ଭଟଲି
ଭଟଲି , ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ସହର ।
ଭଟଲି | |
---|---|
Rurban | |
Country | India |
State | ଓଡ଼ିଶା |
District | ବରଗଡ଼ |
Languages | |
Time zone | UTC+5:30 (IST) |
PIN | 768030 |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଭଟଲି ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସହ ଥିବା ସୀମା ନିକଟରେ ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥିତି 21°31′34″N 82°53′24″E / 21.526°N 82.890°E ଠାରେ । ଭଟଲି, ବରଗଡ଼ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ସହ ପୂର୍ବଘାଟ ପର୍ବତ ମାଳା ନିକଟସ୍ଥ ଡେକାନ ମାଳଭୂମି ଅଞ୍ଚଳରେ ଅବସ୍ଥିତ । ଏହା ଏକ ଭୂମିକମ୍ପ ପ୍ରବଣ ସହର ।
ଜନସଂଖ୍ୟା
ସମ୍ପାଦନା୨୦୧୧ ଜନଗଣନା ଅନୁସାରେ ଭଟଲିର ଜନସଂଖ୍ୟା ୪,୮୬୫ ଥିଲା ।[୧] ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୨,୩୯୬ ଓ ମହିଳା ସଂଖ୍ୟା ୨,୪୬୯ ଥିଲା । ୬ ବର୍ଷରୁ କମ ସଂଖ୍ୟା ୫୩୯ ଥିଲା ।
ଅର୍ଥନୈତିକ ସ୍ଥିତି
ସମ୍ପାଦନାକୃଷି ଏହି ଅଞ୍ଚଳର ଅଧିବାସୀଙ୍କ ମୁଖ୍ୟ ଜୀବିକା । କିନ୍ତୁ ଅଞ୍ଚଳରେ ହସ୍ତତନ୍ତ୍ର ବୁଣାକାରମାନେ ଏହି ଅଞ୍ଚଳରେ ସମ୍ବଲପୁରୀ ବସ୍ତ୍ର ମଧ୍ୟ ବୁଣିଥାନ୍ତି ।[୨]
ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା
ସମ୍ପାଦନାସହରରେ ସରକାରୀ ଓ ବେସରକାରୀ ଡାକ୍ତରଖାନାର ବ୍ୟବସ୍ଥା ରହିଛି । ଏଠାରେ ଦଧିବାମନ କଲେଜ ଡିଗ୍ରୀ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବା ସହ ଉଭୟ ବାଳକ ଓ ବାଳିକା ହାଇସ୍କୁଲ ଓ ଇଂରାଜୀ ମିଡିୟମ ସ୍କୁଲ ସବୁ ରହିଛି ।[୩][୪] [୫]
ସଂସ୍କୃତି
ସମ୍ପାଦନାଜଗନ୍ନାଥ ରଥ ଯାତ୍ରା ଓ ଫାଲଗୁନ ମେଳା ଏଠାକାର ମୁଖ୍ୟ ପର୍ବ ।
ପ୍ରଶାସନ
ସମ୍ପାଦନାଭଟଲି ଏକ ବ୍ଲକ ଅଞ୍ଚଳ । ଏଠାରେ ଗ୍ରାମପଞ୍ଚାୟତ ମଧ୍ୟ ରହିଛି । ଭଟଲୀ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ରାଜ୍ୟ ବିଧାନ ସଭାକୁ ଏଠାରୁ ପ୍ରତିନିଧି ନିର୍ବାଚିତ ହୋଇ ଥାଆନ୍ତି । ସୁଶାନ୍ତ ସିଂହ ବର୍ତ୍ତମାନ ଭଟଲିର ବିଧାନ ସଭା ସଦସ୍ୟ ।[୬]
ମନ୍ଦିର ସମୂହ
ସମ୍ପାଦନାଦଧିବାମନ ମନ୍ଦିର
ସମ୍ପାଦନାଭଟଲିରେ ଥିବା ଜଗନ୍ନାଥ ମନ୍ଦିର ଶିଶୁ ଜଗନ୍ନାଥ ନାମରେ ଜଣା ଯାଏ, ଏଠାରେ ଅନ୍ନ ଭୋଗ ଲାଗେନା ।
ଖଟୁଶ୍ୟାମ ମନ୍ଦିର
ସମ୍ପାଦନାଭଟଲିରେ ଥିବା ଖଟୁଶ୍ୟାମ ମନ୍ଦିର ଦେଶର ଦ୍ୱିତୀୟ ଖଟୁଶ୍ୟାମ ମନ୍ଦିର ।[୭]
ଦର୍ଶନୀୟ ସ୍ଥାନ
ସମ୍ପାଦନାଭଟଲି ନିକଟରେ ଦେବ୍ରୀଗଡ଼ ଅଭୟାରଣ୍ୟ ରହିଛି ।
ଆଧାର
ସମ୍ପାଦନା- ↑ https://www.citypopulation.de/php/india-odisha.php?cityid=2101-380737
- ↑ https://www.nabard.org/pdf/Evaluation_Study_of_DRIP_in_Orissa.pdf
- ↑ "ଆର୍କାଇଭ୍ କପି". Archived from the original on 2016-08-08. Retrieved 2016-12-06.
{{cite web}}
: Cite has empty unknown parameter:|1=
(help) - ↑ http://www.icbse.com/schools/satihari-girls-h-s-bhatli/21010500706
- ↑ [୧] Archived 2017-01-08 at the Wayback Machine..
- ↑ [୨] MLA
- ↑ [୩] Archived 2016-08-21 at the Wayback Machine..