କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ଆଦରର Sukanta Sarkar,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଅବଦାନ ଜାରି ରଖିବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ଯଦି ଆପଣ କିଛି ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୭:୩୮, ୨୮ ଅଗଷ୍ଟ ୨୦୧୨ (UTC)

ଛାଞ୍ଚ ସମ୍ବନ୍ଧରେ ସମ୍ପାଦନା

ସୁକାନ୍ତ ଭାଇ, ଆପଣ ଆଗ୍ରହ ଦେଖି ବହୁତ ଖୁସି ଲାଗୁଛି,ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ। ଆପଣ ଯେତେବେଳେ କୈଣସି ପ୍ରସଙ୍ଗ କିମ୍ବା ଛାଞ୍ଚ ରେ ତିଆରି ଚାଲିଛି ଛାଞ୍ଚ ଦେଖୁଛନ୍ତି, ସେ କ୍ଷେତ୍ରରେ ସେ ଛାଞ୍ଚ/ପ୍ରସଙ୍ଗ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି ବା ଇଇକିଆଳି ଜଣକ ଲେଖୁଛନ୍ତି।।ବଦଳେଇବା ଦ୍ଵାରା ତିଆରି କରୁଥିବା ଉଇକିଆଳି ଦ୍ଵନ୍ଦରେ ପଡିବା ସହିତ ଛାଞ୍ଚ/ପ୍ରସଙ୍ଗର ଗଠନ ଶୈଳୀ ଭୁଲ ହେବ ।କୈଣସି ପ୍ରସଙ୍ଗ କିମ୍ବା ଛାଞ୍ଚ ରେ କାହାକୁ କିଛି ଲେଖିବାରେ ବା ଛାଞ୍ଚର ଶୈଳୀ ଆପଣ ଶିଖେଇଲେ ସେ ଦ୍ଵନ୍ଦରେ ପଡି ପାରନ୍ତି , କୈଣସି କ୍ଷେତ୍ରରେ କାହାର ଅସୁବିଧା ହେଲେ ସେ ନିଶ୍ଚୟ ଆପଣଙ୍କୁ ପଚାରିବେ।ଆଉ ଆପଣଙ୍କ ସବୁଦିନ ଏମିତି ସହଯୋଗ ରହିଥାଉ। ଧନ୍ୟବାଦ  :) -- Aditya Mahar (ମୋ ଆଲୋଚନା) ୧୨:୫୨, ୧୦ ସେପ୍ଟେମ୍ବର ୨୦୧୨ (UTC)

ପ୍ରସଙ୍ଗ ବାବଦରେ ସମ୍ପାଦନା

ସୁକାନ୍ତ ଭାଇ, ତମର ଅବଦାନ ପାଇଁ ଅଶେଷ ଧନ୍ୟବାଦ । ଆପଣ ଲେଖୁଥିବା ସମସ୍ତ ପ୍ରସଙ୍ଗ ବହୁତ ଛୋଟ ଭଳି ମନେ ହେଉଛି। ପ୍ରସଙ୍ଗ ଗୁଡିକ ଖୁବ ଛୋଟ ହେଲେ କାହାକୁ ଉଇକିପିଡ଼ିଆ ପଢ଼ିବା ପାଇଁ ଆଗଭର କରିପାରିବ ନାହିଁ । ପ୍ରସଙ୍ଗଟିଏ ଏମିତି ହେବା ଦରକାର ଯେ, ପଢୁଥିବା ଲୋକ ଅନ୍ତତ କିଛି ଜ୍ଞାନ ଆହରଣ କରିପାରିବ । ତେଣୁ ପ୍ରସଙ୍ଗ ଗୁଡିକ କେବଳ ସଂଖ୍ୟାରେ ନ ବଢେଇ ପଠନଯୋଗ୍ୟ ହେବା ଦରକାର । ଆମେ ମାନେ ଟିକେ ଉନ୍ନତ ଧରଣର ପ୍ରସଙ୍ଗ କଲେ ନୂଆ ମାନେ କିଛି ଆମଠୁ ଶିଖି ପାରିବେ । ଆପଣ ଜଣେ ଭଲ ପୁରୁଖା ଆଉ ବହୁତ ପୁରୁଣା ଉଇକିଆଳି ତେଣୁ କହିଲି , କିଛି ମନରେ ଭାବିବେନି । ଏମିତି ସହଯୋଗ ରହିଥାଉ । ଧନ୍ୟବାଦ --Aditya Mahar (ମୋ ଆଲୋଚନା) ୧୦:୩୧, ୨୫ ସେପ୍ଟେମ୍ବର ୨୦୧୨ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା


ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

 
ଆଦରର Sukanta Sarkar,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଆଦିତ୍ୟ ମହାର (ମୋ ଆଲୋଚନା) ୧୩:୪୧, ୨୫ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--ଆଦିତ୍ୟ ମହାର (ଆଲୋଚନା) ୦୪:୪୮, ୨୧ ଅକ୍ଟୋବର ୨୦୧୫ (UTC)

A cup of coffee for you! ସମ୍ପାଦନା

  ଭାଇ ଅନେକ ଦିନ ପରେ ନଗଦ ବଦଳରେ ଆପଣଙ୍କ ନାଁ ଦେଖି ଖୁସି ଲାଗିଲା । କପେ କଫିରୁ ନୂଆ ଆରମ୍ଭ ହେଉ । ଭାଇ ଗୋଟେ କଥା ପଚାରିଥା'ନ୍ତି... ଆପଣ ବଙ୍ଗାଳୀ ଲେଖି ଓ ବୁଝି ପାରନ୍ତି ?? ଶିତିକଣ୍ଠ (ଆଲୋଚନା) ୦୧:୪୧, ୨୧ ଅପ୍ରେଲ ୨୦୧୬ (IST)Reply

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ସମ୍ପାଦନା

 
ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)