କୁନ୍ତୀ
'ପୃଥା' ବା 'କୁନ୍ତୀ' ଯଦୁବଂଶୀୟ ବସୁଦେବଙ୍କ ବାପା ଶୂରସେନଙ୍କ କନ୍ୟା ଓ କୃଷ୍ଣଙ୍କର ପିଉସୀ ।[୧] ଶୂରସେନ ଆପଣାର ଅନପତ୍ୟ ପିଉସୀପୁଅ ଭାଇ କୁନ୍ତୀଭୋଜଙ୍କ ନିକଟ ସତ୍ୟ କରିଥିଲେ ଯେ ତାଙ୍କର ପ୍ରଥମ ସନ୍ତାନକୁ ସେ ତାଙ୍କୁ ପାଳିବାକୁ ଦେବେ, ସେହି ସତ୍ୟ ଅନୁସାରେ ଶୂରସେନ ଆପଣା କନ୍ୟା 'ପୃଥା'ଙ୍କୁ କୁନ୍ତିଭୋଜଙ୍କ ହସ୍ତରେ ସମର୍ପଣ କରିଥିଲେ ଓ ଉକ୍ତ କନ୍ୟା ବାଲ୍ୟକାଳରୁ କୁନ୍ତୀଭୋଜଙ୍କଦ୍ୱାରା ପାଳିତା ହୋଇ କୁନ୍ତୀ ନାମ ପାଇଥିଲେ । [୨] ଯଦୁବଂଶୀ ରାଜା ଶୁରସେନଙ୍କ ପୃଥା ନାମକ କନ୍ୟା ଓ ବସୁଦେବ ନାମକ ପୁତ୍ର ଥିଲା । କୁନ୍ତଭୋଜ ସନ୍ତାନହୀନ ଥିବାରୁ ରାଜା ଶୁରସେନ ନିଜ କନ୍ୟା ପୃଥାଙ୍କୁ ଦାନ କରିଦେଇଥିଲେ । କୁନ୍ତଭୋଜ ପୃଥାଙ୍କୁ ପାଳନ ପୋଷଣ କରିବାରୁ ତାଙ୍କୁ କୁନ୍ତୀ ନାମରେ ପରିବର୍ତ୍ତିତ କରାଇଲେ । କୁନ୍ତୀଙ୍କ ବିବାହ ପାଣ୍ଡୁଙ୍କ ସହିତ ହେଲା । କୁନ୍ତୀ ବାଲ୍ୟବସ୍ଥାରେ ଋଷି ଦୁର୍ବାସାଙ୍କୁ ସେବା କରୁଥିଲେ । କୁନ୍ତୀଙ୍କ ସେବାରେ ପ୍ରସନ୍ନ ହୋଇ ଦୁର୍ବାସା ଋଷି ତାଙ୍କୁ ଏକ ମନ୍ତ୍ର ଦେଇଥିଲେ ଯେଉଁ ଦେବତାଙ୍କୁ ଏହି ମନ୍ତ୍ର ମାଧ୍ୟମରେ ଆହ୍ୱାନ କରିବେ ସେ ପୁତ୍ର ପ୍ରାପ୍ତ କରିପାରିବେ । ଦୁର୍ଭାଗ୍ୟବଶତଃ କୁନ୍ତୀ ଏହି ବରର ପ୍ରୟୋଗ ସଂପୂର୍ଣ୍ଣଭାବେ ବୁଝିପାରିନଥିଲେ । ବାଲ୍ୟ ଚପଳାମୀ ଯୋଗୁଁ କୌତୁହଳ ବଶତଃ କୁନ୍ତୀ ଦୁର୍ବାସାଙ୍କ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟ ଦେବତାଙ୍କୁ ଆହ୍ୱାନ କଲେ । ମନ୍ତ୍ର ଅବ୍ୟର୍ଥ ହୋଇଥିବାରୁ ସୂର୍ଯ୍ୟଙ୍କ ଔରସରୁ ଏକ ପୁତ୍ରସନ୍ତାନ ଲାଭକଲେ ଏବଂ ସୂର୍ଯ୍ୟଙ୍କ ବର ପ୍ରଭାବରୁ ପୁନର୍ବାର କୁମାରୀତ୍ୱ ଲାଭକଲେ । କୁହାଯାଏ କୁନ୍ତୀ ପ୍ରାପ୍ତ ବୟସ ହୋଇନଥିବାରୁ ପୁତ୍ରଟି କର୍ଣ୍ଣବାଟେ ଜନ୍ମହୋଇ ଥିବାରୁ ସୂର୍ଯ୍ୟଙ୍କ ପୁତ୍ରର ନାମ କର୍ଣ୍ଣ ନାମରେ ନାମିତ କରାଯାଇଥିଲା । କିନ୍ତୁ, କେତେକ ଯୁକ୍ତି ବାଢନ୍ତି ଯେ କନ୍ୟା ସଂକ୍ରାନ୍ତିରେ ଜନ୍ମହୋଇଥିବାରୁ ନାମଟି ଏପରି ରଖାଯାଇଛି ।ଯାହା ଫଳରେ ଅଙ୍ଗରାଜ କର୍ଣ୍ଣ ଜନ୍ମ ହେଲେ । ମହାରାଜ ପାଣ୍ଡୁ ଦ୍ୱିତୀୟ ବିବାହ ମଦ୍ରଦେଶ ରାଜକୁମାରୀ ମାଦ୍ରୀଙ୍କ ସହ କଲେ । ଦିନେ ମହାରାଜା ପାଣ୍ଡୁ ବନରେ ବୁଲୁଥିବା ବେଳେ ଋଷି କିନ୍ଦନ ଏବଂ ତାଙ୍କ ପତ୍ନୀ ହରିଣ ରୂପରେ ସମ୍ଭୋଗରେ ଲିପ୍ତ ସମୟରେ ବାଣ ଚଳାଇଥିଲେ ଯାହା ଫଳରେ ଋଷି କିନ୍ଦନଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପୂର୍ବରୁ ରାଜା ପାଣ୍ଡୁଙ୍କୁ ଅଭିଶାପ ଦେଲେ ଯେ ତୁମର ମୃତ୍ୟୁ ଆମ ଭଳି ହେବ । ଏହି ଅଭିଶାପ ପାଇ ରାଜା ପାଣ୍ଡୁ ରାଜତ୍ୟାଗ କରି ପତ୍ନୀ କୁନ୍ତୀ ଓ ମାଦ୍ରୀଙ୍କ ସହ ବନରେ ରହିବାକୁ ଲାଗିଲେ । ଋଷି ଦୁର୍ବାସାଙ୍କଠାରୁ କୁନ୍ତୀ ପାଇଥିବା ମନ୍ତ୍ର ବିଷୟରେ ପାଣ୍ଡୁ ଜାଣିବାକୁ ପାଇଲେ । ସେ କୁନ୍ତୀଙ୍କୁ କହିଲେ ତୁମେ ସେହି ମନ୍ତ୍ର ମାଧ୍ୟମରେ ଧର୍ମରାଜଙ୍କୁ ଆହ୍ୱାନ କର । ଯେପରି କୁନ୍ତୀ ମନ୍ତ୍ର ଆହ୍ୱାନ କରି ଧର୍ମରାଜଙ୍କୁ ଡାକିଲେ । ତାଙ୍କ ଔରସରୁ ଧର୍ମରାଜ ଯୁଧିଷ୍ଠିର ଜନ୍ମ ହେଲେ ସେହିପରି ବାୟୁରୁ ମହାବଳୀ ଭୀମ, ଇନ୍ଦ୍ରଙ୍କଠାରୁ ଅର୍ଜୁନ ଜନ୍ମ ଗ୍ରହଣ କଲେ । ମାଦ୍ରୀ ମଧ୍ୟ ସେହି ମନ୍ତ୍ର ମାଧ୍ୟମରେ ଅଶ୍ୱିନୀ କୁମାରଙ୍କୁ ଆବାହାନ କରିବାଦ୍ୱାରା ନକୁଳ ଓ ସହଦେବ ଜନ୍ମ ହେଲେ । [୩]
କୁନ୍ତୀ | |
---|---|
ବୈବାହିକ-ସାଥୀ | ପଣ୍ଡୁ |
ସନ୍ତାନ | କର୍ଣ୍ଣ, ଯୁଧିଷ୍ଠିର, ଭୀମ, ଅର୍ଜୁନ |
ପିତାମାତା | ଶୂରସେନ (biological father) କୁନ୍ତୀଭୋଜ (adoptive father) |
କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ଏହାଙ୍କ କର୍ଣ୍ଣ ବାଟେ କର୍ଣ୍ଣଙ୍କୁ ଜନ୍ମ କରିଥିଲେ[୪] ଓ ପରେ ପଣ୍ଡୁଙ୍କୁ ବିବାହ କଲେ । କୁନ୍ତୀ ପଣ୍ଡୁରାଜାଙ୍କ ପ୍ରଥମା ସ୍ତ୍ରୀ ।[୫] ଅଭିଶାପ ଯୋଗୁଁ ପଣ୍ଡୁ ଏହାଙ୍କ ସଙ୍ଗେ ସହବାସ ନ କରି ପାରିବାରୁ ଏ ଦୁର୍ବାସାଙ୍କଠାରୁ ପ୍ରାପ୍ତ ଗୋଟିଏ ମାଳକୁ ଜପିବାଦ୍ୱାରା ଧର୍ମ, ବାୟୁ ଓ ଇନ୍ଦ୍ର ଦେବତାଙ୍କୁ ଆହ୍ୱାନ କରି ସେମାନଙ୍କ ଔରସରେ ଯଥାକ୍ରମେ ଯୁଧିଷ୍ଠିର, ଭୀମ ଓ ଅର୍ଜୁନଙ୍କୁ ଜନ୍ମ କରିଥିଲେ । ଦିନେ ମାଦ୍ରୀଙ୍କ ସାନ୍ନିଧ୍ୟତା ଯୋଗୁଁ ପଣ୍ଡୁ ସଂଯମତା ହରାଇ ବସିଲେ ଓ ମାଦ୍ରୀଙ୍କ ସହିତ ସମ୍ଭୋଗ ସମୟରେ ଅଭିଶାପ ଯୋଗୁଁ ମୃତ୍ୟୁବରଣ କଲେ । ଅନୁତାପରେ ମାଦ୍ରୀ ପଣ୍ଡୁଙ୍କ ଜୁଇରେ ନିଜକୁ ବିସର୍ଜନ କଲେ , କୁନ୍ତୀ ମଧ୍ୟ ସତୀ ହେବାକୁ ଚାହୁଁଥିଲେ । କିନ୍ତୁ, ଋଷିମାନେ ତାଙ୍କୁ ଏଥିରୁ ବିରତହେବାକୁ ଉପଦେଶ ହେଇଥିଲେ । କାରଣ ପିଲାମାନେ ଅନାଥ ହୋଇଯିବେ ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Studies of Mahabharata" (PDF). Archived from the original (PDF) on 2013-11-09. Retrieved 2015-01-04.
- ↑ KUNTI (also called Pritha and Parshni)
- ↑ ସମୟ, ପୃଷ୍ଠା-୨, ୨୮.୧୨.୨୦୧୪
- ↑ Encyclopaedic Dictionary of Purāṇas by Swami Parmeshwaranand
- ↑ A classical dictionary of Hindu mythology and religion, geography, history, and literature by Dowson, John (1820-1881)