ମିତ୍ରଭାନୁ ଗୌନ୍ତିଆ

ଓଡ଼ିଆ ଗୀତିକାର
(ମିତ୍ରଭାନୁ ଗଉନ୍ତିଆରୁ ଲେଉଟି ଆସିଛି)

ମିତ୍ରଭାନୁ ଗଉନ୍ତିଆ (ଜନ୍ମ: ୧୭ ମାର୍ଚ୍ଚ ୧୯୪୨) ଜଣେ ଭାରତୀୟ ସମ୍ବଲପୁରୀଓଡ଼ିଆ ଗୀତିକାର ତଥା ନାଟ୍ୟକାର । ସେ ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣି ତଥା ସାମାଜିକ ପରମ୍ପରାକୁ ନେଇ ସମ୍ବଲପୁରୀ ଗୀତ ଓ ଗୀତୀନାଟ୍ୟ ରଚନା କରିଛନ୍ତି । ୨୦୨୦ ମସିହାରେରେ ସେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ ।[]

ମିତ୍ରଭାନୁ ଗଉନ୍ତିଆ
ମିତ୍ରଭାନୁ ଗଉନ୍ତିଆ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ
ଜନ୍ମ
ମିତ୍ରଭାନୁ ଗଉନ୍ତିଆ

(1942-03-17) ୧୭ ମାର୍ଚ୍ଚ ୧୯୪୨ (ବୟସ ୮୨)
ବୃତ୍ତିଗୀତିକାର
ସକ୍ରିୟ ବର୍ଷ୧୯୭୧ରୁ-ଏବେଯାଏଁ
ପୁରସ୍କାରପଦ୍ମଶ୍ରୀ (୨୦୨୦)

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ମିତ୍ରଭାନୁ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରଙ୍ଗବତୀ ବିଲୁଙ୍ଗ (ପୁରୁଣା ନାମ ବିଲୁଙ୍ଗ) ଗ୍ରାମରେ ୧୯୪୨ ମସିହା ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥଲେ । ୧୨ ବର୍ଷ ବୟସରେ ଉଚ୍ଚ ପ୍ରାଥମିକ ଶିକ୍ଷା ସମାପନ କରି ସେ ସମ୍ବଲପୁରୀ ଭାଷାରେ ଛୋଟ ଛୋଟ ଗୀତ ରଚନା କରିବା ଆରମ୍ଭ କରିଥିଲେ । ସେତେବେଳେ ସମ୍ବଲପୁରର ଏହି ପଲ୍ଲୀ ଅଞ୍ଚଳରେ ଦୂରଦର୍ଶନ ଲୋକଙ୍କ ପାଖରେ ପହଞ୍ଚି ନ ଥିଲା । ଲୋକଙ୍କ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ । ୧୯୭୧ ମସିହାରେ ସମ୍ବଲପୁର ଆକାଶବାଣୀ ସମ୍ବଲପୁର ତାଙ୍କୁ ସ୍ୱୀକୃତିପ୍ରାପ୍ତ ଗୀତିକାର ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲା । ସମ୍ବଲପୁରୀରେ ପ୍ରାୟ ୧୦୦୦ରୁ ଅଧିକ ଗୀତ ରଚନା କରିବା ପରେ ସେ ୧୯୮୩ ମସିହାରେ ଗୀତିନାଟ୍ୟ ରଚନା କରିବା ଆରମ୍ଭ କଲେ । ତାଙ୍କ ରଚିତ ପ୍ରଥମ ଗୀତିନାଟ୍ୟ ହେଉଛି ଭାଇ ଜିଉନ୍ତିଆ । ସାହିତ୍ୟ ମାଧ୍ୟମରେ ସମାଜରେ ସଂସ୍କାର ଆଣିବା ପାଇଁ ସେ ପ୍ରୟାସ କରିଛନ୍ତି । ଜଙ୍ଗଲ କ୍ଷୟ ରୋକିବା ଦିଗରେ ସେ ଜନ ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଝାରବଣିଆ ନାମରେ ଏକ ଗୀତିନାଟ୍ୟ ରଚନା କରିଥିଲେ । ଏହି ଗୀତିନାଟ୍ୟର ଲୋକପ୍ରିୟତା ଫଳରେ ବନୀକରଣ ଯୋଜନାରେ ସମ୍ବଲପୁରର ଜଙ୍ଗଲ ବିଭାଗ ୧୯୯୧ ମସିହାରେ "ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର" ଲାଭ କରିଥିଲା ।[] ତାଙ୍କ ସମ୍ମାନରେ ତାଙ୍କ ଜନ୍ମଭୂମି ବିଲୁଙ୍ଗ ଗ୍ରାମକୁ ଓଡ଼ିଶା ସରକାର ୨୦୨୦ ମସିହା ଜୁଲାଇ ମାସରେ "ରଙ୍ଗବତୀ ବିଲୁଙ୍ଗ" ନାମରେ ପୁନଃନାମକରଣ କରିଥିଲେ ।[]

ରଚନାବଳୀ

ସମ୍ପାଦନା

ଗୀତିନାଟ୍ୟ

ସମ୍ପାଦନା

ତାଙ୍କ ରଚିତ ଅନେକ ଗୀତିନାଟ୍ୟ ହେଉଛି:

  • ଭାଇ ଜିଉନ୍ତିଆ
  • ଦ୍ରୌପଦୀ ହରଣ
  • ତ୍ରୀପୁର ସୁନ୍ଦରୀ
  • ଝାରବଣୀଆ
  • ସୁନାର ସକାଳ
  • ମନ୍ତ୍ରୀ ଆସ୍‌ବେ
  • କୃଷ୍ଣ ଅବତାର
  • ମହୀଷା ନାସିନୀ
  • ଗମ୍ଭିରୀବିଜେ
  • କେଳୀକଦମ୍ବ
  • ରଙ୍ଗକେଳୀ

ଗୀତ ରଚନା

ସମ୍ପାଦନା

ଅନେକ ଲୋକପ୍ରିୟ ସମ୍ବଲପୁରୀ ଗୀତ ସେ ରଚନା କରିଛନ୍ତି । ତେବେ ରଚିତ ରଙ୍ଗବତୀ ଗୀତ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ଆନ୍ଧ୍ର ପ୍ରଦେଶଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । ଜିତେନ୍ଦ୍ର ହରିପାଲ ଏବଂ କ୍ରୀଷ୍ଣା ପଟେଲ 'ରଙ୍ଗବତୀ' ଗୀତ ଗାଈ ପ୍ରସିଦ୍ଧ ହେଇଥିଲେ । ରଙ୍ଗବତୀ ଗୀତଟି ୨୦୦୭ ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା ଝାଙ୍କିରେ ବଜାଯାଇଥିଲା । [] ଏହା ଅନ୍ୟ ରାଜ୍ୟ ତଥା ବିଦେଶରେ ଆଦୃତ ହୋଇଥିଲା । ବିବିସି ଲଣ୍ଡନ କେନ୍ଦ୍ରରୁ ଏହି ଗୀତର ପ୍ରସାରଣ କରାଯାଇଥିଲା ।[] । ଜିତେନ୍ଦ୍ରୀୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।[] ସତୁରୀ ଓ ଅଶୀ ଦଶକରେ ଏହା ବିଶେଷ ଲୋକପ୍ରିୟତା ଲାଭ କରିଥିଲା । ଅଧୁନା ବାହାଘର ରୋଷଣୀ ଓ ମୂର୍ତ୍ତି ଭସାଣି ଆଦିରେ ଏହି ଗୀତ ବାଜିଥାଏ । ଦକ୍ଷିଣ କୋରିଆରେ ସପ୍ତମ ବିଶ୍ୱ ଜଳ ଫୋରମ ଅବସରେ କୋରିଆର ନର୍ତ୍ତକୀମାନେ ରଙ୍ଗବତୀର ତାଳରେ ନୃତ୍ୟ ପରିବେଷଣ କରିଥିଲେ ।[] ତେଲୁଗୁ ଭାଷାରେ ନିର୍ମିତ ଏକ ଚଳଚ୍ଚିତ୍ରରେ ମଧ୍ୟ ସ୍ଥାନ ପାଇଥିଲା ।[]

  1. "Odisha's 'Rangabati' duo brings in two Padma awards". www.newindianexpress.com. The New Indian Express. Retrieved 24 February 2020.
  2. "Mitrabhanu Gountia: The epitome of Sambalpuri culture". The Barpali Days. Retrieved 22 February 2020.
  3. Pioneer, The. "Lyricist's village renamed 'Rangabati Bilung'". The Pioneer (in ଇଂରାଜୀ). Retrieved 2023-03-28.
  4. http://www.odiamusic.com/OMNews/ramesh-mahananda/[permanent dead link]
  5. http://www.telegraphindia.com/1120602/jsp/odisha/story_15561051.jsp#.UKdkLmf_m7s
  6. http://www.odisha.com/archives/16466
  7. http://m.timesofindia.com/city/bhubaneswar/Social-media-abuzz-as-Korean-girls-dance-to-Rangabati-beats/articleshow/46955156.cms
  8. "Things to know about Rangabati Rangabati Song | OdiaLive". www.odialive.com. 6 July 2015. Retrieved 22 February 2020.

ବାହାର ଆଧାର

ସମ୍ପାଦନା