ଭବାନୀ ଦେବୀ

ଭାରତୀୟ ଅସୀଚାଳକ

ଭବାନୀ ଦେବୀ, ଜଣେ ଭାରତୀୟ ଅସୀଚାଳକ । ୨୦୨୧ ମସିହାରେ ସେ ଭାରତର ପ୍ରଥମ ଅସୀଚାଳକ ଭାବରେ ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।[୧] ସେ ୨୦୨୧ରେ ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରି ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ । ୨୦୨୧ ମସିହାରେ ସେ କିଟ୍ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିଲେ ।

ଭବାନୀ ଦେବୀ
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମଭବାନୀ ଦେବୀ
ପୂରା ନାମଚଦଲାବଦା ଆନନ୍ଦ ସୁନ୍ଦରରମଣ ଭବାନୀ ଦେବୀ
ଜାତୀୟତାଭାରତ
ଜନ୍ମ (1993-08-27) ୨୭ ଅଗଷ୍ଟ ୧୯୯୩ (ବୟସ ୩୦)
ଚେନ୍ନାଇ
Sport
ଦେଶଭାରତ
କ୍ରୀଡ଼ାଅସୀଚାଳନା
Achievements and titles
Highest world ranking୩୬
Medal record
ମହିଳା ଅସୀଚାଳନା
Competitor for ଭାରତ
୨ୟ ରାଷ୍ଟ୍ରମଣ୍ଡଳ ଖେଳ
Bronze ୨୦୦୯ ୨ୟ ରାଷ୍ଟ୍ରମଣ୍ଡଳ ଖେଳ ଦଳଗତ
ଏସୀୟ ଅସୀଚାଳନା ଚାମ୍ପିୟନସିପ
Bronze ୨୦୧୦ ଏସୀୟ ଅସୀଚାଳନା ଚାମ୍ପିୟନସିପ ଦଳଗତ
ରାଷ୍ଟ୍ରମଣ୍ଡଳ ଖେଳ
Silver ୨୦୧୨ ରାଷ୍ଟ୍ରମଣ୍ଡଳ ଖେଳ ଦଳଗତ
Bronze ୨୦୧୨ ରାଷ୍ଟ୍ରମଣ୍ଡଳ ଖେଳ ଏକକ
ଏସୀୟ ଅସୀଚାଳନା ଚାମ୍ପିୟନସିପ
Silver ୨୦୧୪ ଏସୀୟ ଅସୀଚାଳନା ଚାମ୍ପିୟନସିପ ଏକକ
ଏସୀୟ ଅସୀଚାଳନା ଚାମ୍ପିୟନସିପ
Bronze ୨୦୧୫ ଏସୀୟ ଅସୀଚାଳନା ଚାମ୍ପିୟନସିପ, ମାଙ୍ଗୋଲିଆ ଏକକ
ଟୁରନଈ ସାଟେଲାଇଟ ଅସୀଚାଳନା ଚାମ୍ପିୟନସିପ
Silver ୨୦୧୮ ଏସୀୟ ଅସୀଚାଳନା ଚାମ୍ପିୟନସିପ ଏକକ

ବାଲ୍ୟଜୀବନ ଓ ପ୍ରାରମ୍ଭିକ ଖେଳ ଜୀବନ ସମ୍ପାଦନା

ଭବାନୀ, ୧୯୯୩ ମସିହାରେ ଚେନ୍ନାଇର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୂଜକ ଓ ମାତା ଗୃହିଣୀ । ସେ ଚେନ୍ନାଇର ମୁରୁଗା ଧନୁଷକୋଡ଼ି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସେଣ୍ଟ ଜୋସେଫ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ । ୨୦୦୪ ମସିହାରେ, ସ୍କୁଲରେ ପଢୁଥିବା ସମୟରେ, ଭବାନୀ ଅସୀଚାଳନା ବା ଫେସିଂ ଖେଳ ଆରମ୍ଭ କରିଥିଲେ ।[୨] ଦଶମ ଶ୍ରେଣୀ ଉତ୍ତିନ୍ନ ହେବା ପରେ, ଭବାନୀ କେରଳର ଥଲ୍ଲାସେରୀଠାରେ ଥିବା ସାଇରେ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) ଯୋଗ ଦେଇଥିଲେ । ୧୪ ବର୍ଷ ବୟସରେ ତୁର୍କୀଠାରେ ସେ ନିଜର ପ୍ରଥମ ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗୀତାରେ ପଦାର୍ପଣ କରିଥିଲେ । ପ୍ରତିଯୋଗିତା ଆରମ୍ଭର ୩ ମିନିଟ ବିଳମ୍ବରେ ପହଞ୍ଚିଥିବାରୁ ତାଙ୍କୁ ସେଠାରେ କଳା କାର୍ଡ଼ ପ୍ରଦର୍ଶନ କରା ଯାଇଥିଲା । ୨୦୧୦ ଏସୀୟ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।[୩]

ଖେଳାଳି ଭାବରେ ସଫଳତା ସମ୍ପାଦନା

୨୦୦୯ ମସିହା ରାଷ୍ଟ୍ରମଣ୍ଡଳ ଖେଳରେ ଭବାନୀ ବ୍ରୋଞ୍ଜ ପଦକ ଲାଭ କରିଥିଲେ । ସେହିପରି ୨୦୧୦ରେ ଥାଇଲାଣ୍ଡ ଆନ୍ତର୍ଜାତୀୟ ଓପନ, ୨୦୧୦ରେ ଫିଲିଫିନ୍ସରେ ଏସିଆ କାଡ଼େଟ ଚାମ୍ପିୟନସିପ, ୨୦୧୨ ରାଷ୍ଟ୍ରମଣ୍ଡଳ ଖେଳ, ୨୦୧୩ରେ ୨୩ ବର୍ଷରୁ କମ ଏସିଆ ଚାମ୍ପିୟନସିପ ଓ ୨୦୧୫ ଫ୍ଲେମିଶ ଓପନରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୪ ବର୍ଷରୁ କମ ଏସିଆ ଚାମ୍ପିୟନସିପରେ ସେ ରୌପ୍ୟ ପଦକା ହାସଲ କରିଥିଲେ । ଏହି ପଦକ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଥିଲେ ।[୪] ୨୦୧୪ ମସିହାରେ ତାମିଲନାଡ଼ୁରେ ଅନୁଷ୍ଠିତ ହୋଇଥିବା ଏସିଆ ଚାମ୍ପିୟନସିପରେ ତାଙ୍କ ଉନ୍ନତ ପ୍ରଦର୍ଶନ ଦେଖି, ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଜୟଲଳିତା ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଶିକ୍ଷଣ ଲାଭ କରିବା ପାଇଁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।[୫] ୨୦୧୫ ମସିହାରେ ତାଙ୍କର ଚୟନ ରାହୁଳ ଦ୍ରାବିଡ଼ ଆଥଲେଟ ମେଣ୍ଟରସିପ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନକୁ ହୋଇଥିଲା ।[୬] ୨୦୧୨ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଓ ୨୦୧୪ର ଟୁସ୍କାନୀ କପ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୯ ଟୁରନଈ ପ୍ରତିଯୋଗିତାରେ ସେ ରୌପ୍ୟ ପଦକା ହାସଲ କରିଥିଲେ ।[୭] [୮] ସିନିୟର ରାଷ୍ଟ୍ରମଣ୍ଡଳ ଫେନ୍ସିଂ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଥିଲେ । ଇଟାଲୀରେ ଏବଂ କନୌର ସାଇ କେନ୍ଦ୍ରଠାରେ ଭବାନୀ ପ୍ରଶିକ୍ଷଣ ଗ୍ରହଣ କରନ୍ତି ।[୯]

୨୦୨୦ ମସିହା ସେପ୍ଟେମ୍ବର ମାସରେ ତାଙ୍କର ଆନ୍ତର୍ଜାତୀୟ ମାନ୍ୟତା ୪୫ ଥିଲା ।[୧୦] ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ସେ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇ ପାରିଥିଲେ ।[୧୧]

ଆଧାର ସମ୍ପାଦନା

  1. "ଅଲିମ୍ପିକ୍ସ ଯୋଗ୍ୟତା : ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍ସର". www.dharitri.com. ଧରିତ୍ରୀ. Archived from the original on 17 March 2021. Retrieved 17 March 2021.
  2. "Tamil Nadu fencer Bhavani talks about battling against the odds to succeed in a fledgling sport". Sportskeeda.com. Retrieved 2016-09-08.
  3. Roshne B (2016-04-13). "Will a Fencer's Sabre Strike Gold?". The New Indian Express. Archived from the original on 2016-08-17. Retrieved 2016-09-08.
  4. Venugopal, Ashok (2014-10-13). "Sword of Bhavani Fetches Asian First". The New Indian Express. Archived from the original on 2016-08-17. Retrieved 2016-09-08.
  5. http://indiatoday.intoday.in/story/jaya-announces-sports-scholarship-reward-for-students/1/567360.html
  6. "Go Sports Foundation Selected 15 athletes for Rahul Dravid Athlete Mentorship Programme". Chennai Newz. Archived from the original on 3 June 2016. Retrieved 2016-09-08.
  7. "Tournoi Satellite Fencing: India's CA Bhavani Devi wins silver in sabre individual category after going down to Azerbaijan's Bashta Anna". Firstpost. Retrieved 2019-11-22.
  8. Venkatesan, S. Prasanna. "Bhavani Devi clinches silver in Belgium meet". Sportstar (in ଇଂରାଜୀ). Retrieved 2020-09-13.
  9. Kishore, M. Hari (2018-11-24). "Commonwealth fencing championship: Bhavani Devi wins gold". The Hindu (in Indian English). ISSN 0971-751X. Retrieved 2019-11-22.
  10. "Bhavani Devi - Official website". Bhavanidevi (in ଇଂରାଜୀ). Retrieved 2020-09-13.{{cite web}}: CS1 maint: url-status (link)
  11. "ଅଲିମ୍ପିକ୍ସ୍‌‌ ତରବାରି ଚାଳନାର ପ୍ରଥମ ରାଉଣ୍ଡ୍‌ରେ ବିଜୟିନୀ ହୋଇ ଭାରତ ପାଇଁ ପ୍ରଥମ ଗୌରବ ଆଣିଲେ ଭବାନୀ ଦେବୀ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 July 2021. Retrieved 27 July 2021.