ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Prtk1729, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୦୨, ୨୪ ଅଗଷ୍ଟ ୨୦୨୦ (IST)Reply

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ ଓ ଉଇକିପିଡ଼ିଆର ଲିଖନ ଶୈଳୀ ସମ୍ପାଦନା

ଆଦରର @Prtk1729:, ଆପଣ ନିକଟରେ କ୍ରିପ୍ଟୋଗ୍ରାଫି ନାମକ ପ୍ରସଙ୍ଗ ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭ କରିଛନ୍ତି । ଓଡ଼ିଆ ଉଇକିପିଡ଼ିଆରେ ଏ ବାବଦରେ ବେଶୀ ଲେଖା ନ ଥିବାରୁ ଏ ଏକ ଖୁବ ସ୍ୱାଗତଯୋଗ୍ୟ ପଦଃକ୍ଷେପ ଆଉ ସେଥି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ । ଏହା ଆପଣଙ୍କର ପ୍ରଥମ ପ୍ରସଙ୍ଗ । ତେଣୁ ଏଥିରେ କିଛି ଭୁଲଭଟକା ରହିଛି ଯାହା ଉଇକିପିଡ଼ିଆ:ନିୟମାବଳୀ ବାହାରେ । ଆଶା ଆପଣ ଏ ଲିଙ୍କରୁ ଅଧିକ ପଢ଼ି ଏ ଲେଖାଟିକୁ ସୁଧାରିବେ ଆଉ ଆଗାମୀ ଲେଖାଗୁଡ଼ିକୁ ମଧ୍ୟ ସୁଧାରିବେ । ଏ ଲେଖାରେ ଥିବା କିଛି ଭୁଲ ତଳେ ଲେଖୁଛି:

  1. ପ୍ରସଙ୍ଗଟିରେ ଅନେକ ଇଂରାଜୀ ଉଇକିପିଡ଼ିଆର ଲିଙ୍କ ଦିଆଯାଇଛି । ଗୋଟେ ଉଇକିପିଡ଼ିଆରେ ଆଉ ଗୋଟେ ଉଇକିପିଡ଼ିଆର ଲିଙ୍କ ସାଧାରଣତଃ ଦିଆଯାଏନି । ଯଦି ଓଡ଼ିଆରେ କୌଣସି ପ୍ରସଙ୍ଗ ଆଗରୁ ନାହିଁ ତାହେଲେ ସେ ଲିଙ୍କଟି ନାଲି ଲିଙ୍କ ହୋଇ ରହିବ । ଭବିଷ୍ୟତରେ ପ୍ରସଙ୍ଗ ତିଆରି ହେଲେ ଆପେଆପେ ସେ ଲିଙ୍କଟି କାମ କରିବ ।
  2. ଇଂରାଜୀ ଉଇକିପିଡ଼ିଆର ପ୍ରସଙ୍ଗ ଆପଣ ଲେଖିଥିବା ପ୍ରସଙ୍ଗରେ ଆଧାର (reference) ଭାବେ ଦିଆଯାଇଛି । ତାହା ମଧ୍ୟ ଦିଆଯାଏନି । ଉଇକିପିଡ଼ିଆର ପ୍ରସଙ୍ଗ ବାହାରେ ପ୍ରକାଶିତ ବିଭିନ୍ନ ପ୍ରତିଷ୍ଠିତ ବହି, ଜର୍ଣ୍ଣାଲ, ଖବରକାଗଜ ଆଦିର ତଥ୍ୟ ଆଧାରରେ ଲେଖାଯାଏ । ଗୋଟେ ଉଇକିପିଡ଼ିଆରେ ପ୍ରକାଶିତ ଲେଖା ଆଉ ଏକ ଉଇକିପିଡ଼ିଆରେ ଆଧାର ରୂପେ ବ୍ୟବହାର କରାଯାଇପାରିବ ନାହିଁ ।
  3. କଣ୍ଟେଣ୍ଟ ଟ୍ରାନ୍ସଲେସନ ବ୍ୟବହାର କରୁଥିଲେ ସେଥିରେ ଗୁଗୁଲ ଟ୍ରାନ୍ସଲେଟଦ୍ୱାରା ହେଉଥିବା ମେସିନ ଟ୍ରାନ୍ସଲେସନକୁ ପଢ଼ି ବଦଳାଇ ତା' ପରେ ପ୍ରକାଶ କରିବେ । କାରଣ ମେସିନ ଟ୍ରାନ୍ସଲେସନରେ ବନାନ ଓ ବାକ୍ୟଗଠନ ଉଭୟ ଭୁଲ ରହୁଛି । ଉଇକିପିଡ଼ିଆରେ ଲେଖୁଥିବା ଲୋକଙ୍କ ସଂଖ୍ୟା ଖୁବ କମ ତେଣୁ ଏଭଳି ଭୁଲ ଖୁବ ଅଧିକ ଦିନ ରହିବ ଓ ପାଠକମାନଙ୍କୁ ନିରୁତ୍ସାହିତ ବି କରିପାରେ ।

ଆଶା ଆପଣ ଏ ପ୍ରସଙ୍ଗଟିକୁ କିଛି ସମୟ ଦେଇ ନିଜେ ପଢ଼ି ସୁଧାରିବେ ଆଉ ଆଗକୁ ମଧ୍ୟ ଅଧିକ ପ୍ରସଙ୍ଗ ଲେଖିବେ । --ସୁଭ (ଆଳାପ) ୧୦:୫୯, ୨୫ ଅଗଷ୍ଟ ୨୦୨୦ (IST)Reply