ଜୀବନ ପ୍ରଦୀପ ଦାଶ

ଓଡ଼ିଆ ରାଜନୀତିଜ୍ଞ

ଜୀବନ ପ୍ରଦୀପ ଦାଶ (ଜନ୍ମ: ୧୫ ଜୁଲାଇ ୧୯୫୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୦ ମସିହାରେ ଭାରତୀୟ ଜନତା ପାର୍ଟିର ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜୀବନ ପ୍ରଦୀପ ଦାଶ
ବିଧାୟକ: ୧୪ଶ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀମଦନ ମୋହନ ଦତ୍ତ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀଅରୁଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-07-15) ୧୫ ଜୁଲାଇ ୧୯୫୫ (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜନତା ପାର୍ଟି
ଜୀବନ ସାଥୀରୀନାରାଣୀ ଦାସ
ସନ୍ତାନ୨ ପୁଅ
ବାପା/ବୋଉଜଗନ୍ନାଥ ପ୍ରସାଦ ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା ସମ୍ପାଦନା

ଜୀବନ ପ୍ରଦୀପ ଦାଶ ୧୯୫୫ ମସିହାରେ ଜୁଲାଇ ମାସ ୧୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପ୍ରସାଦ ଦାଶ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ସେ ଓକିଲାତି ପଢ଼ିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ରୀନାରାଣୀ ଦାଶ ।[୧] ତାଙ୍କର ଦୁଇଜଣ ପୁଅ ଅଛନ୍ତି ।

ରାଜନୈତିକ ଜୀବନ ସମ୍ପାଦନା

ଜୀବନ ପ୍ରଦୀପ ଦାଶ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପିର ପ୍ରାର୍ଥୀ ଭାବରେ ବିଜୁ ଜନତା ଦଳର ସମର୍ଥନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଏହାପରେ ୨୦୦୯ ମସିହାରେ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଭାଙ୍ଗିଯିବା ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ । ୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଡ଼ିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫୫,୭୧୦ ଖଣ୍ଡ ଏବଂ ୪୭,୬୧୫ ଖଣ୍ଡ ଭୋଟ ଭୋଟ ପାଇ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କଠାରୁ ପରାସ୍ତ ହୋଇଥିଲେ । ମାତ୍ର ଦତ୍ତଙ୍କର ମୃତ୍ୟ ପରେ ନଭେମ୍ବର ୨୦୨୦ରେ ବାଲେଶ୍ୱରରେ ହୋଇଥିବା ଉପ-ନିର୍ବାଚନ ପରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟପାଇଁ ବିଜେଡିର ନିଲମ୍ବନ କରାଯାଇଥିଲା ।[୨]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବାଲେଶ୍ୱର ଭାରତୀୟ ଜନତା ପାର୍ଟି
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାଲେଶ୍ୱର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାଲେଶ୍ୱର ବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Jiban Pradip Dash". odishaassembly.nic.in. Odisha Assembly. Retrieved 26 May 2019.
  2. "ଉପନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିଲେ ଜୀବନପ୍ରଦୀପ ଦାଶ: ରବୀନ୍ଦ୍ର | Sambad". ସମ୍ବାଦ. sambad.in. 5 November 2020. Archived from the original on 5 November 2020. Retrieved 5 November 2020.