । ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।[୭] ସତୁରୀ ଓ ଅଶୀ ଦଶକରେ ଏହା ବିଶେଷ ଲୋକପ୍ରିୟତା ଲାଭ କରିଥିଲା । ଅଧୁନା ବାହାଘର ରୋଷଣୀ ଓ ମୂର୍ତ୍ତି ଭସାଣି ଆଦିରେ ଏହି ଗୀତ ବାଜିଥାଏ । ଦକ୍ଷିଣ କୋରିଆରେ ସପ୍ତମ ବିଶ୍ୱ ଜଳ ଫୋରମ ଅବସରେ କୋରିଆର ନର୍ତ୍ତକୀମାନେ ରଙ୍ଗବତୀର ତାଳରେ ନୃତ୍ୟ ପରିବେଷଣ କରିଥିଲେ । [୮]

ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ସମ୍ପାଦନା

  • ୨୦୧୯ରେ ନିର୍ମିତ ବଙ୍ଗଳା ଚଳଚ୍ଚିତ୍ର "ଗୋତ୍ର"ରେ ଏହି ଗୀତଟିକୁ ବ୍ୟବହାର କରାଯାଇଥିଲା ।[୯]
  • ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା ତାଙ୍କ ଚଳଚ୍ଚିତ୍ର "କୌନ କିତନେ ପାନି ମେ"ରେ ଏହି ଗୀତଟିକୁ ସ୍ଥାନ ଦେଇଥିଲେ । [୧୦]
  • ଗାୟକ ଋତୁରାଜ ମହାନ୍ତି ୨୦୧୪ ମସିହାରେ ସଂଗୀତ ଭିତ୍ତିକ ରିୟାଲିଟି ଶୋ ‘ଇଣ୍ଡିଆସର ଷ୍ଟାର‘ରେ ବଲିଉଡ ଗୀତ ‘ଆଣ୍ଟି ଜୀ’ ସହ ରଙ୍ଗବତୀ ଗୀତକୁ ରିମିକ୍ସ କରି ଏକ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ସେ ଏହି ରିୟାଲିଟି ଶୋ'ର ବିଜେତା ହୋଇପାରିଥିଲେ ।
  • ଏହା ବାରବାଟି ଷ୍ଟାଡିଅମରେ ଭାରତୀୟ କ୍ରିକେଟ ଦଳକୁ ଉତ୍ସାହିତ କରିବା ପାଇଁ ବଜାଯାଇଥିଲା ।
  • ଓଡ଼ିଆ ଚଳଚ୍ଚିତ୍ର ଗଡ଼ବଡ଼ରେ ଏକ ଗୀତରେ ୧ ମିନିଟ ୫୦ ସେକେଣ୍ଡ ଅବଧିର ଗୀତ ଭାବେ ସ୍ଥାନ ପାଇଥିଲା ।
  • ୨୦୧୫ରେ କୋକ ଷ୍ଟୁଡିଓ ଭାରତ- ସିଜନ-୪ରେ ନିର୍ମିତ ଏକ ମିଶ୍ରଣରେ ସଙ୍ଗୀତକାର ରାମ ସମ୍ପତଙ୍କ ସହଯୋଗରେ ଋତୁରାଜ ମହାନ୍ତି ଏବଂ ସୋନା ମହାପାତ୍ରଙ୍କଦ୍ୱାରା ପରିବେଷଣ କରାଯାଇଥିଲା । ଏହି ଗୀତ ଏପର୍ଯ୍ୟନ୍ତ ସର୍ବାଧିକ ଲୋକଙ୍କଦ୍ୱାରା ଇଣ୍ଟରନେଟରେ ଦେଖିଥିବା ଓଡ଼ିଆ ଗୀତ ଭାବେ ପ୍ରସିଦ୍ଧି ଲାଭ କରିଛି ।[୧୧]

ଏହି ରଙ୍ଗବତୀ ଗୀତର ଆଧୁନିକତମ ସଂସ୍କରଣକୁ ପୁନଶ୍ଚ ଏକ ନୂତର ଶୈଳୀରେ "ଭଏସ ଓଫ ଇଣ୍ଡିଆ"ର ପ୍ରଖ୍ୟାତ ଗାୟିକା ପ୍ରଜ୍ଞା ପାତ୍ର ୨୦୧୬ ମସିହା ଅଗଷ୍ଟ ମାସରେ ଗାୟନ କରି ଏହାକୁ ପୁଣି ଲୋକ ଲୋଚନ‌କୁ ଆଣିଛନ୍ତି ।[୧୨]

ଅନ୍ୟାନ୍ୟ ସଂସ୍କୃତିରେ ସମ୍ପାଦନା

"ରଙ୍ଗବତୀ" ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ଆନ୍ଧ୍ର ପ୍ରଦେଶଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । ୨୦୧୯ର ବେଙ୍ଗଲୀ ଚଳଚ୍ଚିତ୍ର "ଗୋତ୍ର"[୧୩]ତେଲୁଗୁ ଭାଷାରେ ନିର୍ମିତ ଏକ ଚଳଚ୍ଚିତ୍ରରେ ମଧ୍ୟ ସ୍ଥାନ ପାଇଥିଲା ।

ପଦ ସମ୍ପାଦନା

ପୁ: ଏହେ ରଙ୍ଗବତୀରେ ରଙ୍ଗବତୀ
ହୋ ରଙ୍ଗବତୀରେ ରଙ୍ଗବତୀ
ଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ହାଏ ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ଝି: ହାଏଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ଏ ଲାଜେ ଲାଜେ ଗୋ ଲାଜେ ଲାଜେ
ହାଏ ଲାଜେ ଲାଜେ ନଇଁ ଯାଉଛେ ମଥାଗୋ ନାଇଁକର ନାଇଁକର ଅଥା
ଏ.. ଲାଜେ ଲାଜେ ନଇଁଯାଉଛେ ମଥା ଗୋ ନାଇଁକର ନାଇଁକର ଅଥା
ଉଭୟ: ସପନ ରଜାର୍ ସପନ
ସପନ ରଜାର୍ ସପନ
ରାନିର୍ ଲାଗେ ସୁତାର୍ ମାଲେ ହେଲାନ ଗୁଁଥା
ପୁ: ରଙ୍ଗବତୀ ରଙ୍ଗବତୀ

ଝି: ଏ ଆଖିନ୍ ଆସିଛେ କେତେ ସପନ
ଏ ଜୀବରଧନ ଜୀବର୍ ଜୀବନ ଗଲାର ରତନରେ ହେ..
ଏ ଆଖିନ୍ ଆସିଛେ କେତେ ସପନ
ଏ ଜୀବରଧନ ଜୀବର୍ ଜୀବନ ଗଲା ରତନରେ
ପୁ: ବନେ ମଲ୍ଲୀ ମହକନ ହୋ
ବନେ ମଲ୍ଲୀ ମହକନ
ବନେ ମଲ୍ଲୀ ମହକନ ଆହା ମୋର ଧନ କେଡ଼େ ମିଲନ ଛନ ଛନ ହେସି ମନ
ହାଏ ଆହା ମୋର ଧନ କେଡ଼େ ମିଲନ ଛନ ଛନ ହେସି ମନ
ଉଭୟ: ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା
ଦିହି ଖଞ୍ଜି ଗଲା ସାଙ୍ଗର୍ ସରିସା
ଉବୁ ଟୁବୁ ମନେ କରେ ସୁରୁତା
ପୁ: ରଙ୍ଗବତୀ ରଙ୍ଗବତୀ

ଝି: ଦେଖୁନ୍ ଥିମି ତୁମର୍ ଚକା ବଦନ
ରଜା ରତନ ମୁହୁଁ ଦର୍ପନ
କରି ଯତନ ରେ... ହେ..
ଦେଖୁନ୍ ଥିମି ତୁମର୍ ଚକା ବଦନ
ରଜା ରତନ ମୁହୁଁ ଦର୍ପନ
କରି ଯତନ ରେ...
ପୁ: ଭଙ୍ଗାଘରେ ଚକା ଜହ୍ନରେ
ଭଙ୍ଗାଘରେ ଚକା ଜହ୍ନ
ଭଙ୍ଗାଘରେ ଚକା ଜହ୍ନ ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବା ଦୁହି କାନ
ହାଏ... ତୁହି ମୋର୍ ଧନ ଫୁଲ ଚନ୍ଦନ ପୁରିଥିବ ଦୁହି କାନ
ଉଭୟ: ବାସୁ ଗାଁ ସାହି ଆମର୍ ପଡ଼ିଶା
ବାସୁ ଗାଁ ସାହି ଆମର୍ ପଡ଼ିଶା
ଜୂଈ ଜାଈ ମଲ୍ଲୀ ଅପରାଜିତା
ପୁ: ରଙ୍ଗବତୀ ରଙ୍ଗବତୀ
 
ଝି: ତୁମେ ମୋର୍ ହେଇଛ ଚକରି ଗୁନା
ମଲି ଦହନା
ସୁନା ବରନା
ମନର୍ ଝରନା ଗୋ ହେ...
ତୁମେ ମୋର୍ ହେଇଛ ଚକରି ଗୁନା
ମଲି ଦହନା
ସୁନା ବରନା
ମନର୍ ଝରନା ଗୋ
ପୁ: ମହ ମହକିଆ ହୀନାରେ
ମହ ମହକିଆ ହୀନା
ମହ ମହକିଆ ହୀନା ତୁହି ମୋର୍ ସୁନା ଗିଲେଥି ଗିନା ତୋର୍ ବିନେ ମୁହିଁ ବଣା
ହାଏ ତୁହି ମୋର୍ ସୁନା ଗିଲେଥି ଗିନା ତୋର୍ ବିନେ ମୁହିଁ ବଣା
ଉଭୟ: ନୂଆ ଗଢ଼ି ଦେମା ଭାରତ୍ ସୁରୁତା
ନୂଆ ଗଢ଼ି ଦେମା ଭାରତ୍ ସୁରୁତା
ଯୁଗେ ଯୁଗେ କଥା ଗାଏଁବା ଗୀତା
ପୁ: ରଙ୍ଗବତୀ ରଙ୍ଗବତୀ
ଏ ରଙ୍ଗବତୀରେ ରଙ୍ଗବତୀ
ହୋ ରଙ୍ଗବତୀରେ ରଙ୍ଗବତୀ
ହାଏ ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ଏ.. ରଙ୍ଗବତୀ ରଙ୍ଗବତୀ କନକଲତା ହସି ପଦେ କହଲୋ କଥା
ଝି: ହଏଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ଏ.. ଲାଜେ ଲାଜେ ଗୋ ଲାଜେ ଲାଜେ
ହାଏ ଲାଜେ ଲାଜେ ନଇଁ ଯାଉଛେ ମଥା ଗୋ
ନାଇଁକର ନାଇଁକର ଅଥା
ଏ.. ଲାଜେ ଲାଜେ ନଇଁଯାଉଛେ ମଥା ଗୋ
ନାଇଁକର ନାଇଁକର ଅଥା
ଉଭୟ: ସପନ ରଜାର୍ ସପନ
ସପନ ରଜାର୍ ସପନ
ରାନିର୍ ଲାଗି ସୁତା ମାଲେ ହେଲାନ ଗୁଁଥା
ପୁ: ରଙ୍ଗବତୀ ରଙ୍ଗବତୀ
ହେ ରଙ୍ଗବତୀରେ ରଙ୍ଗବତୀ
ଝି: ହୋଏ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ପୁ: ଏହେ ରଙ୍ଗବତୀରେ ରଙ୍ଗବତୀ
ଝି: ହୋଏ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ
ପୁ: ଏହେ ରଙ୍ଗବତୀରେ ରଙ୍ଗବତୀ
ଝି: ହୋଏ ଗୋ ଲାଜେ ଲାଜେ ଗୋ ଲାଜେ ଲାଜେ

ଆଧାର ସମ୍ପାଦନା

  1. http://www.odiamusic.com/OMNews/ramesh-mahananda/[permanent dead link]
  2. "ଆର୍କାଇଭ୍ କପି". Archived from the original on 2003-05-04. Retrieved 2012-11-17. {{cite web}}: Cite has empty unknown parameter: |1= (help)
  3. "ଲିଗାଲ୍ ନୋଟିସ୍ ପଠାଇଲେ ଗୀତିକାର, ସଂଗୀତଜ୍ଞ". ପ୍ରମେୟ ୦୬/୦୭/୨୦୧୫ ପୃଷ୍ଠା ୧୧. 6 July 2015. {{cite news}}: |access-date= requires |url= (help)
  4. "ଆର୍କାଇଭ୍ କପି". Archived from the original on 2012-11-09. Retrieved 2012-11-17. {{cite web}}: Cite has empty unknown parameter: |1= (help)
  5. http://www.odiamusic.com/OMNews/ramesh-mahananda/[permanent dead link]
  6. http://www.telegraphindia.com/1120602/jsp/odisha/story_15561051.jsp#.UKdkLmf_m7s
  7. http://www.odisha.com/archives/16466
  8. http://m.timesofindia.com/city/bhubaneswar/Social-media-abuzz-as-Korean-girls-dance-to-Rangabati-beats/articleshow/46955156.cms
  9. "'Gotro' song 'Rangabati' will surely lift your mood". timesofindia.indiatimes.com. times of india. Retrieved 20 September 2019.
  10. "ଆର୍କାଇଭ୍ କପି". Archived from the original on 2015-05-05. Retrieved 2015-07-05. {{cite web}}: Cite has empty unknown parameter: |1= (help)
  11. "'Rangabati' Promo - Ram Sampath - Coke Studio@MTV Season 4 Episode 4". Coca Cola Deutshland. 26 June 2015. Retrieved 3 July 2015.
  12. http://kanaknews.com/rangabati-new-version-sing-by-prangya-patra/
  13. "'Gotro' song 'Rangabati' crosses a social media milestone". timesofindia.indiatimes.com. The Times of India. Retrieved 24 February 2020.

ଅଧିକ ତଥ୍ୟ ସମ୍ପାଦନା