ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


SUJIT KUMAR BISWAL, ଧନ୍ୟବାଦProudOdia (ମୋ ଆଲୋଚନା) ୧୧:୪୨, ୪ ଅଗଷ୍ଟ ୨୦୨୦ (IST)Reply

ଉଇକିପିଡ଼ିଆ ଚାଟସଭାରେ ଆପଣ ଦେଇଥିବା ଉତ୍ତର ସମ୍ପାଦନା

ଆପଣ ନିକଟରେ ଉଇକିପିଡ଼ିଆ ଚାଟସଭାରେ କେତେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେଥି ପାଇଁ ଅନେକ ଧନ୍ୟବାଦ । ତେବେ ଚାଟସଭା ବାବଦରେ ଆପଣଙ୍କୁ ଟିକେ ଅଧିକ ଅବଗତ କରିବା ପାଇଁ ଅଧିକ କିଛି ସୂଚନା ଦେଉଛି । ଚାଟସଭାର ଉଦ୍ଦେଶ୍ୟ କେବଳ ଉଇକିପିଡ଼ିଆ ସମ୍ବନ୍ଧିତ ପ୍ରଶ୍ନର ଉତ୍ତର ଦେବା । ଉଇକିପିଡ଼ିଆର ବ୍ୟବହାର ବାବଦରେ ଜାଣିନଥିବା ଯେକୌଣସି ବ୍ୟବହାରକାରୀ ପ୍ରଶ୍ନଟିଏ ପଚାରିଲେ ବହୁ ଦିନ ଧରି ସକ୍ରିୟ ଥିବା କେହି ଜଣେ ପୁରୁଖା ଉଇକିଆଳି (ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ସମସ୍ତଙ୍କୁ ଉଇକିଆଳି ଡକାଯାଏ) ଉତ୍ତର ଦିଅନ୍ତି । ଅନେକ ସମୟରେ ପଚାରାଯାଇଥିବା ପ୍ରଶ୍ନ ଉଇକିପିଡ଼ିଆ ସହ ସମ୍ବନ୍ଧିତ ହୋଇନଥାଏ । ସେଭଳି ପରିସ୍ଥିତିରେ ସିଧା ବିନୟ ଭାବେ ପ୍ରଶ୍ନର ଉତ୍ତର ଦେବା ପାଇଁ ମନା କରି ଉକ୍ତ ପ୍ରଶ୍ନୋତ୍ତରକୁ ବନ୍ଦ କରାଯାଏ । କିଛି ଉଦାହରଣ ହେଲା:

  • ଶାର୍ ଭାରତର ଇତିହାସ ଆପଲଡ କରନ୍ତୁ
  • ଧର୍ମପଦ କାହିଁକି ମନ୍ଦିରରୁ ଡିଆଁ ମାରିଥିଲେ (ଏହା ପ୍ରଥମ କରି ଏକ ଉଇକିପିଡ଼ିଆ ସମ୍ବନ୍ଧିତ ପ୍ରଶ୍ନ ନୁହେଁ ବରଂ ଗୋପବନ୍ଧୁଙ୍କ ରଚିତ ଏକ କାଳ୍ପନିକ କାହାଣୀ ।)

ଏଭଳି କ୍ଷେତ୍ରରେ ଅସମ୍ବନ୍ଧିତ ବୋଲି ଉତ୍ତର ଦେଇ ଆଲୋଚନାଟିକୁ ବନ୍ଦ କରିବା ବଦଳରେ ଆପଣ ଏହାର ଉତ୍ତର ଦେଇଛନ୍ତି ଯାହା ଅନାବଶ୍ୟକ । ଆପଣ ହୁଏତ ଅଜାଣତରେ ଏବଂ ଭଲ ଉଦ୍ଦେଶ୍ୟରେ ଉତ୍ତର ଦେଇଥିବେ । କିନ୍ତୁ ଆଗକୁ ଅନୁରୋଧ ଆଗେ ନିଜେ ଉଇକିପିଡ଼ିଆର ନିୟମାବଳୀ ବାବଦରେ ନିଜେ ଅବଗତ ହୁଅନ୍ତୁ । ଯଦି ପଚରାଯାଇଥିବା ପ୍ରଶ୍ନ ସିଧା ଉଇକିପିଡ଼ିଆ ସମ୍ବନ୍ଧିତ ତାହେଲେ ଉତ୍ତର ଦିଅନ୍ତୁ । ନଚେତ ଉତ୍ତର ଦିଅନ୍ତୁ ନାହିଁ । --ସୁଭ (ଆଳାପ) ୧୩:୪୫, ୭ ନଭେମ୍ବର ୨୦୨୦ (IST)Reply