ମାତୃକା
ମାତୃକା (ଇଂରାଜୀ ଭାଷାରେ Matrikas (singular Matrika, Sanskrit: मातृका, IAST: mātṝkā, ସାହିତ୍ୟରେ ସ୍ୱର୍ଗୀୟ ମାତା)[୨] ଅନ୍ୟ ନାମ ମାତର ବା ମାତ୍ରି ଏକ ହିନ୍ଦୁ ଦେବୀ ଦଳକୁ ବୁଝାଏ ଯେଉଁମାନଙ୍କ ବିଷୟରେ ହିନ୍ଦୁ ଧର୍ମରେ ସର୍ବଦା ବର୍ଣ୍ଣନା ଥାଏ । ବିଭିନ୍ନ ମାତୃକା ଭାବରେ ଆଦି ପରାଶକ୍ତି ପ୍ରକଟ ହୁଅନ୍ତି । ହିନ୍ଦୁ ଦେବତାଙ୍କର ଶକ୍ତି ଗୁଡ଼ିକ ସାକାର ହୋଇ ମାତୃକା ରୂପ ଧାରଣ କରନ୍ତି ଯେପରିକି ବ୍ରହ୍ମାଙ୍କଠାରୁ ବ୍ରାହ୍ମଣୀ, ବିଷ୍ଣୁଙ୍କଠାରୁ ବୈଷ୍ଣବୀ, ଶିବଙ୍କଠାରୁ ମାହେଶ୍ୱରୀ, ଇନ୍ଦ୍ରଙ୍କଠାରୁ ଇନ୍ଦ୍ରାଣୀ, କାର୍ତ୍ତିକେୟଙ୍କଠାରୁ କୁମାରୀ, ବରାହଙ୍କଠାରୁ ବରାହୀ ଓ ଦେବୀଙ୍କଠାରୁ ଚାମୁଣ୍ଡା[୩] ଓ ଅଧିକ ନରସିଂହି, ବିନାୟକୀ
ମାତୃକା | |
---|---|
ଯୁଦ୍ଧ, ସନ୍ତାନ ଓ ମୁକ୍ତିର ଦେବୀ [୧] | |
Devanagari | मातृका |
Sanskrit Transliteration | mātṝkā |
Affiliation | ଶକ୍ତି (Shakti) , ଦେବୀ, ମହାଦେବୀ (Mahadevi), ଆଦି ପରାଶକ୍ତି, ପାର୍ବତୀ, ସରସ୍ୱତୀ, ଲକ୍ଷ୍ମୀ |
ଲୋକ | ବିଭିନ୍ନ ଦେବତାଙ୍କର ଦେହରେ ତାଙ୍କର ପତ୍ନୀ ବା ଶକ୍ତି ଭାବରେ ରହନ୍ତି । |
ସ୍ୱାମୀ/ସ୍ତ୍ରୀ | ଅଷ୍ଟ ଭୈରବ |
ମାତୃକାମାନଙ୍କର ଗୋଟିଏ ଦଳରେ ବର୍ଣ୍ଣନା କରାଯାଏ ଓ ସେମାନଙ୍କୁ ସପ୍ତମାତୃକା କୁହାଯାଏ ।[୪] କେହି କେହି ଅଷ୍ଟ ମାତୃକା ଥିବା କହନ୍ତି । [୫] ଦକ୍ଷିଣ ଭାରତରେ ସପ୍ତ ମାତୃକା ଓ ନେପାଳରେ ଅଷ୍ଟ ମାତୃକା ପୂଜା କରାଯାଏ । [୬]
ହିନ୍ଦୁ ଧର୍ମର ଦେବୀ ପୂଜା ଓ ତନ୍ତ୍ର (Tantrism) ବିଦ୍ୟାରେ ମାତୃକାମାନଙ୍କର ଅତ୍ୟଧିକ ସ୍ଥିତି ଥାଏ । [୭] ଶକ୍ତି ଧର୍ମରେ ସେମାନେ ଅସୁରମାନଙ୍କ ସହିତ ଦେବୀ ଯୁଦ୍ଧ କରିବା ବେଳେ ସାହାଯ୍ୟ କରୁଥିବା ବର୍ଣ୍ଣନା ଥାଏ ।[୮] କେତେକ ମତରେ ସେମାନଙ୍କୁ ଶୈବ ଦେବୀ କୁହାଯାଏ । [୯] ଯୋଦ୍ଧା ମୁରୁଗାନ/ସ୍କନ୍ଧଙ୍କ (Skanda) ପୂଜାରେ ତାଙ୍କର ସମ୍ପର୍କ ଥାଏ । [୧୦] ମାତୃକାମାନଙ୍କୁ ଅଶୁଭ ମନେକରିବା ଅନେକ ପୁରାଣରେ ଥାଏ ଓ ସେମାନଙ୍କୁ ବିପଦଜନକ ଭାବରେ ବର୍ଣ୍ଣନା କରାଯାଏ । ମାତୃକାମାନେ ଭୟାବହ ଦେବୀ, ଅପହର୍ତ୍ତା, ଶିଶୁ ଖାଦକ, ଜ୍ୱର, କ୍ଷୁଧା ଓ ରୋଗମାନଙ୍କର ଠାକୁରାଣୀ ଅଟନ୍ତି । ପିଲାମାନେ ଯୁବାବସ୍ଥାରେ ପହଞ୍ଚିବା ପୂର୍ବରୁ ଏହି ବିପଦମାନଙ୍କରୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କୁ ପୂଜା କରାଯାଏ । [୧୧] ପରବର୍ତ୍ତୀ ପୁରାଣମାନଙ୍କରେ ସେମାନେ ରକ୍ଷାଦାତ୍ରୀ ହୋଇଥିବା ଉଲ୍ଲେଖ ଥିଲେ ମଧ୍ୟ ଅଶୁଭ ଓ ବନ୍ୟ ଚରିତ୍ର ବର୍ଣ୍ଣନା ଦେଖିବାକୁ ମିଳେ [୧୨] ପ୍ରକୃତିର ଉର୍ବରତା ଓ ବିନଷ୍ଟକାରୀ ବଳ, ଉଭୟ ଏହି ଦେବୀଙ୍କର ଥାଏ । [୧୩]
ବୃହତସଂହିତାରେ ବରାହମିହିର ଲେଖିଛନ୍ତି, "ବିଭିନ୍ନ ଦେବତାଙ୍କର ନାମାନୁସାରେ ଦେବୀମାନଙ୍କ ଧ୍ୟାନ ରଖାଯାଏ ।" [୧୪] ସେମାନେ ଦେବତାଙ୍କର ପତ୍ନୀ ବା ଶକ୍ତି (Shaktis) ଭାବରେ ସଂଯୁକ୍ତ ହୋଇଥାଆନ୍ତି । [୧୩] ମୂଳତଃ ସେମାନେ ସାତ ତାରାଙ୍କର ଅବତାର ଭାବରେ ପରିଚିତ ଥିଲେ କିନ୍ତୁ ସପ୍ତମ ଶତାବ୍ଦୀ ବେଳକୁ ଦେବୀ ଭାବରେ ଲୋକପ୍ରିୟ ହୋଇଗଲେ । [୧୫]
ଉତ୍ପତ୍ତି ଓ ବିକାଶ
ସମ୍ପାଦନାଜଗଦିଶ ନାରାୟଣ ତିୱାରୀ ଓ ଦିଲିପ ଚକ୍ରବର୍ତ୍ତୀ ମତ ଅନୁସାରେ ବୈଦିକ ସଭ୍ୟତା ଓ ସିନ୍ଧୁ ଉପତ୍ୟକା ସଭ୍ୟତା ଦିନରୁ ମାତୃକା ପୂଜା ଥିଲା ।[୧୬][୧୭] ଋକବେଦ ଅନୁସାରେ ସପ୍ତ ମାତୃକାମାନେ ସୋମ ପ୍ରସ୍ତୁତ କରନ୍ତି କିନ୍ତୁ ମହାଭାରତର କେତେକ ଅଧ୍ୟାୟରେ ସେମାନଙ୍କ ବିଷୟ ଲେଖାଅଛି ।[୧୮][୧୯] ଏହା ବିଶ୍ୱାସ କରାଯାଏ ଯେ ସେତେବେଳେ ସ୍ଥାନୀୟ ଲୋକମାନେ ତାଙ୍କର ପୂଜା କରୁଥିଲେ ଓ ଏହାର ଉଦାହରଣ ସ୍ୱରୂପ ଜିମ୍ମର ହେନରିଚଙ୍କ ଦି ଆର୍ଟ ଆଫ ଇଣ୍ଡିଆନ ଏସିଆ ବହିରେ ସାତ ମନ୍ଦିରରେ ସାତ ଦେବୀ ପୂଜା ପାଉଥିବା ଉଲ୍ଲେଖ ଅଛି ।
ପଞ୍ଚମ ଶତାବ୍ଦୀ ବେଳକୁ ଏହି ସମସ୍ତ ଦେବୀମାନଙ୍କୁ ତାନ୍ତ୍ରିକ ଦେବୀ ଭାବରେ ଗ୍ରହଣ କରାଯାଇଥିଲା ।[୨୦][୨୧] ଡେଭିଡ କେନସ୍ଲେ ମତରେ ମାତୃକାମାନେ ଅଣଆର୍ଯ୍ୟ - ଅଣବ୍ରାହ୍ମଣ ଓ ସ୍ଥାନୀୟ ଗ୍ରାମୀଣ ଦେବୀ ହୋଇପାରନ୍ତି ଓ ପରେ ଏମାନଙ୍କୁ ମୂଳ ସ୍ରୋତରେ ସାମିଲ କରାଯାଇଛି । ସେମାନଙ୍କର ରଙ୍ଗ କଳା, ଭାଷା ପୃଥକ ଓ ଅଣ-ବ୍ରାହ୍ମଣ ସ୍କନ୍ଧଙ୍କ ସହିତ ମିଳାମିଶା ଥିବା କାରଣରୁ ଏହିପରି ମତ ପ୍ରକାଶ ପାଇଛି ।
ଆଧାର
ସମ୍ପାଦନା- ↑ Wangu p.99
- ↑ Monier, Williams (1872). Sanskrit-English Dictionary. Clarendon. p. 765.
matrika.
- ↑ Leeming, David; Fee, Christopher (2016). The Goddess: Myths of the Great Mother. Reaktion Books.
- ↑ Berkson, Carmel (1992). Ellora, Concept and Style. Abhinav Publications. p. 134.
- ↑ "Mantras to the Aṣṭamātṛkās". cudl.lib.cam.ac.uk. Cambridge Digital Library. Retrieved 2 February 2015.
- ↑ van den Hoek in Nas, p.362
- ↑ Wangu p.41
- ↑ Bhattacharyya, N. N., History of the Sakta Religion, Munshiram Manoharlal Publishers Pvt. Ltd. (New Delhi, 1974, 2d ed. 1996), p. 126.
- ↑ Wangu p.75
- ↑ Collins, Charles Dillard. The Iconography and Ritual of Śiva at Elephanta. Albany: State University of New York Press, 1988. p.143
- ↑ http://www.art-and-archaeology.com/india/jagat/jagat13.html
- ↑ Kinsley, David. Hindu Goddesses: Visions of the Divine Feminine in Hindu Religious Tradition. Berkeley: University of California Press, 1988. p.151
- ↑ ୧୩.୦ ୧୩.୧ Jain p.162
- ↑ Brhatsamhita, Ch.57, v.56. Panda, S.S. (September 2004). "Sakti Cult in Upper Mahanadi Valley" (PDF). Orissa Review. Government of Orissa. Retrieved 2008-01-08.
- ↑ Wangu Glossary p.187
- ↑ Jagdish Narain Tiwari, "Studies in Goddess Cults in Northern India, with Reference to the First Seven Centuries AD" p.215-244; as referred in Kinsley p.151
- ↑ Dilip Chakravati in Archaeology and World Religion By Timothy Insoll, Published 2001, Routledge, ISBN 0-415-22154-4, pp.42–44
- ↑ Kinsley p.151
- ↑ Pal in Singh p.1836
- ↑ Zimmer Heinrich, 1960,2001 The Art Of Indian Asia, Its Mythology and Transformations.Motilal Banarsidas Publication. New Delhi (Page B4C,257,135)
- ↑ Harper in Harper and Brown, p.48