ଯାଦବ ମାଝି

ଓଡ଼ିଆ ରାଜନୀତିଜ୍ଞ

ଯାଦବ ମାଝି (୫ ଜୁଲାଇ ୧୯୫୦ - ୩ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୬ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଯାଦବ ମାଝି
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୩ ଅପ୍ରେଲ ୧୯୯୯
ପୂର୍ବ ଅଧିକାରୀଡମ୍ବରୁ ମାଝି
ପର ଅଧିକାରୀଭୁଜବଳ ମାଝି
ନିର୍ବାଚନ ମଣ୍ଡଳୀଡାବୁଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1950-07-05)୫ ଜୁଲାଇ ୧୯୫୦
ମୃତ୍ୟୁ୩ ଅପ୍ରେଲ ୧୯୯୯(1999-04-03) (ବୟସ ୪୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀବାଳମତି ମାଝି
ସନ୍ତାନ
ବାପା/ବୋଉସଦନ ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଯାଦବ ମାଝି ୧୯୫୦ ମସିହାର ଜୁଲାଇ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଦନ ମାଝି ଓ ପତ୍ନୀଙ୍କ ନାମ ବାଳମତି ମାଝି ।[୧]

ରାଜନୈତିକ ଜୀବନ ସମ୍ପାଦନା

ଯାଦବ ମାଝି ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୦ ମସିହାରୁ ୧୯୯୫ ଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଯାଦବ ମାଝି ୧୯୯୯ ମସିହାର ଅପ୍ରେଲ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Jadav Majhi". odishaassembly.nic.in. Odisha Assembly. Retrieved 8 April 2022.