ମନୋରଞ୍ଜନ ପ୍ରଧାନ

(ମନୋରଂଜନ ପ୍ରଧାନରୁ ଲେଉଟି ଆସିଛି)

ମନୋରଞ୍ଜନ ପ୍ରଧାନ (ଜନ୍ମ: ୧୫ ଜାନୁଆରୀ ୧୯୬୦) ଓଡ଼ିଆ-ଭାଷୀ ପ୍ରାଧ୍ୟାପକ, ସମାଲୋଚକ, ସମ୍ପାଦକ ଓ ଲେଖକ। ସେ ବର୍ତ୍ତମାନ ବିଶ୍ୱଭାରତୀର ଭାଷାଭବନର ଅଧ୍ୟକ୍ଷ ଓ ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ।

ମନୋରଞ୍ଜନ ପ୍ରଧାନ

ଜନ୍ମ ଓ ଜୀବନ

ସମ୍ପାଦନା

ମନୋରଞ୍ଜନ ପ୍ରଧାନ ୧୯୬୦ ଜାନୁଆରୀ ୧୫ରେ ଯାଜପୁରର ସୁକିନ୍ଦା ଅନ୍ତରଗତ ଜେମାଦେଇପୁର, ହରିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ପିତା ବୀର କିଶୋର ପ୍ରଧାନ ଓ ମାତା ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କର ସେ ଥିଲେ ଚତୁର୍ଥ ସନ୍ତାନ । ଭାଇ ପ୍ରାଣକୃଷ୍ଣ ପ୍ରଧାନ, ଆର୍ତ୍ତବନ୍ଧୁ ପ୍ରଧାନ, ଅନନ୍ତ ଚରଣ ପ୍ରଧାନ ଓ ଭଉଣୀ ଉର୍ମିଳା ପ୍ରଧାନଙ୍କର ସେ ଅନୁଜ।

ଶିକ୍ଷା

ସମ୍ପାଦନା

ସେ ତାଙ୍କର ପ୍ରାରମ୍ଭିକ ଜୀବନର ଶିକ୍ଷା ଚାଟଶାଳୀରୁ ଆରମ୍ଭ କରି ସେଠାରେ ଦୁଇବର୍ଷ ପଢ଼ିବା ପରେ ଜେମାଦେଇପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ନାମ ଲେଖାଇଥିଲେ । ସେଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାପରେ ସେ ଖଣ୍ଡୁରାଇ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରିଥିଲେ। ପରବର୍ତ୍ତୀ ସମୟରେ ମହାଦେବ ଉଚ୍ଚ ବିଦ୍ୟାଳୟ, ହରିପୁରରେ ସେ ତାଙ୍କର ଏକାଦଶ ଶ୍ରେଣୀର ଅଧ୍ୟୟନ ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ୧୯୭୫ରେ ଆଇ.ଏ. ଓ ପରେ ୧୯୮୦ ମସିହାରେ ଓଡ଼ିଆ ସମ୍ମାନ ସହିତ ସ୍ନାତକ ଅଧ୍ୟୟନ କରିଥିଲେ । ସେ ଶାନ୍ତିନିକେତନରୁ ୧୯୮୨ ମସିହାରେ ସ୍ନାତକୋତ୍ତର ସମାପ୍ତ କରିଥିଲେ । ସେଠାରେ ଖଗେଶ୍ଵର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଗବେଷଣା କରି ୧୯୮୭ ମସିହାରେ ଡକ୍ଟରେଟ ପାଇଥିଲେ ।[]

ଅଧ୍ୟାପନା

ସମ୍ପାଦନା

ସେ ୧୯୮୪ରୁ ୧୯୮୮ ପର୍ଯ୍ୟନ୍ତ ବିଶ୍ୱଭାରତୀରେ ଅଧ୍ୟାପକ, ୧୯୯୮ରୁ ୧୯୯୮ ପର୍ଯ୍ୟନ୍ତ ରିଡର୍ ଓ ୨୨ ନଭେମ୍ବର ୧୯୯୮ ରୁ ଅଦ୍ୟାବଧି ପ୍ରାଧ୍ୟାପକ ଭାବରେ ସେ କାର୍ଯ୍ୟ କରିଆସୁଛନ୍ତି ।[] ଅଦ୍ୟାବଧି ତାଙ୍କ ଅଧୀନରେ ୨୦ରୁ ଅଧିକ ଏମ୍.ଫିଲ୍ ଓ ୨୩ରୁ ଅଧିକ ପିଏଚ୍.ଡି ଗବେଷକ ଗବେଷଣା କରିଛନ୍ତି । ଏହାବ୍ୟତୀତ ସେ ଅନେକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରିଛନ୍ତି ।

ରଚନାବଳୀ

ସମ୍ପାଦନା

ସମାଲୋଚନା ପୁସ୍ତକ

ସମ୍ପାଦନା
  • କିଛି ତତ୍ତ୍ଵ କିଛି ବ୍ୟାଖ୍ୟା (୧୯୮୮)
  • ଉପନ୍ୟାସ ତତ୍ତ୍ଵ ଓ ଅନ୍ୟାନ୍ୟ ଆଲୋଚନା (୨୦୦୩)
  • କାହ୍ନୁଚରଣ ଓ ଶରତ ଚନ୍ଦ୍ର ଉପନ୍ୟାସ (୨୦୦୪)
  • ସାହିତ୍ୟ ଅନ୍ଵେଷା (୨୦୦୪)
  • ଗୋଦାବରୀଶ ମିଶ୍ର (୨୦୦୬)

ସମ୍ପାଦିତ ପୁସ୍ତକ

ସମ୍ପାଦନା
  • ଉପନ୍ୟାସ ଗ୍ରନ୍ଥସୂଚୀ (୧୯୮୮)
  • ଭାଷା ସାହିତ୍ୟର ବର୍ଣ୍ଣ ବିଭା (୧୯୯୪)
  • ଅନୁବାଦ ସାହିତ୍ୟ: ତତ୍ତ୍ଵ ଓ ପ୍ରୟୋଗ (୨୦୦୦)
  • ସୁରତ୍ନମାଳା (୨୦୦୪)
  • ବୈଷ୍ଣବାୟନ (୨୦୦୪)
  • ଇଚ୍ଛାବତୀ (୨୦୦୪)
  • ଫକୀରମୋହନଙ୍କ ଆତ୍ମଚରିତ (୨୦୦୫)
  • ସାହିତ୍ୟ ଦୀପିକା (୨୦୦୬)
  • ଲଛମା (୨୦୦୭)
  • ଗୋପୀନାଥ ଚୟନିକା (୨୦୦୯)
  • କାହ୍ନୁ ଚରଣ ଚୟନିକା (୨୦୧୩)
  • ଗର୍ବର କଥା: ଗର୍ବ କରିବାର କଥା (୨୦୧୬)
  • ଚିତ୍ର :ଚନ୍ଦ୍ରଶେଖର ନନ୍ଦ
  • ପୁନରାୟ ରେବତୀ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ମାନସିଂହ ପ୍ରବନ୍ଧ ପରତିଯୋଗୀତାରେ ପ୍ରଥମ ପୁରସ୍କାର, ୧୯୮୨
  • ଗୋପୀନାଥ ପ୍ରବନ୍ଧ ପୁରସ୍କାର, ୨୦୦୫
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୨୦୧୧
  • ମାନସିଂହ ସମ୍ମାନ, ସାରଳା ସାହିତ୍ୟ ସାଂସଦ, ୨୦୧୪
  • ବୈଶାଖୀ ସାହିତ୍ୟ ସାଂସଦ ସମ୍ମାନ, ୨୦୧୮
  1. "Manoranjan Pradhan". www.visvabharati.ac.in. Retrieved 2024-11-27.
  2. ୨.୦ ୨.୧ https://www.visvabharati.ac.in/file/DCV-ManoranjanPradhan2018.pdf