ରଘୁପତି ରାଘବ ରାଜାରାମ (ଓଡ଼ିଆ କଥାଚିତ୍ର)
ରଘୁପତି ରାଘବ ରାଜାରାମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହା ସାର୍ଥକର ୧୪ ତମ ଚଳଚ୍ଚିତ୍ର ଥିଲା ।[୨] ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ ଶ୍ରୀକାନ୍ତ ଗୌତମ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ରଘୁପତି ରାଘବ ରାଜାରାମ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ସୀତାରମ ଅଗ୍ରୱାଲ |
ସଂଳାପ | ଶ୍ରୀକାନ୍ତ ଗୌତମ |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କଳାକାର | ସିଦ୍ଧାନ୍ତ ମହାପାତ୍ର ରିୟା ଦେ ପୁପିନ୍ଦର ସିଂହ ମିହିର ଦାସ ଅନିତା ଦାସ ତୃପ୍ତି ସିହ୍ନା |
ସଙ୍ଗୀତ | ବିକାଶ ଦାସ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୮ ଅଗଷ୍ଟ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ରିୟା ଦେ[୪], ପୁପିନ୍ଦର ସିଂହ[୫], ରୂପାଲି, ଦେବାଶିଷ, ଦେବସ୍ମିତା ପଣ୍ଡା[୬][୭] ଆଦି କଳାକାରମାନେ ଅଭିନୟ କରିଥିଲେ । ମିହିର ଦାସ, ଅନିତା ଦାସ, ତୃପ୍ତି ସିହ୍ନା, ତପସ୍ୱିନୀ ମିଶ୍ର, ମନିଷା ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
ସମ୍ପାଦନା- ସିଦ୍ଧାନ୍ତ ମହାପାତ୍ର
- ରିୟା ଦେ
- ପୁପିନ୍ଦର ସିଂହ[୮]
- ମିହିର ଦାସ
- ଅନିତା ଦାସ
- ତପସ୍ୱିନୀ ମିଶ୍ର
- ଦେବସ୍ମିତା ପଣ୍ଡା
- ଦେବାଶିଷ ପାତ୍ର
- ମନିଷା ସାମନ୍ତରାୟ
- ତୃପ୍ତି ସିହ୍ନା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଚୋରି କରୁ କରୁ" | |
2. | "ଚୋରି ତ କରିନି" | |
3. | "ଜୀବନରେ କିଛି ବି" | |
4. | "ନିଃଶ୍ୱାସ ଥିଲା" | |
5. | "ଶୁଣେନା ଶୁଣେନା" |
ଆଧାର
ସମ୍ପାଦନା- ↑ "ଓଲିଉଡ୍ @୨୦୧୫". Odisha Reporter. 29 December 2015. Retrieved 25 August 2017.
- ↑ ୨.୦ ୨.୧ "Raghupati Raghaba Rajaram (ରଘୁପତି ରାଘବ ରାଜାରାମ) - 2015 Romantic Action Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 25 August 2017.
- ↑ "ନୂଆ ଓଡ଼ିଆ ସିନେମା 'କିଛି କହିବାର ଅଛି'". ନିର୍ଭୟ. No. ରବିବାର. OMDB (Twitter). 26 June 2022. Retrieved 5 December 2022.
- ↑ "ନିରାଶ ହେଲେ ରୀୟା". ସମ୍ବାଦ. 16 October 2016. Archived from the original on 2 August 2017. Retrieved 25 August 2017.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ↑ "ଫେରିଲେ ଦେବସ୍ମିତା". ସମ୍ବାଦ. 11 November 2016. Archived from the original on 28 August 2017. Retrieved 25 August 2017.
- ↑ "ଦିଲକା ରାଜାର ମହୁରତ". Ollywood Maza. 22 October 2016. Archived from the original on 28 August 2017. Retrieved 25 August 2017.
- ↑ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ରଘୁପତି ରାଘବ ରାଜାରାମ