ଗୋଟିଏ ବିଷୟରେ ଏକରୁ ଅଧିକ ଲେଖା ଅଛି | ଯଦି ଜଣଙ୍କୁ ସଂପାଦନ କରିବାକୁୁ ଇଛା ତେବେ ସେ କେଉଁଟାକୁ କରିବ ? ଉଦାହରଣ ସ୍ବରୂପ * ଗପ ହେଲେ ବି ସତ ଚଳଚ୍ଚିତ୍ର ପାଞ୍ଚ ଥର ଲେଖା ହୋଇଛି |
ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ ଉପରେ ବିଷୟ
ଏକାଧିକ ଲେଖାଗୁଡ଼ିକୁ ଏଠାରେ ଦର୍ଶାଇ ସର୍ବସାଧାରଣଙ୍କ ଦୃଷ୍ଟିଗୋଚରକୁ ଆଣନ୍ତୁ । କେଉଁଟି ରହିବ ଓ କାହା ବିଲୋପ ହେବ ତାହାର ନିର୍ଣ୍ଣୟ ନିଆଯିବ ।
"ଗପ ହେଲେ ବି ସତ" ନାମରେ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ୧୯୭୬ରେ ଗୋଟିଏ (ଗପ ହେଲେ ବି ସତ) ଏବଂ ୨୦୧୫ରେ ଆଉଗୋଟିଏ (ଗପ ହେଲେ ବି ସତ (୨୦୧୫)) । ଅନ୍ୟ ତିନୋଟି ଲେଖାର ଲିଙ୍କ ଦିଅନ୍ତୁ ।
ପ୍ରଧାନ ପୃଷ୍ଠାରେ ଯାଇ 'ଗ' ଅକ୍ଷର ଶ୍ରେଣୀ ଉପରେ କ୍ଳିକ କରନ୍ତୁ | ଗପ ହେଲେ ବି ସତ ୨ ଟି ଓ ଗପ ହେଲେ ବି ସତ (୨୦୧୫) ୩ ଟି ଲେଖା ଅଛି |
@Laxmikanta ୫ଟି ନୁହେଁ ୨ଟି ଅଛି ଆଉ ଉପରେ ସୌମେନ୍ଦ୍ର ଲେଖିଥିବା କାରଣ ପାଇଁ ଅଛି । କାରଣ ଯଥାଯଥ ଆଉ କୌଣସି ଅସୁବିଧା ନାହିଁ । "ଗ" ଶ୍ରେଣୀରେ ଦେଖଉଥିବା ଅନେକ ପ୍ରସଙ୍ଗ ନାମ ଆଉଗୋଟେ ପ୍ରସଙ୍ଗକୁ ଲେଉଟାଇ ଦିଆଯାଇଥାଏ (redirected) । ଏ କ୍ଷେତ୍ରରେ ସେଇଆ ହୋଇଛି । ତେଣୁ ଏ ଦୁଇଟି ପ୍ରସଙ୍ଗରେ କୌଣସି ଅସୁବିଧା ନାହିଁ । ତେବେ ସତରେ ଯଦି ଏକା ପ୍ରସଙ୍ଗ ଏକାଧିକ ଥର ରହିଛି ତାକୁ ଏଠାରେ ତାଲିକାବଦ୍ଧ କରନ୍ତୁ । ତାକୁ ସଜାଡ଼ିବା ବାଟ ହେଲା ଯେଉଁ ପ୍ରସଙ୍ଗର ବନାନ ଠିକ ତାହା ରହିବ । ଏ କ୍ଷେତ୍ରରେ "ହେଲେବି" ଭୁଲ ଆଉ "ହେଲେ ବି" ଠିକ । ତେଣୁ "ହେଲେବି" ନ ଲିଭାଇ କେବଳ "ହେଲେ ବି"ରେ ସବୁ ତଥ୍ୟ ରଖାଯାଇଛି ଆଉ "ହେଲେବି"ରୁ "ହେଲେ ବି"କୁ ପୃଷ୍ଠାକୁ ଲେଉଟାଇଦିଆଯାଇଛି ।
ସନ୍ଦେହ ଦୁର କରିଥିବାରୁ ଅଶେଷ ଧନ୍ଯବାଦ |