ବୀଣାପାଣି ମହାନ୍ତି (୧୧ ନଭେମ୍ବର ୧୯୩୬ - ୨୪ ଅପ୍ରେଲ ୨୦୨୨) ଜଣେ ଓଡ଼ିଆ ଗାଳ୍ପିକା ଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ତାଙ୍କର ଆଜୀବନ ସାହିତ୍ୟିକ କୃତି ନିମନ୍ତେ ସେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ପୁରସ୍କୃତ ହୋଇଥିଲେ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ ।[୨]

ବୀଣାପାଣି ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1936-11-11)୧୧ ନଭେମ୍ବର ୧୯୩୬
ବ୍ରହ୍ମପୁର, ଗଞ୍ଜାମ
ମୃତ୍ୟୁ୨୪ ଅପ୍ରେଲ ୨୦୨୨(2022-04-24) (ବୟସ ୮୫)
ବୃତ୍ତିଅଧ୍ୟାପିକା
ଭାଷାଓଡ଼ିଆ, ଇଂରାଜୀ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)[୧]
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତିପାଟଦେଇ
କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର
ସମ୍ପର୍କୀୟନିରୁପମା ରଥ (ବଡ଼ ଭଉଣୀ)

ଜୀବନୀ ସମ୍ପାଦନ କରନ୍ତୁ

ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଆଜୀବନ ଅବିବାହିତା ଥିଲେ ।[୩] ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇଥିଲା ।

ସାହିତ୍ୟ ସର୍ଜନା ସମ୍ପାଦନ କରନ୍ତୁ

ବୀଣାପାଣି ମହାନ୍ତି ପ୍ରଥମେ କବିତା ରଚନା ଆରମ୍ଭ କରି ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ ମଧ୍ୟ ରଚନା କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । ପରେ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ତାଙ୍କର ରଚନା ମୁଖ୍ୟତଃ ଚଳନ୍ତି ଜନଜୀବନକୁ ଭିତ୍ତି କରି । ସେ "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖିଥିଲେ । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।

ରଚନାବଳୀ ସମ୍ପାଦନ କରନ୍ତୁ

ଗପ ସମ୍ପାଦନ କରନ୍ତୁ

  • କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
  • ପାଟଦେଇ
  • ବସ୍ତ୍ର ହରଣ
  • ଆରୋହଣ
  • ଇଣ୍ଟରଭିଉ
  • ଏକାକୀ ପରାଶର
  • ନବ ତରଙ୍ଗ
  • ଅନ୍ଧକାରର ଛାଇ
  • ମଧ୍ୟାନ୍ତର
  • ପାଟଦେଈ
  • ବହ୍ନି ବଳୟ
  • ଉତ୍ତରାୟଣ
  • ସାୟାହ୍ନର ସ୍ୱର
  • ତଟିନୀର ତୃଷ୍ଣା
  • କାଳାନ୍ତର
  • ମଧ୍ୟାନ୍ତର
  • ଜନ୍ମାନ୍ତର
  • ଅଶ୍ରୁଅନଳ
  • ଶକୁନିର ଚକା
  • ଅପହଞ୍ଚ ଆକାଶ
  • ପାଚେରୀ ସେପଟେ ନଈ
  • ଖେଳ ଚାଲିଛି
  • ଦୃଶ୍ୟାନ୍ତର
  • ଖେଳନା
  • ଚରିତ୍ର ହସୁଛି

ଉପନ୍ୟାସ ସମ୍ପାଦନ କରନ୍ତୁ

  • ସୀତାର ଶୋଣିତ
  • ମନସ୍ୱିନୀ
  • କୁନ୍ତୀ କୁନ୍ତଳା ଶକୁନ୍ତଳା

ଆତ୍ମଜୀବନୀ ସମ୍ପାଦନ କରନ୍ତୁ

  • ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

ମୃତ୍ୟୁ ସମ୍ପାଦନ କରନ୍ତୁ

୨୦୨୨ ମସିହା ଅପ୍ରେଲ ୨୪ ତାରିଖରେ ୮୫ ବର୍ଷ ବୟସରେ ବୀଣାପାଣି ମହାନ୍ତିଙ୍କର ଦେହାନ୍ତ ହୋଇଥିଲା ।[୧୨]

ଆଧାର ସମ୍ପାଦନ କରନ୍ତୁ

  1. "Women's Writing". womenswriting.com. Retrieved 8 January 2013. She graduated from Ravenshaw College with a master's degree in economics in 1959
  2. "କଥା ଝରକା". କଥା ପତ୍ରିକା (ମାର୍ଚ୍ଚ ୨୦୨୦): ପୃଷ୍ଠା ୨୪. Retrieved 16 March 2020.
  3. "meet the author Binapani Mohanty" (PDF). sahitya-akademi.gov.in. Retrieved 26 July 2020.
  4. "MINISTRY OF HOME AFFAIRS: PRESS NOTE" (PDF). padmaawards.gov.in. Retrieved 26 January 2020.
  5. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  6. "ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". No. ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. Retrieved 3 March 2020.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 10 March 2017.
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)
  9. "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013. Celebrated writer Binapani Mohanty was conferred the coveted literary award - Sarala Puraskar - for 2010
  10. "Binapani Mohanty gets Sahitya Bharati Samman". Times of India. 21 January 2002. Retrieved 26 July 2020.
  11. "ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ". ଧରିତ୍ରୀ, ସାହିତ୍ୟାୟାନ. 26 December 2015. Retrieved 10 March 2017.
  12. "ପରଲୋକରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତି । ୮୫ ବର୍ଷ ବୟସରେ ଆଖି ବୁଜିଲେ 'ପାଟଦେଇ' | Kanak News" (in ଆମେରିକୀୟ ଇଂରାଜୀ). 2022-04-24. Archived from the original on 24 April 2022. Retrieved 2022-04-24.