ରଘୁନାଥ ପଟ୍ଟନାୟକ
ରଘୁନାଥ ପଟ୍ଟନାୟକ (୫ ଫେବୃଆରୀ ୧୯୨୯ - ୧୨ ମଇ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୭୪, ୧୯୭୭, ୧୯୮୦, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୬ଷ୍ଠ, ୭ମ, ୮ମ, ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ରଘୁନାଥ ପଟ୍ଟନାୟକ | |
---|---|
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦୦୦ | |
ପୂର୍ବ ଅଧିକାରୀ | ଗୁପ୍ତ ପ୍ରସାଦ ଦାସ |
ପର ଅଧିକାରୀ | ରବିନାରାୟଣ ନନ୍ଦ |
ନିର୍ବାଚନ ମଣ୍ଡଳୀ | ଜୟପୁର |
ବିଧାୟକ: ୬ଷ୍ଠ, ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୮୫ | |
ପୂର୍ବ ଅଧିକାରୀ | ଗୁପ୍ତ ପ୍ରସାଦ ଦାସ |
ପର ଅଧିକାରୀ | ପ୍ରତାପ ନାରାୟଣ ସିଂହ ଦେଓ |
ନିର୍ବାଚନ ମଣ୍ଡଳୀ | ଜୟପୁର |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ଏନ. ରାମଶସେୟା |
ପର ଅଧିକାରୀ | ଲାଇଚନ ନାଏକ, ହରିହର ମିଶ୍ର |
ନିର୍ବାଚନ ମଣ୍ଡଳୀ | ଜୟପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ଫେବୃଆରୀ ୧୯୨୯ |
ମୃତ୍ୟୁ | ୧୨ ମଇ ୨୦୧୬ | (ବୟସ ୮୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
ଜୀବନ ସାଥୀ | କୃଷ୍ଣା କୁମାରୀ ପଟ୍ଟନାୟକ |
ବାପା/ବୋଉ | ଦାମୋଦର ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାରଘୁନାଥ ପଟ୍ଟନାୟକ ୧୯୨୯ ମସିହାର ଫେବୃଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ପଟ୍ଟନାୟକ ଓ ପତ୍ନୀଙ୍କ ନାମ କୃଷ୍ଣା କୁମାରୀ ପଟ୍ଟନାୟକ ।[୧]
ରାଜନୈତିକ ଜୀବନ
ସମ୍ପାଦନାରଘୁନାଥ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧] ୧୯୮୦ରୁ ୧୯୮୫ ଯାଏଁ ଏବଂ ୧୯୯୫ରୁ ୨୦୦୦ ମସିହା ଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ଜୟପୁର | |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଜୟପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଜୟପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଜୟପୁର | କଂଗ୍ରେସ (ଇ) |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଜୟପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଜୟପୁର | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ
ସମ୍ପାଦନାରଘୁନାଥ ପଟ୍ଟନାୟକ ୨୦୧୬ ମସିହାର ମଇ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Raghunath Patnaik". odishaassembly.nic.in. Odisha Assembly. Retrieved 24 March 2022.
- ↑ "Former Odisha minister Raghunath Patnaik passes away". The New Indian Express. 12 May 2016. Retrieved 24 March 2022.