"ୟୁରୋଥେଲିଆଲ କର୍କଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "User:Mr. Ibrahem/Urothelial carcinoma"
(କିଛି ବଦଳିନାହିଁ)

୧୬:୫୦, ୧୧ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

ୟୁରୋଥେଲିଆଲ କର୍କଟ, ପୂର୍ବ ନାମ ଟ୍ରାନ୍ସସିସନାଲ ସେଲ୍ କାରସିନୋମା, ଏକ ପ୍ରକାର କର୍କଟ ଯାହା ମୂତ୍ରନଳୀ ଶୈଳୀର ଯେ କୌଣସି ସ୍ଥାନରେ ହୋଇପାରେ | [୬] [୭] ଏହି ରୋଗ ବୃକ୍‌କ, ୟୁରେଟର, ମୂତ୍ରାଶୟ, ପ୍ରୋଷ୍ଟେତ ବା ମୂତ୍ରନଳୀରେ ହୋଇପାରେ । | [୬] [୮] ଏହାର ଲକ୍ଷଣ: ରକ୍ତମେହ, ପିଠି ଯନ୍ତ୍ରଣା, ଓଜନ ହ୍ରାସ ବା ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇପାରେ । [୧]

Transitional cell carcinoma (TCC)
Histopathology of transitional carcinoma of the urinary bladder. Transurethral biopsy. Hematoxylin and eosin stain.
ବିଭାଗOncology, urology
ଲକ୍ଷଣBlood in the urine, back pain, weight loss, pain with urination[୧]
ବିପଦ କାରକSmoking, aromatic amines, arsenic, aristolochic acid, Lynch syndrome[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିCystoscopy and biopsy[୪]
ଚିକିତ୍ସାSurgery, chemotherapy, laser surgery[୧]
PrognosisGood if found early[୫]
ପୁନଃପୌନିକCommon[୨]

ବିପଦ କାରକଗୁଡ଼ିକ ମଧ୍ୟରେ ଧୂମପାନ, ସୁଗନ୍ଧିତ ଆମିନ, ଆର୍ସେନିକ୍, ଆରିଷ୍ଟୋଲୋଚିକ ଏସିଡ, ସିଷ୍ଟୋସୋମା ହେମାଟୋବିଅମ ଓ ଜେନେଟିକ ରୋଗ ଲିଞ୍ଚ ସିଣ୍ଡ୍ରୋମ ହୋଇପାରେ । [୨] [୩] [୯] ଏଗୁଡ଼ିକ ଟ୍ରାଞ୍ଜିସନାଲ ଏପିଥେଲିଅମରୁ ବିକଶିତ ହୁଅନ୍ତି | [୨] ରୋଗ ନିର୍ଣ୍ଣୟ ସାଧାରଣତଃ ସିଷ୍ଟୋସ୍କୋପି ଏବଂ ବାୟୋପ୍ସି କରି ନିଶ୍ଚିତ କରାଯାଏ । [୪]

ଚିକିତ୍ସାରେ ପ୍ରାୟ ଅସ୍ତ୍ରୋପଚାର କରାଯାଏ | [୧] ଅନ୍ୟ ବିକଳ୍ପଗୁଡ଼ିକରେ କେମୋଥେରାପି ବା ଲେଜର ଅସ୍ତ୍ରୋପଚାର କରାଯାଏ | [୧] ଯଦି ସ୍ଥାନୀୟ କର୍କଟ ହୋଇଥାଏ ତେବେ ଆରୋଗ୍ୟ ସମ୍ଭବ ହୁଏ | [୫] ମୂତ୍ରନଳୀ ଶୈଳୀର ଏକାଧିକ କ୍ଷେତ୍ରରେ ରୋଗ ହୋଇପାରେ ଓ ପୁନର୍ବାର ଘଟିବାର ଆଶଙ୍କା ରହେ । [୨] ଲସିକା ଗ୍ରନ୍ତି, ଫୁସଫୁସ, ଯକୃତ କିମ୍ବା ହାଡ଼କୁ ଏହା ବିସ୍ତାର ଲାଭ କରିପାରେ। [୧]

ସମସ୍ତ କର୍କଟ ରୋଗର ୧୨.୫% ୟୁରୋଥେଲିଆଲ କର୍କଟ ହୁଏ | [୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୯] ମୂତ୍ରାଶୟର ସବୁଠାରୁ ସାଧାରଣ କର୍କଟ, [୧୦] ପ୍ରାୟ ୯୦% ରୁ ଅଧିକ ମୂତ୍ରାଶୟ କର୍କଟ ଏବଂ ପ୍ରାୟ ୭% ବୃକ୍‌କ କର୍କଟ ପ୍ରତିନିଧିତ୍ୱ କରେ। [୫] [୨] ଜେନିଟୋରିନାରୀ କର୍କଟ ରୋଗରୁ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ସାଧାରଣ କାରଣ। [୧୦]

ଆଧାର

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Transitional Cell Cancer of the Renal Pelvis and Ureter Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 20 February 2004. Retrieved 26 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Wild, Christopher (2020). "5.15". World Cancer Report: Cancer Research for Cancer Prevention (pdf). Lyon: International Agency for Research. pp. 439–445. ISBN 978-92-832-0448-0.
  3. ୩.୦ ୩.୧ Cancer, International Agency for Research on (2004). Pathology and Genetics of Tumours of the Urinary System and Male Genital Organs (in ଇଂରାଜୀ). IARC. p. 93. ISBN 978-92-832-2415-0.
  4. ୪.୦ ୪.୧ Shariat, Shahrokh F.; Xylinas, Evanguelos (2014). Upper Tract Urothelial Carcinoma (in ଇଂରାଜୀ). Springer. p. 64. ISBN 978-1-4939-1501-9.
  5. ୫.୦ ୫.୧ ୫.୨ "Transitional Cell Cancer of the Renal Pelvis and Ureter Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 11 May 2020. Retrieved 26 January 2021.
  6. ୬.୦ ୬.୧ Lee, Eugene K.; Dickstein, Rian J.; Kamat, Ashish M. (June 2011). "Imaging of Urothelial Cancers: What the Urologist Needs to Know". American Journal of Roentgenology. 196 (6): 1249–1254. doi:10.2214/AJR.10.6232. PMID 21606285. ଆଧାର ଭୁଲ: Invalid <ref> tag; name "Lee2011" defined multiple times with different content
  7. Kaseb, H; Aeddula, NR (January 2020). "Bladder Cancer". PMID 30725608. {{cite journal}}: Cite journal requires |journal= (help)
  8. Palou, J; Baniel, J; Klotz, L; Wood, D; Cookson, M; Lerner, S; Horie, S; Schoenberg, M; Angulo, J (January 2007). "Urothelial carcinoma of the prostate". Urology. 69 (1 Suppl): 50–61. doi:10.1016/j.urology.2006.05.059. PMID 17280908.
  9. ୯.୦ ୯.୧ Miyazaki, J; Nishiyama, H (October 2017). "Epidemiology of urothelial carcinoma". International journal of urology : official journal of the Japanese Urological Association. 24 (10): 730–734. doi:10.1111/iju.13376. PMID 28543959.
  10. ୧୦.୦ ୧୦.୧ McDougal, W. Scott; Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A.; Ramchandani, Parvati (2011). Campbell-Walsh Urology 10th Edition Review E-Book (in ଇଂରାଜୀ). Elsevier Health Sciences. p. 437. ISBN 978-1-4557-2317-1. ଆଧାର ଭୁଲ: Invalid <ref> tag; name "Mc2011" defined multiple times with different content