ଆଜିକାଲିର ଇଣ୍ଟରନେଟ ଯୁଗରେ ଆମ ମାତୃଭାଷା ଓଡ଼ିଆକୁ ଉନ୍ନତ କରିବା ତଥା ଆବଶ୍ୟକ ତଥ୍ୟ ଗୁଡ଼ିକୁ ଓଡ଼ିଆ ଭାଷାରେ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା କିଛି ସହଜ କଥା ନୁହଁ । ଏହି ଦିଗରେ ଓଡ଼ିଆ ଉଇକିପିଡ଼ିଆ ପାଇଁ ଆପଣଙ୍କର ନିରବଛିନ୍ନ ଅବଦାନ, ଓଡ଼ିଆ ଭାଷାକୁ ସମୃଦ୍ଧ କରିବାରେ ଆପଣଙ୍କର ଚେଷ୍ଟା ଓ ନିଷ୍ଠା ମୋ ପାଇଁ ଓ ମୋ ପରି ଅନ୍ୟ କିଛି ନୂଆ ଉଇକିଆଳିଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଛି । ଆପଣଙ୍କୁ ଏଥିପାଇଁ ଯେତେ ଧନ୍ୟବାଦ ଦେଲେ ବି ଏହା କମ୍ ହେବ । ଏଇଟି ମୋ ତରଫରୁ ଏକ ଛୋଟ ଆଦର ସନ୍ଦେଶ ଆପଣଙ୍କ ପାଇଁ । ଜୟ ଜଗନ୍ନାଥ । Chinmayee Mishra (ମୋ ଆଲୋଚନା ) ୦୦:୪୬, ୧୭ ଅପ୍ରେଲ ୨୦୧୬ (IST)
ଜୟ ଜଗନ୍ନାଥ, ଉଇକିରେ ସକ୍ରିୟ ଥିବା ଏବେକାର ନୂଆ ଓ ପୂର୍ବର ନୂଆ (ଏବେକାର ପୁରୁଣା) ଉଇକିଆଳିଙ୍କ ସହଯୋଗ ଓ ତାଗିଦ ଯୋଗୁଁ, ମୋର ଏହି ଚେଷ୍ଟା, ନିଷ୍ଠା ଓ ନିରବଚ୍ଛିନ୍ନ ଅବଦାନ ବା ଅନ୍ୟ ଯାହାକିଛି... ତେଣୁ ଏଥିରେ ସମସ୍ତଙ୍କ ଭାଗ ରହିଛି :) । ଅନ୍ୟ ଉଇକିଆଳିଙ୍କ ସହଯୋଗ ବିନା ମୁଁ ଆଜି ବୋଧହୁଏ ଅବଦାନ କରୁନଥାନ୍ତି । ସମସ୍ତ ସାଥି ଉଇକିଆଳିଙ୍କ ତରଫରୁ ଖିରି ନିମନ୍ତେ ଧନ୍ୟବାଦ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା ) ୦୯:୪୩, ୧୭ ଅପ୍ରେଲ ୨୦୧୬ (IST)
ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ!
ସମ୍ପାଦନା
ବୋଧେ ଏ କଥାକୁ ଆଉ ବୁଝେଇ କହିବା ଲୋଡ଼ା ନାହିଁ
ବୋଧେ ତମକୁ ପାଖାପାଖି ୪ ବର୍ଷ ଧରି ଜାଣିବାର ଆଉ ତମକୁ କାମ ଆଉ ଜୀବନକୁ ପାଖରୁ ଦେଖିବାର ସୁଯୋଗ ମୁଁ ପାଇଛି । ମୋ ଭାଗ୍ୟ! ଆଉ ଏ ଲମ୍ବା ସମୟ ଭିତରେ ଆମେ ମିଶି ଅନେକ କାମ କରିପାରିଛୁ ଯାହା ହୁଏତ ବ୍ୟକ୍ତିଗତ ଭାବେ ତମେ, ମୁଁ ବା ଆଉ କେହି କରିପାରିନଥାନ୍ତା । ଯୋଡ଼ାକୁ ଘୋଡ଼ା ସରିନୁହେଁ ଏ ଉକ୍ତିର ସବୁଠୁ ବଡ଼ ଉଦାହରଣ ଓଡ଼ିଆ ଭାଷାର ବିଶାଳତମ ଫ୍ରି ସଫ୍ଟଓଏର ସମୂହ ଓଡ଼ିଆ ଉଇକିମିଡ଼ିଆ ସମୂହ । ୪ ବର୍ଷ, ୩ଟି ପ୍ରକଳ୍ପ ଆଉ ୮୦ ରୁ ଅଧିକ ବହିର ପୁନଲାଇସେନ୍ସକରଣ, ଏ ସବୁ ଐତିହାସିକ ଆଉ ଏ ସବୁ ପଛରେ ତମ ଭଳି ଜଣେ କର୍ମଠ ମଣିଷର ପରିଚାଳନା ରହିଛି । ପରଦା ପଛରେ ରହି ତମର ଏ କାମକୁ ମୁଣ୍ଡିଆ । ଆଉ ଏକ ନୂଆ ବରଷର କାମ କରି.. ସୁଭାସିସ ପାଣିଗାହି ଆଳାପ ୦୬:୦୯, ୨୩ ଡିସେମ୍ବର ୨୦୧୪ (UTC)
The Special Barnstar
ଭାଇ ଓଡିଆ ଉଇକିପିଡିଆରେ ଆପଣଙ୍କ ସାମଗ୍ରିକ ଅବଦାନ ପାଇଁ ବହୁତ ବହୁତ ଧନ୍ୟବାଦ... ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା ) ୧୦:୩୨, ୧୧ ଅଗଷ୍ଟ ୨୦୧୨ (UTC)
The Writer's Barnstar
This is for you for writing large number of articles :) Keep coming!! Thanks and Regards. -- ଅηsuмaη Talk ୧୦:୫୨, ୧୭ ନଭେମ୍ବର ୨୦୧୧ (UTC)
The Film Barnstar
This Barnstar is awarded to Mkar ritu for his excellent job on articles about films. --ansuman (ମୋ ଆଲୋଚନା ) ୦୪:୦୬, ୭ ଜୁନ ୨୦୧୧ (UTC)
The Working Man's Barnstar
This Barnstar is awarded to Mkar ritu for his tireless work. --Srikant Kedia ୧୨:୩୫, ୨୩ ମେ ୨୦୧୧ (UTC)
Odisha1 has given you a cookie! Cookies promote
WikiLove and hopefully this one has made your day better. Spread the WikiLove by giving someone else a cookie, whether it be someone you have had disagreements with in the past or a good friend. cookie for you
†
ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ
ସମ୍ପାଦନା