କ୍ରିଷ୍ଣା ପଟେଲ
କ୍ରିଷ୍ଣା ପଟେଲ (ଜନ୍ମ: ୨୮ ନଭେମ୍ବର ୧୯୫୭) ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ରଙ୍ଗବତୀ ଗୀତର ଗାୟିକ ଭାବରେ ସେ ପରିଚିତ । ଏହି ଗୀତ ସେ ଜିତେନ୍ଦ୍ର ହରିପାଲଙ୍କ ସହିତ ଗାଇଥିଲେ । ମିତ୍ରଭାନୁ ଗଉନ୍ତିଆ ଏହି ଗୀତଟିକୁ ରଚନା କରିଥିଲେ ଓ ପ୍ରଭୁଦତ୍ତ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧] ୨୦୨୩ ମସିହାରେ କ୍ରିଷ୍ଣାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ପ୍ରଦାନ କରାଯାଇଥିଲା ।[୨]
କ୍ରିଷ୍ଣା ପଟେଲ | |
---|---|
ଜନ୍ମ | ୨୮ ନଭେମ୍ବର ୧୯୫୭ |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ରଙ୍ଗବତୀ |
ପିତାମାତା | ଜନ୍ମେଜୟ ପଟେଲ, ସେହ୍ନଲତା ପଟେଲ |
ପୁରସ୍କାର | ପଦ୍ମଶ୍ରୀ - ୨୦୨୩ ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ - ୨୦୧୩ |
ବ୍ୟକ୍ତିଗତ ଜୀବନୀ
ସମ୍ପାଦନାକ୍ରିଷ୍ଣା ପଟେଲ ୧୯୫୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଜନ୍ମେଜୟ ପଟେଲ ଓ ମାତାଙ୍କ ନାମ ସେହ୍ନଲତା ପଟେଲ । ତାଙ୍କ ପୈତୃକ ଘର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା । ତାଙ୍କ ବାପା ଜଣେ ପୋଲିସ ଅଫିସର ଓ ମା’ ଗୃହିଣୀ ଥିଲେ । ମାତାଙ୍କର ସଙ୍ଗୀତରେ ରୁଚି ଥିଲା । ମାତାଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ସାତବର୍ଷ ବେଳୁ ସେ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଶିକ୍ଷାଲାଭ କରିଥିଲେ । ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷାସାରି ସେ କୁଚିଣ୍ଡା ବାଳିକା ଉଚ୍ଚବିଦ୍ୟାଳୟରୁ ମେଟ୍ରିକ ପରୀକ୍ଷା ପାସ କରିଥିଲେ । ବରଗଡ଼ ପଞ୍ଚାୟତ କଲେଜରୁ ସେ କଳାରେ ସ୍ନାତକ ଶିକ୍ଷାଲାଭ କରିଥିଲେ ।
ଗୁରୁ ଫକୀର ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ, ଶାସ୍ତ୍ରୀୟରେ ପ୍ରଦୀପ ପାତ୍ର, ଜ୍ଞାନରଞ୍ଜନ ମହାପାତ୍ର, ପ୍ରଫୁଲ ମିତ୍ର, ପ୍ରମୋଦ ମିଶ୍ର, ରତନ ପୂଜାରୀ ଏବଂ ସମ୍ବଲପୁର କଳାପରିଷଦରେ ଗୁରୁ ରଣଜିତ ଦାଶ, କୃପାସିନ୍ଧୁ ଗୁରୁ ଓ ଅରୁଣ ସେଠ ପ୍ରମୁଖଙ୍କଠାରୁ ସେ ସଂଗୀତ ଶିକ୍ଷା ଲାଭ କରିଥିଲେ ।
ସଙ୍ଗୀତ ଜୀବନ
ସମ୍ପାଦନାକ୍ରିଷ୍ଣା ମୁଖ୍ୟତଃ ସମ୍ବଲପୁରୀ ଗୀତ ଗାଇଥାନ୍ତି । କିନ୍ତୁ ଆଧୁନିକ, କ୍ଲାସିକ ଓ ଭଜନ ମଧ୍ୟ ଗାଆନ୍ତି । ୧୯୭୭/୭୮ମସିହା ବେଳକୁ ରଙ୍ଗବତୀ ଗୀତକୁ ଆକାଶବାଣୀ ସମ୍ବଲପୁରକେନ୍ଦ୍ରରେ ଗାଇବାପାଇଁ ସୁଯୋଗ ମିଳିଥିଲା । ରସର କେଲି, ଲରୀ ମଟର, ଆହେ କଳାକାହ୍ନୁ ଓ ରସ ଜାମୁଡାଳିରେ ଆଦି ଶତାଧିକ ଗୀତ ସେ ଗାଇଛନ୍ତି । ଅସ୍ତରାଗ ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଛନ୍ତି ।
ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସେ ଜଣେ ଏ-ଗ୍ରେଡ଼ କଳାକାର ଓ ଲୋକଗୀତ କଣ୍ଠଶିଳ୍ପୀ ।
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ପଦ୍ମଶ୍ରୀ - ୨୦୨୩[୨]
- ଓଡ଼ିଶା ସଙ୍ଗୀତ ନାଟକ ସମ୍ମାନ - ୨୦୧୩
- ଡକ୍ଟରେଟ - ୨୦୧୫ (ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)
- ଉତ୍କଳପ୍ରଜ୍ଞା (ଦୂରଦର୍ଶନ ଭୁବନେଶ୍ୱର)
- ଭାରତ ମସଲା ତରଫରୁ ପୁରସ୍କୃତ[୩]
ଆଧାର
ସମ୍ପାଦନା- ↑ "And the singer sings his song". The Hindu. Archived from the original on 2017-12-07. Retrieved 2022-03-07.
{{cite news}}
:|archive-date=
/|archive-url=
timestamp mismatch; 2012-10-06 suggested (help) - ↑ ୨.୦ ୨.୧ https://www.padmaawards.gov.in/Content/PadmaAwardees2023.pdf
- ↑ "ବ୍ୟକ୍ତିତ୍ୱ ରଙ୍ଗବତୀର ଗାୟିକା". www.dharitri.com. ଧରିୟ୍ରୀ. Archived from the original on 30 September 2021. Retrieved 30 September 2021.