ଭଜମନ ବେହେରା
ଭାରତୀୟ ରାଜନୀତିଜ୍ଞ
ଭଜମନ ବେହେରା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଜନତା ଦଳର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ । ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ କେନ୍ଦ୍ରମନ୍ତ୍ରୀ ଭାବରେ ତୈଳ ତଥା ରସାୟନିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩] ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭଜମନ ୧୯୭୪ ମସିହାରେ ଆଠମଲ୍ଲିକରୁ ଏବଂ ୧୯୮୫ ମସିହାରେ ତାଳଚେରରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଭଜମନ ବେହେରା | |
---|---|
ସାଂସଦ: ଲୋକ ସଭା | |
ପୂର୍ବ ଅଧିକାରୀ | କାମାକ୍ଷା ପ୍ରସାଦ ସିଂହଦେଓ |
ପର ଅଧିକାରୀ | କାମାକ୍ଷା ପ୍ରସାଦ ସିଂହଦେଓ |
ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ, ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବଗଡ଼ିଆ, ଢେଙ୍କାନାଳ ଜିଲ୍ଲା,ଓଡ଼ିଶା, ବ୍ରିଟିଶ ଭାରତ | ୧ ନଭେମ୍ବର ୧୯୪୩
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଆଧାର
ସମ୍ପାଦନା- ↑ India. Parliament. House of the People; India. Parliament. Lok Sabha (1990). Lok Sabha Debates. Lok Sabha Secretariat. p. 229. Retrieved 19 January 2018.
- ↑ Asmita Bhattacharyya; Sudeep Basu (20 September 2017). Marginalities in India: Themes and Perspectives. Springer. pp. 45–. ISBN 978-981-10-5215-6. Retrieved 19 January 2018.
- ↑ India Today. Living Media India Pvt. Limited. 1990. p. 35. Retrieved 19 January 2018.