ମ୍ୟୁକୋର୍‌ମାଇକୋସିସ୍

ଏହା ଏକ କବକ ରୋଗ ଯାହା ମ୍ୟୁକୋରାଲେସ ଫିମ୍ପି ଯୋଗୁ ହୁଏ ।

ମ୍ୟୁକୋରମାଇକୋସିସ୍, (ପୂର୍ବରୁ ଜାଇଗୋମାଇକୋସିସ୍ [୧] ନାମରେ ଜଣାଶୁଣା ଥିଲା ଏବଂ ଅଧୁନା କଳା ଫଙ୍ଗସ୍ ନାମରେ,[୩] ପରିଚିତ) ଏକ ଗୁରୁତର କବକ ବା ଫଙ୍ଗାଲ୍ ସଂକ୍ରମଣ ଯାହା ସାଧାରଣତଃ ସଂକ୍ରମଣ ସହିତ ମୁକାବିଲା କରିବାର କ୍ଷମତା କମ୍ ଥିବା ଲୋକମାନଙ୍କଠାରେ ହୁଏ | [୬] ଶରୀରର ସଂକ୍ରମିତ ଅଂଶ ଉପରେ ଏହାର ଲକ୍ଷଣ ନିର୍ଭର କରେ । ଏହା ସାଧାରଣତଃ ଅସ୍ଥି କୋଟର ବା ସାଇନସ୍ ଏବଂ ମସ୍ତିଷ୍କକୁ ସଂକ୍ରମିତ କରେ ଯାହା ଫଳରେ ନାକରୁ କ୍ଷରଣ ହୁଏ, ଗୋଟିଏ ପାର୍ଶ୍ୱ ମୁଖ ଫୁଲିଯାଏ ଓ ଯନ୍ତ୍ରଣା ହୁଏ, ମୁଣ୍ଡବିନ୍ଧା, ଜ୍ୱର ଏବଂ ତନ୍ତୁ ମୃତ୍ୟୁ ହୁଏ | [୪] [୮] ଫୁସଫୁସ, ପେଟ ଏବଂ ଅନ୍ତନଳୀ ଏବଂ ଚର୍ମକୁ ମଧ୍ୟ ଏହି ରୋଗ ସଂକ୍ରମିତ କରିପାରେ। [୮]

Mucormycosis
Zygomycosis,[୧] black fungus[୨][୩]
Periorbital mucormycosis
ବିଭାଗInfectious disease
ଲକ୍ଷଣRunny nose, black area of skin, facial swelling, headache, fever, cough[୪][୫]
କାରଣFungi of the Mucorales type[୧]
ବିପଦ କାରକDiabetes, HIV/AIDS, lymphoma, iron overload, organ transplant, long-term steroids[୬]
ରୋଗ ନିର୍ଣ୍ଣୟ ପଦ୍ଧତିBiopsy, culture[୪]
ସଠିକ ରୋଗ ନିର୍ଣ୍ଣୟOrbital cellulitis, cavernous sinus thrombosis, aspergillosis[୬]
ପ୍ରତିକାରFace masks, avoiding contact with soil or water-damaged buildings[୭]
ଚିକିତ୍ସାAmphotericin B, surgical debridement[୧]
ପୁନଃପୌନିକRare[୧]

ସାଧାରଣତଃ ପ୍ରଶ୍ୱାସରେ ନେବା ଯୋଗୁ, ଦୂଷିତ ଖାଦ୍ୟ ଖାଇବା କିମ୍ବା ଖୋଲା କ୍ଷତରେ ମୁକୋରାଲେସ୍ ପ୍ରକାରର ଲୋଲ୍ଡ ବା ଛାଞ୍ଚଦ୍ୱାରା ବିସ୍ତାର ପ୍ରାପ୍ତ ହୁଏ | [୯] ଏହି କବକଗୁଡିକ ସାଧାରଣତଃ ପଚା ଫଳ ଏବଂ ପନିପରିବା, ପତ୍ର ଏବଂ ପଶୁ ଖତରେ ଥାଏ | ଏହା ଲୋକମାନଙ୍କ ପରସ୍ପର ମଧ୍ୟରେ ସଂକ୍ରମିତ ହୁଏ ନାହିଁ | ମଧୁମେହ, ଲିମ୍ଫୋମା, ଅଙ୍ଗ ପ୍ରତିରୋପଣ, ଆଇରନ୍ ଓଭରଲୋଡ୍, ଏଚ୍.ଆଇ.ଭି / ଏଡସ୍ ଏବଂ ଦୀର୍ଘକାଳୀନ ଷ୍ଟୋରଏଡ ବ୍ୟବ‌ହାର କିମ୍ବା ଇମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରୁଥିବା ଲୋକଙ୍କର ଏହି ରୋଗ ସଙ୍କଟ ଥାଏ । [୬] ବାୟୋପ୍ସି ଓ କଲଚରଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗର ପରିସୀମା ଓ ପରିମାଣ ନିର୍ଦ୍ଧାରଣ କରାଯାଏ ।[୪]

ଚିକିତ୍ସାରେ ସାଧାରଣତଃ ଆମ୍ଫୋଟେରାଇସିନ୍ ବି ଦିଆଯାଏ ଏବଂ ଅସ୍ତ୍ରୋପଚାର କରି କ୍ଷତରେ ଥିବା ଆବର୍ଜନା ନିଷ୍କାସନ କରାଯାଏ | [୧] ପ୍ରତିଷେଧ ନିମନ୍ତେ ଧୂଳିପୂର୍ଣ୍ଣ ଅଞ୍ଚଳରେ ଫେସ୍ ମାସ୍କ ପିନ୍ଧିବା, ଜଳ ନଷ୍ଟ କରୁଥିବା ଅଟ୍ଟାଳିକା ସହିତ ସମ୍ପର୍କକୁ ଏଡ଼ାଇବା ଏବଂ ବଗିଚା କିମ୍ବା କିଛି ବାହ୍ୟ କାର୍ଯ୍ୟ ସମୟରେ ଚର୍ମକୁ ମୃତ୍ତିକାର ସଂସ୍ପର୍ଶରେ ନ ଆସିବା ନିମନ୍ତେ ସୁରକ୍ଷା ଦେବା ଆବଶ୍ୟକ ହୁଏ ।[୭] ଏହା ଦ୍ରୁତଗତିରେ ଅଗ୍ରଗତି କରିବାକୁ ଲାଗେ ଏବଂ ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ସାଇନସ୍ ରୋଗରେ ଏବଂ ବ୍ୟାପକ ସଂକ୍ରମଣର ପ୍ରାୟ ସମସ୍ତ କ୍ଷେତ୍ରରେ ସାଂଘାତିକ ସାବ୍ୟସ୍ତ ହୁଏ |

ସାନ ଫ୍ରାନ୍ସିସ୍କୋରେ ପ୍ରତି ଏକ ନିୟୁତ ଲୋକଙ୍କ ମଧ୍ୟରେ ୨ ଜଣକୁ ପ୍ରଭାବିତ କରିପାରୁଥିବା ମ୍ୟୁକୋରମାଇକୋସିସ୍ ଏକ ବିରଳ ରୋଗ ଅଟେ | [୧] ତଥାପି ଏହା ଭାରତରେ ପ୍ରାୟ ୮0 ଗୁଣ ଅଧିକ ହୁଏ । [୧୦] ଅପରିପକ୍ୱ ଶିଶୁଙ୍କ ସମେତ ଯେ କୌଣସି ବୟସର ଲୋକମାନେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇପାରନ୍ତି | [୧]ମ୍ୟୁକୋରମାଇକୋସିସ୍ ରୋଗର ପ୍ରଥମ ବର୍ଣ୍ଣନା ଫ୍ରିଡ୍ରିକ କୁସେନମେଇସ୍ଟର (Friedrich Küchenmeister) ୧୮୫୫ ମସିହାରେ କରିଥିଲେ ।[୧୧] ପ୍ରାକୃତିକ ବିପର୍ଯ୍ୟୟ ଯେପରିକି ୨୦୦୪ ଭାରତ ମହାସାଗରରେ ସୁନାମି ଏବଂ ୨୦୧୧ର ମିସୋରୀ ଘୂର୍ଣ୍ଣିବଳୟ ସମୟରେ ଏହି ରୋଗ ସାଧାରଣତଃ ଦେଖାଯାଏ | [୧୨] କୋଭିଡ-୧୯ ମହାମାରୀ ସମୟରେ ଅନେକ କ୍ଷେତ୍ରରେ ଇମ୍ୟୁନୋସପ୍ରେସିଭ ଚିକିତ୍ସା ଗ୍ରହଣ କରୁଥିବା ଲୋକମାନେ ଏହି ରୋଗର ଶିକାର ହୋଇଥିବା ବିଷୟ ଡିସେମ୍ବର ୨୦୨୦ ମସିହାରେ ଭାରତରେ ରିପୋର୍ଟ ହୋଇଥିଲା [୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Mucormycosis". NORD (National Organization for Rare Disorders). Archived from the original on 14 May 2021. Retrieved 14 May 2021.
  2. Dyer, Owen (13 May 2021). "Covid-19: India sees record deaths as "black fungus" spreads fear" (PDF). British Medical Journal. 373 (1238). doi:10.1136/bmj.n1238.
  3. ୩.୦ ୩.୧ ୩.୨ Quarterly Current Affairs Vol. 4 - October to December 2020 for Competitive Exams. Vol. 4. Disha Publications. 2020. p. 173. ISBN 978-93-90486-29-8.
  4. ୪.୦ ୪.୧ ୪.୨ ୪.୩ Grossman, Marc E.; Fox, Lindy P.; Kovarik, Carrie; Rosenbach, Misha (2012). "1. Subcutaneous and deep mycoses: Zygomucosis/Mucormycosis". Cutaneous Manifestations of Infection in the Immunocompromised Host (in English) (2nd ed.). Springer. pp. 51–58. ISBN 978-1-4419-1577-1.{{cite book}}: CS1 maint: unrecognized language (link)
  5. "Symptoms of Mucormycosis". www.cdc.gov (in ଆମେରିକୀୟ ଇଂରାଜୀ). 14 January 2021. Archived from the original on 14 May 2021. Retrieved 14 May 2021.
  6. ୬.୦ ୬.୧ ୬.୨ ୬.୩ Hernández, JL; Buckley, CJ (January 2021). "Mucormycosis". PMID 31335084. {{cite journal}}: Cite journal requires |journal= (help)
  7. ୭.୦ ୭.୧ "People at Risk For Mucormycosis and prevention". www.cdc.gov (in ଆମେରିକୀୟ ଇଂରାଜୀ). 2 February 2021. Archived from the original on 14 May 2021. Retrieved 14 May 2021.
  8. ୮.୦ ୮.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2021Sym ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. Reid, Gail; Lynch, Joseph P.; Fishbein, Michael C.; Clark, Nina M. (February 2020). "Mucormycosis". Seminars in Respiratory and Critical Care Medicine (in ଇଂରାଜୀ). 41 (1): 99–114. doi:10.1055/s-0039-3401992. ISSN 1098-9048. PMID 32000287.
  10. Skiada, Anna; Pavleas, Ioannis; Drogari-Apiranthitou, Maria (2 November 2020). "Epidemiology and Diagnosis of Mucormycosis: An Update". Journal of Fungi. 6 (4). doi:10.3390/jof6040265. ISSN 2309-608X. PMID 33147877.{{cite journal}}: CS1 maint: unflagged free DOI (link)
  11. Chander, Jagdish (2018). "26. Mucormycosis". Textbook of Medical Mycology (in ଇଂରାଜୀ) (4th ed.). New Delhi: Jaypee Brothers Medical Publishers Ltd. pp. 534–596. ISBN 978-93-86261-83-0.
  12. Dannaoui, Eric; Lackner, Michaela (March 2020). "Special Issue: Mucorales and Mucormycosis". Journal of Fungi (in ଇଂରାଜୀ). 6 (1): 6. doi:10.3390/jof6010006.{{cite journal}}: CS1 maint: unflagged free DOI (link)