ଅହିରାଜ (ଇଂରାଜୀ: King Cobra, Ophiophagus hannah) ମୁଖ୍ୟତଃ ଦକ୍ଷିଣ ଭାରତର ଜଙ୍ଗଲମାନଙ୍କରେ ଦେଖାଯାଉଥିବା ବୃହତ ବିଷଧର ସର୍ପ ପ୍ରଜାତି । ଏହାର ଲମ୍ବ ୫.୬-୫.୭ ମିଟର । ସାଧାରଣରେ ନାଗ ନାମରେ ନାମିତ କିନ୍ତୁ ଏହା ପ୍ରକୃତ ନାଗ (Naja Genus)ପ୍ରଜାତିର ନୁହେଁ ଅହିରାଜ ନିଜ ପ୍ରଜାତିରେ ଏକ ମାତ୍ର ଜୀବ ଯିଏକି ଅନ୍ୟ ସାପ,ଝିଟିପିଟି ଓ ମୂଷାମାନଙ୍କୁ ଆହାର ରୂପେ ଗ୍ରହଣ କରେ । ଅହିରାଜ ନିଜ ଅଞ୍ଚଳରେ ଭୟଙ୍କର ଓ ବିପଦ ଜଣକ ବୋଲି ନିଜ ସମ୍ମାନ ବଜାୟ ରଖିଛି । ମନୁଷ୍ୟ ସହ ମୁକାବିଲା କରିବାରେ ନିଜକୁ ବହୁତ ଦୂର ରଖେ ତଥାପି କିଛି ଗୁରୁତ୍ୱପୂର୍ଣ ସଂସ୍କୃତି ଓ ଅନ୍ଧବିଶ୍ୱାସରେ ଘେରି ରହିଛି ।

ଅହିରାଜ
Captive specimen at the Cincinnati Zoo
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Reptilia
ଗଣ: Squamata
କୁଳ: Elapidae
ପ୍ରଜାତି: Ophiophagus
ଜାତି: O. hannah
ବାଇନୋମିଆଲ ନାମ
Ophiophagus hannah
  Distribution of the king cobra
Synonyms

Genus-level:

ଗଠନ ସମ୍ପାଦନା

ଅହିରାଜ ହାରାହାରି ୩-୪ ମିଟର ଲମ୍ବା ଓ ହାରାହାରି ୬ କିଗ୍ରା ଓଜନ । ପରୁଷ ଓ ସ୍ତ୍ରୀ ଅହିରାଜ ମଧ୍ୟରେ ପୁରୁଷ ଅହିରାଜ ସ୍ତ୍ରୀଠାରୁ ବଡ଼ । ଏହାର ଚର୍ମ ଈଷତ ସବୁଜ,ବାଦାମି ବା ସ୍ୱଳ୍ପ କଳା ଓ ଦେହରେ ଈଷତ ହଳଦୀ ରଙ୍ଗ ବନ୍ଧନୀ ଥିବା ସହ ପେଟଟି ଈଷତ ହଳଦୀ ରଙ୍ଗ ହେଇଥାଏ । କିଶୋର ଅହିରାଜମାନଙ୍କ ଦେହ ପତଳା ହଳଦୀ ରଙ୍ଗର ବନ୍ଧନୀ ସହ ଚର୍ମ ଉଜ୍ୱଳ କଳା ରଙ୍ଗରେ ରଙ୍ଗିତ ହୋଇଥାଏ,ଏମାନେ ରଣାସାପ ପରି ଦେଖାଯାନ୍ତି କିନ୍ତୁ ଏମାନଙ୍କର ଫଣୀ ଥାଏ ।

ବର୍ଗୀକରଣ ସମ୍ପାଦନା

OPHIOPHAGUS HANNAH, MONOTYPIC GENUS OPHOIPHAGUSରୁ ଆସିଛି । ଏହାଗୋଟେ ELAPIDAE ପରିବାରର ବିଭାଗୀକରଣ । ଅହିରାଜ କେବଳ ଏକାକୀ ସଦସ୍ୟ OPHIOPHAGUS ପ୍ରଜାତିର । ଯେଊଁଠାରେ କି ଅନ୍ୟ ନାଗ ପ୍ରଜାତି NAJA ଶ୍ରେଣୀରେ ଅନ୍ତର୍ଭୁକ୍ତ । ଅହିରାଜ ଅନ୍ୟ ନାଗମାନଙ୍କଠାରୁ ବଡ଼, ଏମାନଙ୍କ ଫଣୀ ଓ ଦେହରେ ଥିବା ଚିହ୍ନଦ୍ୱାରା ଚିହ୍ନଟ କରିହୁଏ ।

ବାସସ୍ଥଳୀ ସମ୍ପାଦନା

ଅହିରାଜ ଭାରତ, ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଆନ୍ତି ଯେପରିକି ବାଂଲାଦେଶ,ନେପାଳ,ଭୁଟାନ,ଚୀନ,କୋମ୍ବୋଡିଆ,ମ୍ୟାମାର,ଲାଓସ,ଫିଲିପାଇନ,ସିଙ୍ଗାପୁର,ଥାଇଲାଣ୍ଡ ଓ ଭିଏତନାମ । ଏହା ଗଭୀର/ଘଞ୍ଚ ଜଙ୍ଗଲ ଯେଉଁଠାରେ ମୁଖ୍ୟତଃ ଝରଣା ବା ହ୍ରଦ ଥାଏ । ଜଙ୍ଗଲ କ୍ଷୟ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ବ୍ୟବହାର ସମ୍ପାଦନା

ଅହିରାଜ ଅନ୍ୟ ସର୍ପମାନଙ୍କ ପରି ନିଜ ଜିହ୍ୱାଦ୍ୱାରା ତଥ୍ୟ ସଂଗ୍ରହ କରେ । ଜିହ୍ୱା ଗନ୍ଧର କ୍ଷୁଦ୍ର କଣିକାକୁ ଧରି ଏକ ସଂବେଦନଶୀଳ ଅଙ୍ଗକୁ ପଠାଏ ଯାହାକି ପାଟିର ଉପରି ଅଂଶ(ତାଳୁ)ରେ ଥାଏ । ଯଦି କୌଣସି ଖାଦ୍ୟର ସୁବାସ ଆସେ ନିଜର ଜିଭକୁ ଲହରାଇ ଖାଦ୍ୟର ଉପସ୍ଥିତି ନିର୍ନୟକରେ । ତା’ସହ ଅହିରାଜ ୧୦୦ ମିଟର ଦୂରରେ ପ୍ରଚଳିତ ଜୀବକୁ ଦେଖିପାରେ ,ଜୀବଦ୍ୱାରା ପୃଥିବୀର କମ୍ପନକୁ ମଧ୍ୟ ଅନୁଭବ କରିପାରେ । ଅହିରାଜ ଯେବେ କୌଣସି ଜୀବକୁ ଗିଳିବାରେ ଲାଗିଥାଏ ତେବେ ତା’ର ମୁହଁରେ ଥିବା ଜହର ଖାଦ୍ୟକୁ ପରିପାକ ଆରମ୍ଭ କରିଦେଇଥାଏ । ଅନ୍ୟ ସର୍ପମାନଙ୍କ ପରି ନମାନଶୀଳ ମୁହଁ ହୋଇଥାଏ । ଅହିରାଜର ତଳପାଟିର ଅସ୍ଥି ଦ୍ୱୟ ସ୍ୱାଧୀନ ଭାବେ କାର୍ଯ୍ୟ କରନ୍ତି ଯାହାର ଫଳସ୍ୱରୂପ ଖାଦ୍ୟକୁ ସମ୍ପୂର୍ଣ୍ଣ ଗିଳିବାରେ ସହାୟକ ହୁଏ । ନିଜର ମୁଣ୍ଡ ତୁଳନାରେ ଅହିରାଜ ବଡ଼ ଜୀବକୁ ଗିଳିପାରେ । ଏମାନେ ଦିନରେ ଶିକାର କରନ୍ତି ରାତ୍ରିକାଳରେ ଶିକାର କରିବା ଖୁବ କମ ଦେଖା ଯାଇଛି

ପ୍ରଜନନ ସମ୍ପାଦନା

ସ୍ତ୍ରୀ ଅହିରାଜ ଜଣେ ସମର୍ପିତ ମାଁ ଅନ୍ୟ ସର୍ପମାନଙ୍କ ଅପେକ୍ଷା । ସେ ଅଣ୍ଡା ଦେବା ପାଇଁ ବସା ବନାଏ,ପତ୍ର ଓ ଅନ୍ୟାନ୍ୟ ବସ୍ତୁ(କାଠି,ଛୋଟ ଛୋଟ ଡାଳ ଯାହା ଭୂମିଉପରେ ପଡିଥାଏ ) ଗୋଟେ ଜାଗାରେ ରଖି ବସା ପ୍ରସ୍ତୁତ କରେ । ବସା ପିଲାଙ୍କ ଜନ୍ମ ହେବା ପର୍ଯ୍ୟନ୍ତ ଥାଏ । ସ୍ତ୍ରୀ ଅହିରାଜ ୨୦-୪୦ଟି ଅଣ୍ଡା ଦେଇଥାଏ,୬୦-୯୦ ପରେ ଅଣ୍ଡାରୁ ପିଲାମାନେ ଜନ୍ମ ନିଅନ୍ତି ସେତେ ଦିନ ପର୍ଯ୍ୟନ୍ତ ମାଁ ବସାକୁ ଜଗିରହିଥାଏ । ବସାର ତାପମାତ୍ରା ୨୮॰c ରକ୍ଷା କରିବା ଓ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ମାଁ ଅହିରାଜର ପ୍ରମୁଖ କର୍ମ । ଅଣ୍ଡାରୁ ପିଲା ଜନ୍ମନେବା ପୂର୍ବରୁ ମାଁ ବହୁଦୂର ଚାଲିଯାଏ କାରଣ ଅହିରାଜ ସର୍ପ ଭକ୍ଷୀ ହେଇଥିବାରୁ ନିଜ ଜନ୍ମିତ ପିଲାମାନଙ୍କୁ ନ ଖାଇଯାଏ ସେ ଦୂରକୁ ଚାଲିଯାଏ ।

ପ୍ରତିରକ୍ଷା ଓ ବିଷ ସମ୍ପାଦନା

କୌଣସି ପ୍ରକାର ବିପଦ ପରିଲକ୍ଷିତ ହୁଏ ଅହିରାଜ ଯଥାଶୀଘ୍ର ପଳାୟନ କରିବାକୁ ଚେଷ୍ଟା କରେ ନଚେତ ନିଜ ଶରୀରକୁ ଏକ-ତୃତୀୟାଂଶ ଭୂମି ଉପରକୁ ଉଠାଇ ଫଣା ଖୋଲି ଗର୍ଜନ କରେ । ଯେତେବେଳେ ଅହିରାଜ ନିଜ ଶରୀରକୁ ଭୂମି ଉପରେ ରଖିଥାଏ ସେତେବେଳେ ମଧ୍ୟ ଆଗକୁ ବଢିବାରେ ସକ୍ଷମ ଥାଏ ଓ ଦୂର ପର୍ଯ୍ୟନ୍ତ ଆକ୍ରମଣ କରିଥାଏ । ଅହିରାଜ ଥରେ ମାତ୍ର ଆକ୍ରମଣରେ ଲଗାତର କାମୁଡି ଚାଲିଥାଏ । ମୁଖ୍ୟତଃ କିଶୋର ସାପମାନେ ଯଥା ଶୀଘ୍ର ବିଷ ସ୍ଖଳନ କରନ୍ତି କିନ୍ତୁ ବୟସ୍କମାନେ ଅତି ସଂଯମ ସହ ବିଷ ସ୍ଖଳନ କରନ୍ତି କାରଣ ସେମାନେ ନିଜ ବିଷର ମୂଲ୍ୟ ଜାଣନ୍ତି । ଅହିରାଜର ଜହରରେ ନିଉରୋଟୋକ୍ସସିନ(NEUROTOXIN)ସହ ଅନ୍ୟ ପଦାର୍ଥ ଥାଏ । ଯେପରିକି ମ୍ୟୂରିନ(Murine)LD50 ଯାହାକି Intravenous ୧.୩୧ମିଲିଗ୍ରାମ ଏବଂ Intraperitoneal ୧.୬୪୪ମିଲିଗ୍ରାମରୁ Subcutaneous ୧.୭ -୧.୯୩ ମିଲିଗ୍ରାମକୁ ପରିବର୍ତ୍ତନ ହେଇଥାଏ । ଅହିରାଜ ନିଜ ଶିକାରର ଶରୀରରେ ୨୦୦-୩୦୦ ମିଲିଗ୍ରାମ କିମ୍ବା ୭ ମିଲିଲିଟର ବିଷ ପ୍ରବାହିତ କରିଥାଏ । ଅହିରାଜର ଶିକାର/ପୀଡ଼ିତ ଶରୀରର ସ୍ନାୟୁତନ୍ତ୍ରରେ ଯଥେଷ୍ଟ ଖ୍ୟତିଗ୍ରସ୍ତର ସମ୍ମୁଖୀନ ହେବାକୁ ପଡିଥାଏ । ପୀଡ଼ିତକୁ ମୁଣ୍ଡ ବୁଲାଇବା,ବେହୋସ,ଶ୍ୱାସରୁଦ୍ଧ,ପକ୍ଷାଘାତ ଓ କୋମା ହେବାର ଲକ୍ଷଣ ଦେଖାଯାଏ । ସର୍ପାଘାତର ୩୦ ମିନିଟରେ ପୀଡ଼ିତ ପ୍ରାଣ ହରାଏ । ମାତ୍ର ୨ଟି ପ୍ରତିରୋଧକର ଆବିଷ୍କାର ହୋଇଛି ଯାହା Central Research Institute ଭାରତ ଓ Red Cross ଥାଇଲାଣ୍ଡଦ୍ୱାରା ଯାହାକି ସ୍ୱଳ୍ପ ପରିମାଣରେ ଉପଲବ୍ଧ କିନ୍ତୁ ଆଶ୍ଚର୍ଯ୍ୟର କାରଣ ନୁହେଁ । Ohanin ନାମକ ପ୍ରୋଟିନ ଯାହାକି ଏହି ବିଷରେ ଥାଏ ସ୍ତନ୍ୟପାଇ ପ୍ରାଣିମାନଙ୍କଠାରେ Hypolocomotion, Hyperalgesia ପରିଲକ୍ଷିତ ହୁଏ ଏବଂ ଅନ୍ୟ ପଦାର୍ଥ Cardiotoxic,Cytotoxic ଓ Neurotoxic ମଧ୍ୟ ଥାଏ । ଥାଇଲାଣ୍ଡରେ ଏଲକହଲ,ହଳଦୀ ଓ ଚେରମୂଳିରେ ପ୍ରସ୍ତୁତ ପଦାର୍ଥକୁ ଶେବନ କରାଇଲେ ଅପେକ୍ଷାକୃତ ଫଳମିଳିଥାଏ ଉଚିତ ସମୟରେ ଉପଚାର କରାଇଲେ ପୀଡ଼ିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଏ । ଏହା ଉଭୟ ଅହିରାଜ ଓ ଅନ୍ୟ ନାଗ ଦଂଶନରୁ ମଧ୍ୟ ଉପଚାର କରାଇଥାଏ । ଥାଇଲାଣ୍ଡର ସର୍ବେକ୍ଷଣରୁ ଜଣାଯାଏ ଯେ ୧୦ ଜଣ ଲୋକ ମୃତ୍ୟୁ ବରଣ କରନ୍ତି ୩୫ ଜଣଙ୍କ ମଧ୍ୟରେ ଓ ଭାରତର ଦକ୍ଷିଣାଞ୍ଚଳରେ ଏକ ଡାକ୍ତରଖାନାର ୬ବର୍ଷର ବିବରଣୀରୁ ଜଣାଯାଏ ଯେ ଦୁଇ-ତୃତୀୟାଂସ ଲୋକ ଯିଏକି ଅହିରାଜ ଦଂଶନର ଶିକାର ହୋଇଥିଲେ ଉଚିତ ଉପଚାର ଯୋଗୁଁ ଗୋଟାଏବି ପୀଡ଼ିତ ମୃତ୍ୟୁ ବରଣ କରିନାହାନ୍ତି । ଏହି ସର୍ପର ଦଂଶନର ଶିକାର ମୁଖ୍ୟ ରୂପରେ ସର୍ପ ପ୍ରତି ଆକ୍ରୁଷ୍ଟ ବ୍ୟକ୍ତି ମାନେହିଁ ହୁଅନ୍ତି ।

ଫୁତ୍କାର ସମ୍ପାଦନା

ସର୍ପମାନଙ୍କର ଆବୃତି(Frequency) ୩୦୦୦Hzରୁ ୧୩୦୦୦Hz ଯାହାର ପ୍ରଖରତା ୭୫୦୦ Hz ହେଇଥାଏ ତେବେ ଅହିରାଜର କମ ଅନ୍ତରାଳ ହୋଇଥାଏ ୨୫୦୦Hz ଯାହାର ପ୍ରଖରତା ୬୦୦ Hz ଯାହା ମନୁଷ୍ୟର ଆବୃତି ସହ ପ୍ରାୟ ସମାନ ।

ସଂରକ୍ଷଣ ସମ୍ପାଦନା

ଭାରତରେ ଅହିରାଜ Wildlife Protection Act,1972 Scheduleର ଅନ୍ତର୍ଭୁକ୍ତ । ସର୍ପହତ୍ୟାର ଆରୋହିକୁ ୬ବର୍ଷ ଜେଲ ଦଣ୍ଡ ଦେଶ ରହିଛି ।

ଆଧାର ସମ୍ପାଦନା

  1. Stuart, B., Wogan, G., Grismer, L., Auliya, M., Inger, R.F., Lilley, R., Chan-Ard, T., Thy, N., Nguyen, T.Q., Srinivasulu, C. & Jelić, D. (2012). Ophiophagus hannah. The IUCN Red List of Threatened Species. Version 2014.3.