ଭଟଲି

ବରଗଡ଼ ଜିଲ୍ଲାର ସହର

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଭଟଲି
Rurban
Country India
Stateଓଡ଼ିଶା
Districtବରଗଡ଼
Languages
Time zoneUTC+5:30 (IST)
PIN
768030

ଭଟଲି , ଭାରତୀୟ ରାଜ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାର ଏକ ସହର । 

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଭଟଲି ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସହ ଥିବା ସୀମା ନିକଟରେ ଅବସ୍ଥିତ । ଏହାର ଭୌଗୋଳିକ ଅବସ୍ଥିତି 21°31′34″N 82°53′24″E / 21.526°N 82.890°E / 21.526; 82.890 ଠାରେ ।  ଭଟଲି, ବରଗଡ଼ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ସହ ପୂର୍ବଘାଟ ପର୍ବତ ମାଳା ନିକଟସ୍ଥ ଡେକାନ ମାଳଭୂମି ଅଞ୍ଚଳରେ ଅବସ୍ଥିତ । ଏହା ଏକ ଭୂମିକମ୍ପ ପ୍ରବଣ ସହର । 

ଜନସଂଖ୍ୟା  ସମ୍ପାଦନା

 ୨୦୧୧ ଜନଗଣନା ଅନୁସାରେ ଭଟଲିର ଜନସଂଖ୍ୟା ୪,୮୬୫  ଥିଲା ।[୧] ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୨,୩୯୬ ଓ ମହିଳା ସଂଖ୍ୟା ୨,୪୬୯ ଥିଲା । ୬ ବର୍ଷରୁ କମ ସଂଖ୍ୟା ୫୩୯ ଥିଲା । 

ଅର୍ଥନୈତିକ ସ୍ଥିତି ସମ୍ପାଦନା

କୃଷି ଏହି ଅଞ୍ଚଳର ଅଧିବାସୀଙ୍କ ମୁଖ୍ୟ ଜୀବିକା । କିନ୍ତୁ ଅଞ୍ଚଳରେ ହସ୍ତତନ୍ତ୍ର ବୁଣାକାରମାନେ ଏହି ଅଞ୍ଚଳରେ ସମ୍ବଲପୁରୀ ବସ୍ତ୍ର ମଧ୍ୟ ବୁଣିଥାନ୍ତି ।[୨]

ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା  ସମ୍ପାଦନା

ସହରରେ ସରକାରୀ ଓ ବେସରକାରୀ ଡାକ୍ତରଖାନାର ବ୍ୟବସ୍ଥା ରହିଛି । ଏଠାରେ ଦଧିବାମନ କଲେଜ ଡିଗ୍ରୀ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରିବା ସହ ଉଭୟ ବାଳକ ଓ ବାଳିକା ହାଇସ୍କୁଲ ଓ ଇଂରାଜୀ ମିଡିୟମ ସ୍କୁଲ ସବୁ ରହିଛି ।[୩][୪] [୫]

ସଂସ୍କୃତି  ସମ୍ପାଦନା

ଜଗନ୍ନାଥ ରଥ ଯାତ୍ରା ଓ ଫାଲଗୁନ ମେଳା ଏଠାକାର ମୁଖ୍ୟ ପର୍ବ । 

ପ୍ରଶାସନ  ସମ୍ପାଦନା

ଭଟଲି ଏକ ବ୍ଲକ ଅଞ୍ଚଳ । ଏଠାରେ ଗ୍ରାମପଞ୍ଚାୟତ ମଧ୍ୟ ରହିଛି । ଭଟଲୀ ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ରାଜ୍ୟ ବିଧାନ ସଭାକୁ ଏଠାରୁ ପ୍ରତିନିଧି ନିର୍ବାଚିତ ହୋଇ ଥାଆନ୍ତି । ସୁଶାନ୍ତ ସିଂହ ବର୍ତ୍ତମାନ ଭଟଲିର ବିଧାନ ସଭା ସଦସ୍ୟ ।[୬] 

ମନ୍ଦିର ସମୂହ  ସମ୍ପାଦନା

ଦଧିବାମନ ମନ୍ଦିର  ସମ୍ପାଦନା

ଭଟଲିରେ ଥିବା ଜଗନ୍ନାଥ ମନ୍ଦିର ଶିଶୁ ଜଗନ୍ନାଥ ନାମରେ ଜଣା ଯାଏ, ଏଠାରେ ଅନ୍ନ ଭୋଗ ଲାଗେନା ।

ଖଟୁଶ୍ୟାମ ମନ୍ଦିର  ସମ୍ପାଦନା

ଭଟଲିରେ ଥିବା ଖଟୁଶ୍ୟାମ ମନ୍ଦିର ଦେଶର ଦ୍ୱିତୀୟ ଖଟୁଶ୍ୟାମ ମନ୍ଦିର ।[୭]

ଦର୍ଶନୀୟ ସ୍ଥାନ  ସମ୍ପାଦନା

ଭଟଲି ନିକଟରେ ଦେବ୍ରୀଗଡ଼ ଅଭୟାରଣ୍ୟ ରହିଛି । 

ଆଧାର  ସମ୍ପାଦନା

  1. https://www.citypopulation.de/php/india-odisha.php?cityid=2101-380737
  2. https://www.nabard.org/pdf/Evaluation_Study_of_DRIP_in_Orissa.pdf
  3. "ଆର୍କାଇଭ୍ କପି". Archived from the original on 2016-08-08. Retrieved 2016-12-06. {{cite web}}: Cite has empty unknown parameter: |1= (help)
  4. http://www.icbse.com/schools/satihari-girls-h-s-bhatli/21010500706
  5. [୧] Archived 2017-01-08 at the Wayback Machine..
  6. [୨] MLA
  7. [୩] Archived 2016-08-21 at the Wayback Machine..