ବେଣୀମାଧବ ପାଢ଼ୀ

ଓଡ଼ିଆ ଅଧ୍ୟାପକ ଓ ସାହିତ୍ୟିକ


ବେଣୀମାଧବ ପାଢ଼ୀ (୧୬ ଜୁନ ୧୯୧୯ - ୨୦୦୮) ଜଣେ ଓଡ଼ିଆ ଅଧ୍ୟାପକ ଓ ସାହିତ୍ୟିକ ଥିଲେ ।[୧] ସେ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ ତଥା ଆଲୋଚକ ମଧ୍ୟ ଥିଲେ ।[୨]

ବେଣୀମାଧବ ପାଢ଼ୀ
ଜନ୍ମ ଓ ଜନ୍ମସ୍ଥାନ୧୬ ଜୁନ ୧୯୧୯
ଚିକିଟି, ଗଞ୍ଜାମ, ଓଡ଼ିଶା
ମୃତ୍ୟୁ୨୦୦୮
ବୃତ୍ତିଅଧ୍ୟାପକ, ଲେଖକ
ଭାଷାଓଡ଼ିଆ, ସଂସ୍କୃତ
ଜାତୀୟତାଭାରତୀୟ
ସାହିତ୍ୟ କୃତିଦାରୁ ଦେବତା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୫)

ଜୀବନୀ ସମ୍ପାଦନା

ବେଣୀମାଧବ, ୧୯୧୯ ମସିହାରେ ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୁରୋହିତ ଥିଲେ । ପାରଳାଖେମୁଣ୍ଡିରେ ସେ ନିଜ ଶିକ୍ଷାରମ୍ଭ କରିଥିଲେ । ସେତେବେଳେ, ପାରଳାଖେମୁଣ୍ଡିର ଶିକ୍ଷାନୁଷ୍ଠାନ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା । ବେଣୀମାଧବ ଓଡ଼ିଆ ଓ ସଂସ୍କୃତ ଭାଷା ଶିକ୍ଷାକରି "ଭାଷା ପ୍ରବୀଣ" ଓ "ସାହିତ୍ୟ ପ୍ରବୀଣ" ଉପାଧି ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କାଶୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟସମାପ୍ତ କରିଥିଲେ । ୧୯୩୯ରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରିଥିଲେ ।[୩]

ରଚନାବଳୀ ସମ୍ପାଦନା

ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
Scientific Shop ୧୯୫୨
ଅବିଶ୍ୱାସୀ ୧୯୪୬[୪]
ଭଞ୍ଜୀୟ କାବ୍ୟଭାବନା ୧୯୭୪
ଦାରୁ ଦେବତା ୧୯୬୪[୫]
ଓଡ଼ିଆ ଭାଷାର ରୂପତତ୍ତ୍ୱ ୧୯୭୨
ପୁରାତନ କଳିଙ୍ଗର ସାମାଜିକ ଇତିବୃତ୍ତ ୧୯୯୨
ସନ୍ଧାନ ଓ ସମୀକ୍ଷା: ଭାଷା ସାହିତ୍ୟ ୧୯୯୭
ସ୍ମୃତି ଅଶୀ ବର୍ଷର ୨୦୦୦
ଶ୍ରୀଜଗନ୍ନାଥ ତତ୍ତ୍ୱ ବିମର୍ଷ ୧୯୮୪
ଉଡ୍ରଜା ପାକୃତ
ଧୀ ଓ ଧୀଷଣ ୧୯୭୧[୬]
ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମାଧାର ୧୯୯୫[୭]
କୃଷ୍ଟି ଓ ଦୃଷ୍ଟି – ସାଂସ୍କୃତିକ ଓ ଦାର୍ଶନିକ ପ୍ରବନ୍ଧ ୧୯୯୮
କୋରକବି ୧୯୬୮
ସାଧନା ଓ ସମୀକ୍ଷା – ଭାଷା ସାହିତ୍ୟ ୧୯୯୭

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. R. K. Sharma; India. Ministry of Education and Social Welfare (1972). International Sanskrit Conference, New Delhi, March 26th-31st, 1972. The Ministry.
  2. Trilochan Dash. Story of Lord Sri Jagannatha in Srimandira at Sri Purusottam Kshetra. Trilochan Dash. pp. 164–. GGKEY:Y2TR84PZ0DD.
  3. "ଆଜି ଜନ୍ମଦିନ". No. ସମ୍ବାଦ ୧୬/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Archived from the original on 16 June 2020. Retrieved 16 June 2020.
  4. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 536–. ISBN 978-81-7201-798-9.
  5. Subhakanta Behera (2002). Construction of an identity discourse: Oriya literature and the Jagannath cult (1866-1936). Munshiram Manoharlal Publishers.
  6. https://openlibrary.org/authors/OL4658683A/Benimadhab_Padhi
  7. https://www.goodreads.com/book/show/33001706-odisha-ra-sahitya-sanskruti-o-dharmadhara
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 16 June 2021.
  9. "ଆର୍କାଇଭ୍ କପି". Archived from the original on 2019-02-15. Retrieved 2019-02-20. {{cite web}}: Cite has empty unknown parameter: |1= (help)