ଋଷି ପଞ୍ଚମୀ ବ୍ରତ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ରଜସ୍ୱଳା ସମୟରେ ମହିଳାମାନେ କରୁଥିବା ତ୍ରୁଟିରୁ ମୁକ୍ତି ପାଇବା ନିମନ୍ତେ ଋଷି ପଞ୍ଚମୀ ବ୍ରତ ପାଳନ କରିଥାନ୍ତି । [୧]

ଋଷି ପଞ୍ଚମୀ
ପାଳନକାରୀମହିଳା
ପାଳନ୧ଟି ଦିନ
ଆରମ୍ଭଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ
ତାରିଖଅଗଷ୍ଟ-ସେପ୍ଟେମ୍ବର
୨୦୨୩ ତାରିଖdate missing (please add)

ପୌରାଣିକସମ୍ପାଦନ କରନ୍ତୁ

ବିଦର୍ଭ ଦେଶରେ ଉତ୍ତଙ୍କ ନାମକ ଜଣେ ସଦାଚାରୀ ବ୍ରାହ୍ମଣ ରହୁଥିଲେ। ତାଙ୍କ ପତ୍ନୀ ପତିବ୍ରତା ଥିଲେ। ତାଙ୍କର ଗୋଟିଏ କନ୍ୟା। କନ୍ୟାର ବିବାହ ତାଙ୍କ ସମକକ୍ଷ ଏକ କୁଳଶୀଳ ବର ସହିତ କଲେ। ଦୁର୍ଭାଗ୍ୟବଶତଃ କିଛି ଦିନ ପରେ ତାଙ୍କ କନ୍ୟା ବିଧବା ହୋଇଗଲେ। ଉତ୍ତଙ୍କ ମନଦୁଃଖରେ ନିଜ କନ୍ୟାକୁ ଆଣି ଗଙ୍ଗା ତଟରେ ଏକ କୁଡ଼ିଆ ଘର ତିଆରି କରି ରହିବାକୁ ଲାଗିଲେ। ଥରେ ବ୍ରାହ୍ମଣ କନ୍ୟା ଶୋଇଥିବା ସମୟରେ ହଠାତ୍ ତାଙ୍କ ଶରୀର ପୋକରେ ଭରିଗଲା। ବ୍ରାହ୍ମଣ କନ୍ୟା ତାଙ୍କ ମା’ଙ୍କୁ ସମସ୍ତ କଥା ଶୁଣାଇଲେ। ପତ୍ନୀ ସ୍ୱାମୀ ଉତ୍ତଙ୍କକୁ କହିଲେ- ମୋ ସାଧ୍ୱୀ କନ୍ୟାର ଏପରି ଦଶା ହେବାର କାରଣ କ’ଣ ? ଉତ୍ତଙ୍କ ସାଧନା ବଳରେ ଜାଣିବାକୁ ପାଇଲେ ଯେ ପୂର୍ବଜନ୍ମରେ ତାଙ୍କ କନ୍ୟା ବ୍ରାହ୍ମଣୀ ଥିଲେ। ସେ ରଜସ୍ୱଳା ହୋଇଥିବା ବେଳେ ବାସନ ସ୍ପର୍ଶ କରିଦେଇଥିଲେ ।ଯାହା ଫଳରେ ଏହି ଜନ୍ମରେ ତା’ ଶରୀରରେ ପୋକ ହୋଇଯାଇଛି।

ଧର୍ମ ଶାସ୍ତ୍ର ମାନ୍ୟତାନୁସାରେ ରଜସ୍ୱଳା ସ୍ତ୍ରୀ ପ୍ରଥମ ଦିନରେ ଚଣ୍ଡାଳୁଣୀ, ଦ୍ୱିତୀୟ ଦିନରେ ବ୍ରହ୍ମଘାତିନୀ ଏବଂ ତୃତୀୟ ଦିନରେ ଧୋବଣୀ ସହ ସମାନ ଅପବିତ୍ର ହୋଇଥାଏ । ସେ ଚତୁର୍ଥ ଦିନରେ ସ୍ନାନ କରି ଶୁଦ୍ଧ ହୋଇଥାଏ। ଯଦି ସେ ଶୁଦ୍ଧ ମନରେ ଋଷି ପଞ୍ଚମୀ ବ୍ରତ କରିବ ତା’ର ସମସ୍ତ ଦୁଃଖ ଦୂର ହୋଇଯିବ ଏବଂ ପରବର୍ତ୍ତୀ ଜନ୍ମରେ ସେ ସୌଭାଗ୍ୟପ୍ରାପ୍ତ କରିପାରିବ। ପିତା ଉତ୍ତଙ୍କ ଆଜ୍ଞା ପାଇଁ ସାଧ୍ୱୀ କନ୍ୟା ଋଷି ପଞ୍ଚମୀ ବ୍ରତ ପାଳନ କଲେ। ଏହା କରିବାଦ୍ୱାରା ସାଧ୍ୱୀ କନ୍ୟାଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଅକ୍ଷୟ ପ୍ରାପ୍ତ କଲେ । [୨]

ଆଧାରସମ୍ପାଦନ କରନ୍ତୁ

  1. "ମହାଲକ୍ଷ୍ମୀ ପାଳିଲେ ଋଷିପଞ୍ଚମୀ ବ୍ରତ". ଧରିତ୍ରୀ. Retrieved 8 March 2017.
  2. ସମୟ, ପୃଷ୍ଠା-୨, ୧୧.୯.୨୦୧୩