ବିଲୁଆ
ବିଲୁଆ ବା ଶୃଗାଳ (ଇଂରାଜୀରେ Jackal, ହିନ୍ଦୀରେ शियार) ମଧ୍ୟମ ଆକାରର ଏକ ସର୍ବଭକ୍ଷୀ ସ୍ତନ୍ୟପାୟୀ ପ୍ରାଣୀ । ଗଧିଆ, କୋୟୋଟି ଓ ଦେଶୀ କୁକୁରଙ୍କ ପରି ବିଲୁଆ ମଧ୍ୟ କ୍ୟାନିସ୍ ଜୀବ ପରିବାରର । ପାରମ୍ପରିକ ଭାବେ ଇଂରାଜୀ ଶବ୍ଦ ଜ୍ୟାକଲ୍ (Jackal) ଅନେକ କ୍ୟାନିସ୍ ପରିବାରର ଜୀବଙ୍କ ପାଇଁ ବ୍ୟବହୃତ ହେଉଥିଲା । କିନ୍ତୁ ବର୍ତ୍ତମାନ ଏହା କେବଳ ଉପ-ସାହାରା ଅଞ୍ଚଳର କୃଷ୍ଣପୃଷ୍ଠ ଶୃଗାଳ, ପଟାଦାଗ ବିଲୁଆ, ଦକ୍ଷିଣ ଓ ମଧ୍ୟ ୟୁରେସିଆର ସୁବର୍ଣ୍ଣ ଶୃଗାଳ ପାଇଁ ଏହି ଶବ୍ଦ ବ୍ୟବହାର କରାଯାଏ । ଉପ-ସାହାରାର ଦୁଇ ବିଲୁଆ ପ୍ରଜାତି ଅତି ନିକଟ ସମ୍ପର୍କୀୟ ହୋଇଥିବା ବେଳେ ସୁବର୍ଣ୍ଣ ଶୃଗାଳ କ୍ୟାନିସ୍ ଜାତିର ଅନ୍ୟ ଜୀବଙ୍କର ନିକଟ ସମ୍ପର୍କୀୟ ।
ବିଲୁଆ ଶୃଗାଳ | |
---|---|
ସୁବର୍ଣ୍ଣ ବିଲୁଆ ବା ସୁବର୍ଣ୍ଣ ଶୃଗାଳ (Canis aureus) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Mammalia |
ଗଣ: | Carnivora |
କୁଳ: | Canidae |
ପ୍ରଜାତି: | Canis ଲିନାୟସ୍, ୧୭୫୮ |
ବିଲୁଆ ଓ କୋୟୋଟି (ଆମେରିକୀୟ ବିଲୁଆ ନାମରେ ମଧ୍ୟ ଜଣାଶୁଣା[୧]) ଅତ୍ୟନ୍ତ ସୁବିଧାବାଦୀ ସର୍ବଭକ୍ଷୀ ଜୀବ । କ୍ଷୁଦ୍ର ଓ ମଧ୍ୟମ ଆକାରର କିଛି ଜୀବଙ୍କୁ ଏମାନେ ଶିକାର ମଧ୍ୟ କରନ୍ତି । ପଚାସଢ଼ା ମାଂସ, ଶବ ଇତ୍ୟାଦି ମଧ୍ୟ ଏମାନେ ଖାଇ ରହିପାରନ୍ତି । ଲମ୍ବା ଗୋଡ଼, ଅଳ୍ପ ବଙ୍କା ସ୍ୱାନଦାନ୍ତ ଏମାନଙ୍କୁ ଛୋଟ ସ୍ତନ୍ୟପାୟୀ ଜୀବ, ପକ୍ଷୀ, ସରୀସୃପ ଇତ୍ୟାଦିଙ୍କ ଶିକାର କରିବାରେ ସାହାଯ୍ୟ କରନ୍ତି । ବଡ଼ ପଞ୍ଝା ଓ ଗୋଡ଼ର ହାଡ଼ର ଗଠନ ଏମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଦୌଡ଼ିବା ଓ ଅଧିକ ସମୟ ପର୍ଯ୍ୟନ୍ତ ୧୬ କି.ମି./ଘଣ୍ଟାର ହାରାହାରି ବେଗରେ ଦୌଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ । ବିଲୁଆମାନେ ଗୋଧୂଳି ଓ ଭୋର ସମୟରେ ସବୁଠାରୁ ଅଧିକ ସକ୍ରିୟ ରହିଥାନ୍ତି ।
ଅଣ୍ଡିରା ଓ ମାଈ ବିଲୁଆମାନେ ଯୋଡ଼ିରେ ରହନ୍ତି ଓ ଏକ ଶିକାର କ୍ଷେତ୍ର ନିୟନ୍ତ୍ରଣ କରନ୍ତି । ସେମାନଙ୍କ କ୍ଷେତ୍ରକୁ ଅନ୍ୟ ବିଲୁଆମାନେ ପଶିଲେ ଏହି ବିଲୁଆ ଯୁଗଳ ଏମାନଙ୍କୁ ଘଉଡ଼ାଇଦିଅନ୍ତି । ମୂତ୍ର ସିଞ୍ଚନ କରି ଏମାନେ ନିଜର କ୍ଷେତ୍ରର ସୀମା ନିର୍ଦ୍ଧାରଣ କରନ୍ତି । ଏମାନଙ୍କ ଶିକାର କ୍ଷେତ୍ର ସାମାନ୍ୟ ବଡ଼ ଓ ଏଥିରେ ଏମାନଙ୍କ ଶାବକମାନେ ବିଚରଣ କରନ୍ତି । ସ୍ୱାବଲମ୍ବୀ ହେବା ପର୍ଯ୍ୟନ୍ତ ଶାବକମାନେ ନିଜ ପିତାମାତାଙ୍କ ସହିତ ରହନ୍ତି । ବିଲୁଆମାନେ ଏକାକୀ ବା ଯୋଡ଼ିରେ ଶିକାର କରନ୍ତି । ତେବେ ପଚାସଢ଼ା ଶବ ଖାଇବା ବେଳେ ଅନେକ ବିଲୁଆ ମେଳରେ ଏକତ୍ରିତ ହୋଇ ଖାଇବା ଦେଖାଯାଇଛି ।
ନାମକରଣ
ସମ୍ପାଦନାଇଂରାଜୀ ଶବ୍ଦ ଜ୍ୟାକଲ୍ ("jackal") ୧୬୦୦ ଖ୍ରୀଷ୍ଟାବ୍ଦରୁ ପ୍ରଚଳିତ ହେବା ଅନୁମାନ କରାଯାଏ ଯାହା ମୂଳ ଫରାସୀ ଶବ୍ଦରୁ ସୃଷ୍ଟି ହୋଇଛି । ପାରସୀ ଶବ୍ଦ ଶଘାଲ୍ (شغال ) ବା ସମଜାତୀୟ ସଂସ୍କୃତ ଶବ୍ଦ ଶୃଗାଳଃ (सृगालः)ରୁ ତୁର୍କ୍ ଶବ୍ଦ ଚକାଲ୍ (çakal) ଓ ତୁର୍କ ଶବ୍ଦରୁ ଫରାସୀ ଶବ୍ଦ ଚାକାଲ୍ (chacal)ର ଉଦ୍ଭବ ହୋଇଛି । ସଂସ୍କୃତ ଶବ୍ଦ 'ଶୃଗାଳଃ'ର ଅର୍ଥ ହେଉଛି ଗର୍ଜନକାରୀ ବା ଭୋକିବା ଜନ୍ତୁ ।[୨][୩]
ବର୍ଗୀକରଣ
ସମ୍ପାଦନାଗଧିଆସଦୃଶ ସ୍ୱାନଜାତୀୟ ଜୀବଙ୍କ କ୍ଲାଡୋଗ୍ରାମ୍ The extant wolf-like canids | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
ମିଟୋକଣ୍ଡ୍ରିଆ ଡି.ଏନ୍.ଏ.କୁ ଭିତ୍ତି କରି ପ୍ରସ୍ତୁତ ଗଧିଆସଦୃଶ ସ୍ୱାନଜାତୀୟ ଜୀବଙ୍କ ବିବର୍ତ୍ତନ ଲତିକା[୪][୫] |
କୋୟୋଟି ଓ ବିଲୁଆମାନଙ୍କ ମଧ୍ୟରେ କେତେକ ସମାନତା ଥିବାରୁ ଲୋରେଞ୍ଜ୍ ଓକେନ୍ ୧୮୧୫ରେ ପ୍ରକାଶିତ ନିଜ ପୁସ୍ତକ Lehrbuch der Naturgeschichte (ପ୍ରାକୃତିକ ଇତିହାସ ପୁସ୍ତକ)ର ତୃତୀୟ ଖଣ୍ଡରେ ଏମାନଙ୍କୁ "ଥୋସ୍" ବୋଲି ଏକ ନୂଆ ପ୍ରଜାତି ଭାବେ ଅଭିହିତ କରିଛନ୍ତି । ବିଲୁଆର ପୁରାତନ ଗ୍ରୀକ୍ ନାମ "θώς"ରୁ ସେ ଏହି ଥୋସ୍ ନାମଟି ଦେଇଥିଲେ । କିନ୍ତୁ ତାଙ୍କର ଏହି ତଥ୍ୟ ସେତେବେଳେ ପ୍ରଚଳିତ ବର୍ଗୀକରଣ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ୧୯୩୨ ମସିହାରେ ମୋରୋକ୍କୋର ସ୍ତନ୍ୟପାୟୀ ପ୍ରାଣୀଙ୍କ ଉପରେ ପ୍ରକାଶିତ ନିଜ ମନୋଲଗ୍ରେ ପ୍ରକୃତିବିତ୍ ଆନ୍ହେଲ୍ କାବ୍ରେରା ବିଲୁଆର ଶାରୀରିକ ଗଠନକୁ ନେଇ ପ୍ରଶ୍ନ କରିଥିଲେ । ବିଲୁଆର ଉପର ମାଢ଼ିରେ ଥିବା ସିଂଗୁଲମ୍ ଦାନ୍ତ ଅନ୍ୟ ସ୍ୱାନଜାତୀୟ ଜୀବଙ୍କଠାରେ ନଥିବାରୁ ସେ ବିଲୁଆକୁ ସ୍ୱାନ (କ୍ୟାନିସ୍) ପରିବାରରେ ପରିଗଣିତ କରିବା ପ୍ରଯୁଜ୍ୟ କି ନୁହେଁ ବୋଲି ପ୍ରଶ୍ନ ରଖିଥିଲେ । କିନ୍ତୁ କାବ୍ରେରା ବିଲୁଆକୁ ଥୋସ୍ ନୁହେଁ ବରଂ କ୍ୟାନିସ୍ ଶ୍ରେଣୀରେ ହିଁ ଗଣନା କରୁଥିଲେ ।[୬]
୧୯୧୪ ମସିହାରେ ଏଡ୍ମଣ୍ଡ୍ ହେଲ୍ଲର୍ ଓକେନ୍ଙ୍କ "ଥୋସ୍" ତତ୍ତ୍ୱକୁ ପୁନର୍ଜୀବିତ କରିଥିଲେ ଓ ବିଲୁଆଙ୍କୁ ଅନ୍ୟ ଏକ ଶ୍ରେଣୀରେ ସ୍ଥାନିତ କରିବାର ପ୍ରସ୍ତାବ ଦେଇଥିଲେ । ହେଲ୍ଲର୍ ବିଭିନ୍ନ ବିଲୁଆ ଉପ-ପ୍ରଜାତିଙ୍କୁ ଦେଇଥିବା ନାମ ବର୍ତ୍ତମାନ ସୁଦ୍ଧା ଆଧୁନିକ ବର୍ଗୀକରଣରେ ବ୍ୟବହୃତ ହେଉଅଛି, କିନ୍ତୁ ସେ ବିଲୁଆ ପାଇଁ ଥୋସ୍ ବ୍ୟବହାର କରିଥିବା ବେଳେ ଆଧୁନିକ ବର୍ଗୀକରଣ ବିଲୁଆକୁ ଥୋସ୍ ପରିବର୍ତ୍ତେ କ୍ୟାନିସ୍ ଶ୍ରେଣୀରେ ସ୍ଥାନିତ କରିଛି ।[୬]
ଗଧିଆ ପରି ଦେଖାଯାଉଥିବା ସ୍ୱାନଜାତୀୟ ମାଂସଭୋଜୀ ପ୍ରାଣୀମାନଙ୍କ ଏକ ବିଶାଳ ଜୀବବିଜ୍ଞାନ ପରିବାର ରହିଛି । ଏହି ପରିବାରର ସଦସ୍ୟମାନେ ଅତି ନିକଟ ସମ୍ପର୍କୀୟ ଓ ସମସ୍ତଙ୍କର ୭୮ଟି କ୍ରୋମୋଜୋମ୍ ରହିଛି । କ୍ୟାନିସ୍, ଚୁଓନ୍ ଓ ଲାଇକାଓନ୍ ଏପରି ତିନୋଟି ବର୍ଗରେ ବିଭକ୍ତ ଏହି ଜୀବମାନେ ହେଲେ :
- କୁକୁର (C. lupus familiaris),
- ପାଉଁଶିଆ ଗଧିଆ (C. lupus)
- କୋୟୋଟି (C. latrans)
- ସୁବର୍ଣ୍ଣ ଶୃଗାଳ (C. aureus)
- ଇଥିଓପୀୟ ଗଧିଆ (C. simensis)
- କୃଷ୍ଣପୃଷ୍ଠ ଶୃଗାଳ (C. mesomelas)
- ପଟାଦାଗ ବିଲୁଆ (C. adustus)
- ବଳିଆ କୁକୁର (Cuon alpinus) ଓ
- ଆଫ୍ରିକୀୟ ଜଙ୍ଗଲି କୁକୁର (Lycaon pictus).[୭]
ନିକଟ ଅତୀତରେ ଏହି ପ୍ରଜାତିରେ ଅନ୍ତର୍ଭୁକ୍ତ ହୋଇଥିବା ଜୀବ ହେଉଛି ଆଫ୍ରିକୀୟ ସୁବର୍ଣ୍ଣ ଗଧିଆ (C. anthus) । ଆଫ୍ରିକୀୟ ସୁବର୍ଣ୍ଣ ଗଧିଆକୁ ଏକ ସମୟ ପର୍ଯ୍ୟନ୍ତ ସୁବର୍ଣ୍ଣ ଶୃଗାଳର ଆଫ୍ରିକୀୟ ଭାଇ ରୂପେ ବିବେଚିତ କରାଯାଉଥିଲା ।[୫] ସଭିଙ୍କର ୭୮ କ୍ରୋମୋଜୋମ୍ ଥିବାରୁ କ୍ୟାନିସ୍ ପ୍ରଜାତିର ସବୁ ସଦସ୍ୟ (କୋୟୋଟି, ଗଧିଆ ଓ ବିଲୁଆ) ପରସ୍ପରଠାରୁ ଓ ବଳିଆ କୁକୁର ଓ ଆଫ୍ରିକୀୟ ଶିକାରୀ କୁକୁର ପରି ପ୍ରଜାତିଙ୍କଠାରୁ ଜୀବବିଜ୍ଞାନ ଭିତ୍ତିରେ ପ୍ରାୟ ଅବିଚ୍ଛିନ୍ନ ।[୮][୯] ବିଲୁଆର ଦୁଇ ଆଫ୍ରିକୀୟ ପ୍ରଜାତି ପରସ୍ପରର ଭଗିନୀ ପ୍ରଜାତି ପରି, ଯାହାକି ଏହି ପରିବାରର ଉଦ୍ଭବ ଆଫ୍ରିକାରୁ ହୋଇଥିବା ଆଡ଼କୁ ଇଙ୍ଗିତ କରେ ।[୪] କ୍ୟାନିସ୍ ଆର୍ନେନ୍ସିସ୍ ଭୂମଧ୍ୟ ସାଗର ଓ ପାର୍ଶ୍ୱବର୍ତ୍ତୀ ୟୁରୋପରେ ୧୯ ଲକ୍ଷ ବର୍ଷ ପୂର୍ବେ ଦେଖାଦେଇଥିଲା ଓ ଏହା ସମ୍ଭବତଃ ଆଧୁନିକ ଯୁଗୀୟ ବିଲୁଆର ପୂର୍ବପୁରୁଷ ।[୧୦]
ଜଣେ ଲେଖକଙ୍କ ମତରେ ଦୁଇ ଆଫ୍ରିକୀୟ ବିଲୁଆଙ୍କୁ କ୍ୟାନିସ୍ ପରିବର୍ତ୍ତେ ଲୁପୁଲେଲ୍ଲା ନାମିତ କରିବା ଉଚିତ ।[୧୧]
ଇଥିଓପୀୟ ଗଧିଆର ମଧ୍ୟମ ଆକୃତି ଓ ଗଠନ ଯୋଗୁଁ ଏହା ଅନେକ ସମୟରେ ବିଲୁଆ ବୋଲି ଭ୍ରମ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ଲାଲ୍ ବିଲୁଆ (ଇଂରାଜୀରେ "red jackal" ବା "Simien jackal") ବୋଲି ମଧ୍ୟ କୁହାଯାଏ ।
ଉପ-ପ୍ରଜାତି
ସମ୍ପାଦନାପ୍ରଜାତି | ଜୀବବିଜ୍ଞାନ ନାମର ଶ୍ରେୟ | ବିବରଣୀ | ଭୌଗୋଳିକ ବ୍ୟାପ୍ତି |
---|---|---|---|
ପଟାଦାଗ ବିଲୁଆ କ୍ୟାନିସ୍ ଅଡଷ୍ଟସ୍ Canis adustus |
କାର୍ଲ୍ ଜାକବ୍ ସଣ୍ଡେଭାଲ୍, ୧୮୪୭ | ଏମାନେ ମୁଖ୍ୟତଃ ବଣଜଙ୍ଗଲ ପରି ଅଞ୍ଚଳରେ ବାସ କରନ୍ତି । ଏହା ଅନ୍ୟ ବିଲୁଆ ପ୍ରଜାତିଙ୍କଠାରୁ ଅପେକ୍ଷାକୃତ କମ୍ ଆକ୍ରାମକ ବା ହିଂସ୍ର । ଏମାନେ ବଡ଼ ସ୍ତନ୍ୟପାୟୀ ପ୍ରାଣୀଙ୍କ ଶିକାର କରିବା ପ୍ରାୟତଃ ଦେଖାଯାଏ ନାହିଁ ।[୧୨] | କେନ୍ଦ୍ରୀୟ ଓ ଦକ୍ଷିଣ ଆଫ୍ରିକା |
ସୁବର୍ଣ୍ଣ ଶୃଗାଳ କ୍ୟାନିସ୍ ଔରେୟସ୍ Canis aureus |
କାର୍ଲ୍ ଲିନାୟସ୍, ୧୭୫୮ | ସମସ୍ତ ବିଲୁଆ ପ୍ରଜାତିମାନଙ୍କ ମଧ୍ୟରେ ଏମାନେ ସବୁଠାରୁ ଅଧିକ ଓଜନିଆ ଶରୀରବିଶିଷ୍ଟ । ଏମାନେ ଆଫ୍ରିକା ମହାଦେଶ ବାହାରେ ଦେଖାଯାଉଥିବା ଏକମାତ୍ର ବିଲୁଆ ପ୍ରଜାତି । | ଦକ୍ଷିଣ-ପୂର୍ବ ୟୁରୋପ୍, ମଧ୍ୟ-ପୂର୍ବ ଏସିଆ, ପଶ୍ଚିମ ଏସିଆ ଓ ଦକ୍ଷିଣ ଏସିଆ |
କୃଷ୍ଣପୃଷ୍ଠ ଶୃଗାଳ କ୍ୟାନିସ୍ ମେସୋମେଲାସ୍ Canis mesomelas |
ୟୋହାନ୍ ଖ୍ରୀଷ୍ଟିୟାନ୍ ଡାନିଏଲ୍ ଭୋନ୍ ସ୍କ୍ରେବର୍, ୧୭୭୫ | ବିଲୁଆ ପ୍ରଜାତିଙ୍କ ମଧ୍ୟରେ ଏମାନେ ସବୁଠାରୁ ହାଲୁକା ଶରୀରବିଶିଷ୍ଟ । କ୍ୟାନିସ୍ ପରିବାରର ସବୁଠାରୁ ଦୀର୍ଘଜୀବିତ ସଦସ୍ୟ ରୂପେ ଏମାନେ ପରିଗଣିତ ହୋଇଥାନ୍ତି ।[୧୩] ସବୁ ବିଲୁଆଙ୍କ ମଧ୍ୟରେ ଏମାନେ ସର୍ବାଧିକ ଆକ୍ରାମକ ଓ ହିଂସ୍ର ପ୍ରବୃତ୍ତିର । ନିଜ ଓଜନର ବହୁ ଗୁଣ ଓଜନିଆ ପ୍ରାଣୀଙ୍କୁ ମଧ୍ୟ ଏମାନେ ଶିକାର କରିବା ଦେଖାଯାଇଛି । ଏମାନଙ୍କ ଦଳରେ ସର୍ବଦା କଳହ ଲାଗି ରହିଥାଏ ।[୧୪] | ଦକ୍ଷିଣ ଆଫ୍ରିକା, କେନିଆର ପୂର୍ବ ତଟ, ସୋମାଲିଆ ଓ ଇଥିଓପିଆ |
କୁକୁରଙ୍କ ସହ ଅନ୍ତଃ-ପ୍ରଜନନ
ସମ୍ପାଦନାଜର୍ମାନୀରେ ପରିକ୍ଷଣ ଭିତ୍ତିରେ ପୁଡଲ୍ ପ୍ରଜାତିର କୁକୁର ଓ ସୁବର୍ଣ୍ଣ ଶୃଗାଳଙ୍କ ମିଳରୁ ସଂକର ସ୍ୱାନ ଜାତୀୟ ପ୍ରାଣୀ ସୃଷ୍ଟି କରାଯାଇଛି । ଗଧିଆ-କୁକୁର ସଂକରମାନଙ୍କରେ ପ୍ରଜନନ କ୍ଷମତା ବୃଦ୍ଧି ପାଉଥିବା ବେଳେ ବିଲୁଆ-କୁକୁର ସଂକରରେ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ । ପୁଣି ୩ ଥର ଅନ୍ତଃ ପ୍ରଜନନ ପରେ ଜିନ୍ଗତ ସମସ୍ୟା, ପରସ୍ପର ସହିତ ଯୋଗାଯୋଗରେ ଅଭାବ ମଧ୍ୟ ଦେଖାଯାଇଥାଏ ।[୧୫]
ଋଷିଆରେ ସବର୍ଣ୍ଣ ଶୃଗାଳ ଓ ଅନ୍ୟ କୁକୁରମାନଙ୍କ ମିଶ୍ରଣରେ ସୁଲିମୋଭ୍ କୁକୁର ସୃଷ୍ଟି କରାଯାଇଛି । ଏହି କୁକୁର ଏରୋଫ୍ଲୋଟ୍ ବିମାନସେବା କମ୍ପାନୀ, ବୋମା ସନ୍ଧାନ ଦଳ ଇତ୍ୟାଦିଙ୍କଦ୍ୱାରା ଏକ ସନ୍ଧାନକାରୀ କୁକୁର ରୂପେ ବ୍ୟବହୃତ ହୋଇଥାଏ ।
ଲୋକକଥା, ପୌରାଣିକ କଥା ଓ ସାହିତ୍ୟରେ ବିଲୁଆ
ସମ୍ପାଦନା- କୋୟୋଟି ଓ କୋକିଶିଆଳି ପରି ବିଲୁଆମାନଙ୍କୁ ମଧ୍ୟ ପୌରାଣିକ ଓ ଲୋକକଥାରେ ଚତୁର ଜୀବ ଭାବେ ପ୍ରଦର୍ଶିତ କରାଯାଇଛି । ଅନେକ ଗଳ୍ପରେ ଏମାନଙ୍କୁ ଚତୁର ଓ ଶଠ ବା ପ୍ରବଞ୍ଚକ ରୂପେ ଦର୍ଶିତ କରାଯାଇଛି । ନୀଳବର୍ଣ୍ଣ ଶୃଗାଳର କାହାଣୀ ଏହିପରି ଏକ ଉଦାହରଣ ।
- ପ୍ରାଚୀନ ମିଶର୍ ସଭ୍ୟତାରେ ପ୍ରଚଳିତ ଧର୍ମରେ ମୃତ୍ୟୁର ପରବର୍ତ୍ତୀ ଲୋକର ବା ମମ୍ମି ସମ୍ପର୍କିତ ଦେବତା ଏନୁବିସ୍ (ପ୍ରାଚୀନ ଗ୍ରୀକ୍ ଭାଷାରେ Ἄνουβις)ଙ୍କ ମୁଣ୍ଡ ବା ମୁହଁ ବିଲୁଆ-ମୁଣ୍ଡ ପରି ।
- ଖ୍ରୀଷ୍ଟଧର୍ମର ବାଇବେଲ୍ ଗ୍ରନ୍ଥରେ ପ୍ରାୟ ୧୪ ଥର ବିଲୁଆର ଉଲ୍ଲେଖ ରହିଛି । ପରିତ୍ୟକ୍ତତା, ଏକକୀ ରହିବାର ମନୋଭାବକୁ ବିଲୁଆର ଜୀବନ ଧାରଣ ସହ ସାହିତ୍ୟିକ ଉପମା ଦିଆଯାଇଛି । ଯେଉଁ ମନୁଷ୍ୟମାନେ ସହରରୁ ଦୂରରେ ଅଲଗାରେ ପରିତ୍ୟକ୍ତ ଓ ବର୍ଜ୍ଜିତ ଅଞ୍ଚଳରେ ରହିବା ସେମାନଙ୍କ ଉଦ୍ଦେଶ୍ୟରେ ଏହି ଉପମାର ବ୍ୟବହାର କରାଯାଇଛି । ବାଇବେଲ୍ର କେତେକ ଅନୁବାଦରେ ଏହାକୁ ଜଙ୍ଗଲି କୁକୁର ବୋଲି ଲେଖାଯାଇଛି ।
- ଆଫ୍ରିକାର ସେରର୍ ଧର୍ମରେ ସୃଷ୍ଟିର ରଚନା କିମ୍ବଦନ୍ତୀରେ କୁହାଯାଇଛି ଯେ ସର୍ବଶକ୍ତିଶାଳୀ ଭଗବାନ ରୁଗ୍ ସବୁଠାରୁ ପ୍ରଥମେ ବିଲୁଆର ସୃଷ୍ଟି କରିଥିଲେ ।[୧୬]
- ପାବଲୋ ନିରୁଡାଙ୍କ କବିତା "I Explain a Few Things"ରେ ଫ୍ରାଂସିସ୍କୋ ଫ୍ରାଙ୍କୋ ଓ ତାଙ୍କ ସହଯୋଗୀମାନଙ୍କୁ ବିଲୁଆ ଭାବେ ଅଭିହିତ କରିଛନ୍ତି ("...Jackals that the jackal would drive off...") ।
- ରୁଡ୍ୟାର୍ଡ୍ କିପ୍ଲିଂଗଙ୍କ ଲିଖିତ "ଦ ଜଙ୍ଗଲ ବୁକ୍" ଗଳ୍ପରେ ଖଳନାୟକ ଶେର୍ ଖାନ୍ର ସାଥୀ ହେଉଛି "ତବାକି" ନାମକ ଏକ ଭୀରୁ ସୁବର୍ଣ୍ଣ ଶୃଗାଳ । ଶିକାରୀ ଓ ଲେଖକ କେନ୍ନେଥ୍ ଆଣ୍ଡର୍ସନ୍ ନିଜ ଗଳ୍ପ "The Call of the Man-eater” (ନରଖାଦକର ଡାକ)ରେ ଏକ ଏକାକୀ ବିଲୁଆ ଓ ନରଖାଦକ ମହାବଳ ବାଘ ମଧ୍ୟରେ ରହିଥିବା ଅଦ୍ଭୁତ ଯୁଗଳବନ୍ଦୀ ବିଷୟରେ ଉଲ୍ଲେଖ କରିଛନ୍ତି ।.[୧୭]
- ବାଇବେଲ୍ର ରାଜା ଜେମ୍ସ୍ ଅନୁବାଦର ୧୩:୨୧ ଖଣ୍ଡରେ ଦୁଃଖ ଓ ଦୁର୍ଭାଗ୍ୟର ବାହକ ଜୀବର ଉଲ୍ଲେଖ ରହିଛି । ଏହି ଜୀବ ବିଲୁଆ କିମ୍ବା ହେଟାବାଘ ହୋଇଥିବା ଅନେକ ଗବେଷକ କହିଛନ୍ତି ।[୧୮]
- ଭାରତ ଓ ପାକିସ୍ତାନର ବିଭିନ୍ନ ପ୍ରସିଦ୍ଧ ଉକ୍ତି ଓ ଋଢ଼ିରେ ବିଲୁଆର ଉଲ୍ଲେଖ ରହିଛି । ଯଥା ଟିପୁ ସୁଲତାନ୍ କହିଥିବା "ଶହେ ବର୍ଷ ବିଲୁଆପରି ବଞ୍ଚିବା ଅପେକ୍ଷା ଗୋଟିଏ ଦିନ ସିଂହପରି ବଞ୍ଚିବା ଶ୍ରେୟସ୍କର ।"
- ସ୍ୱିସ୍ ଫ୍ୟାମିଲି ରବିନ୍ସନ୍ (Swiss Family Robinson) ନାମକ ଏକ ଜର୍ମାନ୍ ଉପନ୍ୟାସରେ ଅନେକ ସ୍ଥାନରେ ବିଲୁଆମାନଙ୍କ ଉଲ୍ଲେଖ ରହିଛି ।
- ପିୟର୍ସ୍ ବ୍ରାଉନ୍ଙ୍କ ରଚିତ "ରେଡ୍ ରାଇଜିଂ" ପୁସ୍ତକମାଳାରେ ଏଡ୍ରିୟସ୍ ଅଉ ଅଗଷ୍ଟସ୍ ନାମକ ଏକ ଖଳନାୟକ ଚରିତ୍ର ବିଲୁଆ ଭାବେ ପରିଚିତ ।
- ତାନ୍ତ୍ରିକ ପ୍ରଥାରେ ବିଲୁଆମାନଙ୍କୁ କାଳୀ ମାତାଙ୍କ ଦୂତ ବୋଲି ବିବେଚନା କରାଯାଇଥାଏ । ମାଂସ ଭୋଗରେ ପ୍ରଦାନ କରାଗଲେ ଦେବୀ ବିଲୁଆର ରୂପ ଧରି ଦର୍ଶନ ଦିଅନ୍ତି ବୋଲି ବିଶ୍ୱାସ କରାଯାଏ । ଦେବୀ ଚାମୁଣ୍ଡାଙ୍କ ଚତୁର୍ପାର୍ଶ୍ୱରେ ବିଲୁଆମାନେ ରହିଥିବାର ପୌରାଣିକ ବର୍ଣ୍ଣନା ରହିଛି ।
- ପିଲାମାନଙ୍କ ଗପରେ ବିଲୁଆମାନଙ୍କୁ "ବିଲୁଆ ନନା" ବୋଲି ସମ୍ବୋଧିତ କରାଯାଇଥାଏ । ବିଲୁଆ ନିଜ ଚତୁରତାର ବାଘ ସିଂହ ପରି ଶକ୍ତିଶାଳୀ ଜୀବଙ୍କୁ ଅପଦସ୍ଥ କରିବା ବା ପରାଜିତ କରିବାର କାହାଣୀ, ଅନ୍ୟକୁ ନିଜ ଚତୁରତା ବବଳରେ ଠକିବା ସମୟରେ ପାନେ ପାଇବା ଇତ୍ୟାଦି ଭିନ୍ନ ଭିନ୍ନ ଚରିତ୍ରରେ ବିଲୁଆ ଆବିର୍ଭାବ ହୋଇଛି ।
- ଫ୍ରେଡେରିକ୍ ଫୋର୍ସାଇଥ୍ଙ୍କ ରଚିତ "The Day of the Jackal" (ଦ ଡେ ଅଫ୍ ଦ ଜ୍ୟାକଲ୍ – ବିଲୁଆର ଦିନ) ଉପନ୍ୟାସରେ ଫରାସୀ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟା ଷଡ଼ଯନ୍ତ୍ରର କାହାଣୀ ବର୍ଣ୍ଣିତ ।
ଆଧାର
ସମ୍ପାଦନା- ↑ Coyote (2004) by E.M. Gese & M. Bekoff Archived 2011-01-04 at the Wayback Machine.
- ↑ "jackal". The American Heritage Dictionary of the English Language.
- ↑ Harper, Douglas. "jackal". Online Etymology Dictionary.
{{cite web}}
: Cite has empty unknown parameter:|name-list-format=
(help) - ↑ ୪.୦ ୪.୧ Lindblad-Toh, K.; Wade, C. M.; Mikkelsen, T. S.; Karlsson, E. K.; Jaffe, D. B.; Kamal, M.; Clamp, M.; Chang, J. L.; Kulbokas, E. J.; Zody, M. C.; Mauceli, E.; Xie, X.; Breen, M.; Wayne, R. K.; Ostrander, E. A.; Ponting, C. P.; Galibert, F.; Smith, D. R.; Dejong, P. J.; Kirkness, E.; Alvarez, P.; Biagi, T.; Brockman, W.; Butler, J.; Chin, C. W.; Cook, A.; Cuff, J.; Daly, M. J.; Decaprio, D.; et al. (2005). "Genome sequence, comparative analysis and haplotype structure of the domestic dog". Nature. 438 (7069): 803–819. Bibcode:2005Natur.438..803L. doi:10.1038/nature04338. PMID 16341006.
- ↑ ୫.୦ ୫.୧ Koepfli, K.-P.; Pollinger, J.; Godinho, R.; Robinson, J.; Lea, A.; Hendricks, S.; Schweizer, R. M.; Thalmann, O.; Silva, P.; Fan, Z.; Yurchenko, A. A.; Dobrynin, P.; Makunin, A.; Cahill, J. A.; Shapiro, B.; Álvares, F.; Brito, J. C.; Geffen, E.; Leonard, J. A.; Helgen, K. M.; Johnson, W. E.; O’Brien, S. J.; Van Valkenburgh, B.; Wayne, R. K. (2015-08-17). "Genome-wide Evidence Reveals that African and Eurasian Golden Jackals Are Distinct Species". Current Biology. 25 (16): 2158–65. doi:10.1016/j.cub.2015.06.060. PMID 26234211.
- ↑ ୬.୦ ୬.୧ Thos vs Canis Archived 2008-04-16 at the Wayback Machine.
- ↑ Wayne, R. (1993). "Molecular evolution of the dog family". Trends in Genetics. 9 (6): 218–24. doi:10.1016/0168-9525(93)90122-X. PMID 8337763.
- ↑ Melinda A. Zeder, ed. (2006). "Chapter 19:Genetic Analysis of Dog Domestication". [ବିଲୁଆ at Google Books Documenting Domestication:New Genetic and Archaeological Paradigms]. University of California Press. pp. 279–295. ISBN 978-0-520-24638-6.
{{cite book}}
: Check|url=
value (help); Cite uses deprecated parameter|authors=
(help) - ↑ Wurster-Hill, D. H.; Centerwall, W. R. (1982). "The interrelationships of chromosome banding patterns in canids, mustelids, hyena, and felids". Cytogenetics and Cell Genetics. 34 (1–2): 178–192. doi:10.1159/000131806. PMID 7151489.
- ↑ Miklósi, Adam (2008). "4.2.1". Dog behaviour : evolution and cognition. Oxford: Oxford University Press. ISBN 9780199545667. Retrieved 27 May 2017.
- ↑ Dinets V. The Canis tangle: a systematics overview and taxonomic recommendations. Vavilovskii Zhurnal Genetiki i Selektsii – Vavilov Journal of Genetics and Breeding. 2015;19(3):286-291.
- ↑ "Side-Striped Jackal" (PDF). Canids.org. Archived from the original (PDF) on 2009-02-20. Retrieved 2010-03-19.
- ↑ Macdonald, David (1992). The Velvet Claw. p. 256. ISBN 978-0-563-20844-0.
- ↑ Estes, Richard (1992). The behavior guide to African mammals: including hoofed mammals, carnivores, primates. University of California Press. ISBN 978-0-520-08085-0.
- ↑ Feddersen-Petersen, Dorit (2004). Hundepsychologie (in ଜର୍ମାନ) (4th ed.). Stuttgart: Franck-Kosmos-Verlag. ISBN 978-3-440-09780-9.
- ↑ Thiaw, Issa laye (23–24 June 2009), "Mythe de la création du monde selon les sages sereer" (PDF), Enracinement et Ouverture — "Plaidoyer pour le dialogue interreligieux" (in French), Dakar: Konrad Adenauer Stiftung, pp. 45–50
{{citation}}
: CS1 maint: unrecognized language (link) - ↑ Anderson, Kenneth. The Call of the Man-eater. p. 32, 36, 42. ISBN 978-81-716-7469-5.
- ↑ "Jackal", classic.net.bible.org; accessed 26 February 2015.
ଆହୁରି ପଢ଼ିପାରିବେ
ସମ୍ପାଦନା- The New Encyclopedia of Mammals edited by David Macdonald, Oxford University Press, 2001; ISBN 0-19-850823-9
- Cry of the Kalahari, by Mark and Delia Owens, Mariner Books, 1992.
- The Velvet Claw: A Natural History of the Carnivores, by David MacDonald, BBC Books, 1992.
- Foxes, Wolves, and Wild Dogs of the World, by David Alderton, Facts on File, 2004.
ଅନ୍ୟାନ୍ୟ ଲିଂକ୍
ସମ୍ପାଦନା- Jackal at the African Wildlife Foundation
- Jackals at A-Z Animals
- Jackals of the African Crater at PBS.org
- Jackal is a meaningless term Archived 2020-11-01 at the Wayback Machine.