ଭୁଜବଳ ମାଝି

ଓଡ଼ିଆ ରାଜନୀତିଜ୍ଞ

ଭୁଜବଳ ମାଝି (ଜନ୍ମ: ୨୦ ଅଗଷ୍ଟ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଭୁଜବଳ ମାଝି
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀରମେଶ ଚନ୍ଦ୍ର ମାଝି
ପର ଅଧିକାରୀମନୋହର ରନ୍ଧାରୀ
ନିର୍ବାଚନ ମଣ୍ଡଳୀଡାବୁଗାଁ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଯାଦବ ମାଝି
ପର ଅଧିକାରୀରମେଶ ଚନ୍ଦ୍ର ମାଝି
ନିର୍ବାଚନ ମଣ୍ଡଳୀଡାବୁଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-08-20) ୨୦ ଅଗଷ୍ଟ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଡାଳିମ୍ବ ମାଝି
ସନ୍ତାନଲିପିକା ମାଝି (ଝିଅ)
ବାପା/ବୋଉମାନା ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଭୁଜବଳ ମାଝି ୧୯୬୬ ମସିହାର ଅଗଷ୍ଟ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାନା ମାଝି ଓ ପତ୍ନୀଙ୍କ ନାମ ଡାଳିମ୍ବ ମାଝି ।[୧] ତାଙ୍କ ଝିଅ ଲିପିକା ୨୦୨୨ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚନ ଲଢ଼ିବା ପାଇଁ ରାଜନୀତିରେ ପ୍ରବେଶ କରିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଭୁଜବଳ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଡାବୁଗାଁ ଭାରତୀୟ ଜାତୀୟ କଂଗ୍ରେସ
୨୦୦୪ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଡାବୁଗାଁ ଭାରତୀୟ ଜାତୀୟ କଂଗ୍ରେସ
୨୦୧୪ ଏବେଯାଏଁ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଡାବୁଗାଁ ଭାରତୀୟ ଜାତୀୟ କଂଗ୍ରେସ

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Bhujabal Majhi". odishaassembly.nic.in. Odisha Assembly. Retrieved 6 April 2022.
  2. "ଡାକ୍ତରୀ ସେବା ସହ କରିବେ ରାଜନୀତି : ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଝିଅ ଲଢିବେ ପଞ୍ଚାୟତ ନିର୍ବାଚନ | Kanak News". Kanak News (in ଓଡ଼ିଆ). kanaknews.com. 19 January 2022. Archived from the original on 6 April 2022. Retrieved 6 April 2022. {{cite news}}: |archive-date= / |archive-url= timestamp mismatch; 19 ଜାନୁଆରୀ 2022 suggested (help)CS1 maint: unrecognized language (link)