ମନୋରଞ୍ଜନ ପ୍ରଧାନ
ମନୋରଞ୍ଜନ ପ୍ରଧାନ (ଜନ୍ମ: ୧୫ ଜାନୁଆରୀ ୧୯୬୦) ଓଡ଼ିଆ-ଭାଷୀ ପ୍ରଫେସର, ସମାଲୋଚକ, ସମ୍ପାଦକ ଓ ଲେଖକ। ସେ ବର୍ତ୍ତମାନ ବିଶ୍ୱଭାରତୀର ଭାଷାଭବନର ଅଧ୍ୟକ୍ଷ ଓ ଓଡ଼ିଆ ବିଭାଗର ମୁଖ୍ୟ ଓ CFELର ଚେୟାର୍ ମ୍ୟାନ ଭାବରେ କାର୍ଯ୍ୟରତ ।
ମନୋରଞ୍ଜନ ପ୍ରଧାନ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜେମାଦେଇପୁର-ହରିପୁର, ଯାଜପୁର | ୧୫ ଜାନୁଆରୀ ୧୯୬୦
ବୃତ୍ତି | ପ୍ରଫେସର |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ଶିକ୍ଷା | ଡକ୍ଟରେଟ |
ଶିକ୍ଷାନୁଷ୍ଠାନ | ବିଶ୍ୱଭାରତୀ, ଶାନ୍ତିନିକେତନ |
ବିଷୟ | ଓଡ଼ିଆ ଭାଷା ଓ ସାହିତ୍ୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡ଼େମୀ |
ଜୀବନସାଥୀ | ପ୍ରଫେସର ସବିତା ପ୍ରଧାନ |
ଜନ୍ମ ଓ ଜୀବନ
ମନୋରଞ୍ଜନ ପ୍ରଧାନ ୧୯୬୦ ଜାନୁଆରୀ ୧୫ରେ ଯାଜପୁରର ସୁକିନ୍ଦା ଅନ୍ତରଗତ ଜେମାଦେଇପୁର-ହରିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ପିତା ବୀର କିଶୋର ପ୍ରଧାନ ଓ ମାତା ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କର ସେ ଥିଲେ ପଞ୍ଚମ ସନ୍ତାନ । ଭାଇ ପ୍ରାଣକୃଷ୍ଣ ପ୍ରଧାନ, ଆର୍ତ୍ତବନ୍ଧୁ ପ୍ରଧାନ, ଅନନ୍ତ ଚରଣ ପ୍ରଧାନ ଓ ଭଉଣୀ ଉର୍ମିଳା ପ୍ରଧାନଙ୍କର ସେ ଅନୁଜ।
ଶିକ୍ଷା
ସେ ତାଙ୍କର ପ୍ରାରମ୍ଭିକ ଜୀବନର ଶିକ୍ଷା ଚାଟଶାଳୀରୁ ଆରମ୍ଭ କରି ସେଠାରେ ଦୁଇବର୍ଷ ପଢ଼ିବା ପରେ ଜେମାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ନାମ ଲେଖାଇଥିଲେ । ସେଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାପରେ ସେ ଖଣ୍ଡୁରାଇ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ପରବର୍ତ୍ତୀ ସମୟରେ ମହାଦେବ ଉଚ୍ଚ ବିଦ୍ୟାଳୟ, ହରିପୁରରେ ସେ ତାଙ୍କର ଏକାଦଶ ଶ୍ରେଣୀର ଅଧ୍ୟୟନ ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ୧୯୭୫ରେ ଆଇ.ଏ. ଓ ପରେ ୧୯୮୦ ମସିହାରେ ଓଡ଼ିଆ ସମ୍ମାନ ସହିତ ସ୍ନାତକ ଅଧ୍ୟୟନ କରିଥିଲେ । ସେ ଶାନ୍ତିନିକେତନରୁ ୧୯୮୨ ମସିହାରେ ସ୍ନାତକୋତ୍ତର ସମାପ୍ତ କରିଥିଲେ । ସେଠାରେ ଖଗେଶ୍ୱର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଗବେଷଣା କରି ୧୯୮୭ ମସିହାରେ ଡକ୍ଟରେଟ ପାଇଥିଲେ ।[୨]
ଅଧ୍ୟାପନା
ସେ ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ବିଶ୍ୱଭାରତୀରେ ଅଧ୍ୟାପକ, ୧୯୮୮ରୁ ୨୦୦୫ ପର୍ଯ୍ୟନ୍ତ ରିଡର୍ ଓ ୨୨ ନଭେମ୍ବର ୨୦୦୫ରୁ ଅଦ୍ୟାବଧି ପ୍ରଫେସର ଭାବରେ ସେ କାର୍ଯ୍ୟ କରିଆସୁଛନ୍ତି ।[୨] ଅଦ୍ୟାବଧି ତାଙ୍କ ଅଧୀନରେ ୩୧ରୁ ଅଧିକ ଏମ୍.ଫିଲ୍ ଓ ୩୦ରୁ ଅଧିକ ପିଏଚ୍.ଡି ଗବେଷକ ଗବେଷଣା କରିଛନ୍ତି । ଏହାବ୍ୟତୀତ ସେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଛନ୍ତି ।
ରଚନାବଳୀ
ସମାଲୋଚନା ପୁସ୍ତକ
- କିଛି ତତ୍ତ୍ୱ କିଛି ବ୍ୟାଖ୍ୟା (୧୯୮୮)
- ଉପନ୍ୟାସ ତତ୍ତ୍ୱ ଓ ଅନ୍ୟାନ୍ୟ ଆଲୋଚନା (୨୦୦୩)
- କାହ୍ନୁଚରଣ ଓ ଶରତ ଚନ୍ଦ୍ର ଉପନ୍ୟାସ (୨୦୦୪)
- ସାହିତ୍ୟ ଅନ୍ୱେଷା (୨୦୦୪)
- ଗୋଦାବରୀଶ ମିଶ୍ର (୨୦୦୬)
ସମ୍ପାଦିତ ପୁସ୍ତକ
- ଉପନ୍ୟାସ ଗ୍ରନ୍ଥସୂଚୀ (୧୯୮୮)
- ଭାଷା ସାହିତ୍ୟର ବର୍ଣ୍ଣ ବିଭା (୧୯୯୪)
- ଅନୁବାଦ ସାହିତ୍ୟ: ତତ୍ତ୍ୱ ଓ ପ୍ରୟୋଗ (୨୦୦୦)
- ସୁରତ୍ନମାଳା (୨୦୦୪)
- ବୈଷ୍ଣବାୟନ (୨୦୦୪)
- ଇଚ୍ଛାବତୀ (୨୦୦୪)
- ଫକୀରମୋହନଙ୍କ ଆତ୍ମଚରିତ (୨୦୦୫)
- ସାହିତ୍ୟ ଦୀପିକା (୨୦୦୬)
- ଲଛମା (୨୦୦୭)
- ଗୋପୀନାଥ ଚୟନିକା (୨୦୦୯)
- କାହ୍ନୁ ଚରଣ ଚୟନିକା (୨୦୧୩)
- ଗର୍ବର କଥା: ଗର୍ବ କରିବାର କଥା (୨୦୧୬)
- ଚିତ୍ର :ଚନ୍ଦ୍ରଶେଖର ନନ୍ଦ
- ପୁନରାୟ ରେବତୀ
ସମ୍ମାନ ଓ ପୁରସ୍କାର
- ମାନସିଂହ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପୁରସ୍କାର, ୧୯୮୨
- ଗୋପୀନାଥ ପ୍ରବନ୍ଧ ପୁରସ୍କାର, ୨୦୦୫
- ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୨୦୧୧
- ମାନସିଂହ ସମ୍ମାନ, ସାରଳା ସାହିତ୍ୟ ସାଂସଦ, ୨୦୧୪
- ବୈଶାଖୀ ସାହିତ୍ୟ ସାଂସଦ ସମ୍ମାନ, ୨୦୧୮
ଆଧାର
- ↑ "Manoranjan Pradhan". www.visvabharati.ac.in. Retrieved 2024-11-27.
- ↑ ୨.୦ ୨.୧ https://www.visvabharati.ac.in/file/DCV-ManoranjanPradhan2018.pdf