ଯୋଉଠି ତୁ ସେଇଠି ମୁଁ
ଯୋଉଠି ତୁ ସେଇଠି ମୁଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ସାବିତ୍ରୀ ପିକ୍ଚରସ୍ ବ୍ୟାନରରେ ନିର୍ମିତ ହୋଇଥିବା ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅନୁପମା ରାଉତ । ଚଳଚ୍ଚିତ୍ରଟିର କାହାଣୀ ନିଜେ ଅନୁପମା ରଚନା କରଥିଲେ ଏବଂ ସଂଳାପ ଲେଖିଥିଲେ ବିଜୟ ମଲ୍ଲ । ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ କୁମାର ରାଉତ[୨] ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ । ଗୀତିକାର ବିଜୟ ମଲ୍ଲ, ପଞ୍ଚାନନ ନାୟକ ଏବଂ ନିଜାମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିନୋଦ ରାଠୋଡ଼, ପାମେଲା ଜୈନ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଯୋଉଠି ତୁ ସେଇଠି ମୁଁ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ କୁମାର ରାଉତ |
ପ୍ରଯୋଜକ | ଅନୁପମା ରାଉତ |
ସଂଳାପ | ବିଜୟ ମଲ୍ଲ |
ଚିତ୍ରନାଟ୍ୟ | ସୁଶାନ୍ତ କୁମାର ରାଉତ |
କାହାଣୀ | ଅନୁପମା ରାଉତ |
କଳାକାର | ୟଶ୍ ମିଶ୍ର, ଅଞ୍ଜନା ସିଂହ, ଶ୍ରୀତମ ଦାସ, ଅନରା ଗୁପ୍ତା, ସୀମା ସିଂହ, ଗୋପଳ ରାଇ, ଅଇୟାଜ୍ ଖାନ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସରୋଜ ଦାସ |
ସଙ୍ଗୀତ | ବୈଦ୍ୟନାଥ ଦାସ |
ଚିତ୍ରଗ୍ରହଣ | ବି. ସତୀଶ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ୟଶ୍ ମିଶ୍ର[୪] ଏବଂ ଅଞ୍ଜଳୀ ମିଶ୍ର ।[୫] ନବାଗତା ଅଞ୍ଜନା ସିଂହ, ଶ୍ରୀତମ ଦାସ, ଅନରା ଗୁପ୍ତା, ସୀମା ସିଂହ, ଗୋପଳ ରାଇ, ଅଇୟାଜ୍ ଖାନ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସରୋଜ ଦାସ ଆଦି କଳକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ୨୦୧୬ର ନବବର୍ଷ ସମୟରେ ଜାନୁଆରୀ ୧'ରେ ଏହି ଚଳଚ୍ଚିତ୍ରଟି ଓଡ଼ିଶାର ୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫] ଏହି ଚଳଚ୍ଚିତ୍ରଟି ଉଭୟ ଓଡ଼ିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିଥିଲା । ଭୋଜପୁରୀ ଭାଷାରେ ଏହି ଚଳଚ୍ଚିତ୍ରର ନାମ 'ହମ୍କା ଇସ୍କ ହୁଆ ହୈ ୟାରୋଁ' ରଖାଯାଇଥିଲା ।[୫][୩]
ଅଭିନୟ
ସମ୍ପାଦନା- ୟଶ୍ ମିଶ୍ର
- ଅଞ୍ଜଳି ମିଶ୍ର
- ଅଞ୍ଜନା ସିଂହ
- ଶ୍ରୀତମ ଦାସ
- ଅନରା ଗୁପ୍ତା
- ସୀମା ସିଂହ
- ଗୋପଳ ରାଇ
- ଅଇୟାଜ୍ ଖାନ
- ହରିହର ମହାପାତ୍ର
- ପିଣ୍ଟୁ ନନ୍ଦ
- ସରୋଜ ଦାସ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ । ଗୀତିକାର ବିଜୟ ମଲ୍ଲ, ପଞ୍ଚାନନ ନାୟକ ଏବଂ ନିଜାମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିନୋଦ ରାଠୋଡ଼, ପାମେଲା ଜୈନ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ତୋ ଦେହର ପାଟ ଶାଢ଼ୀ" | |
2. | "ସୁଖ ତ" | |
3. | "ପ୍ରେମ ନୁହେଁ" | |
4. | "ଦିଲ୍ ମେରା" | |
5. | "ବରଷ ଯା" | |
6. | "ଯୋଉଠି ତୁ ସେଇଠି ମୁଁ" |
ଆଧାର
ସମ୍ପାଦନା- ↑ "ଆଠ ମାସରେ କୋଡ଼ିଏ ସିନେମା". ସମ୍ବାଦ. 4 September 2016. Archived from the original on 3 August 2017. Retrieved 31 July 2017.
- ↑ "ଓଲିଉଡ୍ ପାଇଁ ଏସବୁ ଛବି ଥିଲା ଆକସ୍ମିକ". ସମ୍ବାଦ. 23 December 2016. Archived from the original on 27 July 2017. Retrieved 31 July 2017.
- ↑ ୩.୦ ୩.୧ ୩.୨ "Jouthi Tu Seithi Mu". Odia Movie Database. Archived from the original on 3 August 2017. Retrieved 31 July 2017.
- ↑ "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍ରେ କ୍ୟାରିଅର୍ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 25 July 2017. Retrieved 31 July 2017.
- ↑ ୫.୦ ୫.୧ ୫.୨ "ରିଲିଜ୍ ହେଲା ୨୦୧୬ର ପ୍ରଥମ ସିନେମା 'ଯୋଉଠି ତୁ ସେଇଠି ମୁଁ'". Odia Reporters. 1 January 2016. Retrieved 31 July 2017.
- ↑ "Jouthi Tu Seithi Mu (ଯୋଉଠି ତୁ ସେଇଠି ମୁଁ) - 2016 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 31 July 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଯୋଉଠି ତୁ ସେଇଠି ମୁଁ