ରକ୍ତମେହ

(Hematuriaରୁ ଲେଉଟି ଆସିଛି)

ରକ୍ତମେହ ବା ହେମାଚୁରିଆ (ଇଂରାଜୀ ଭାଷାରେ hematuria) ରୋଗରେ ମୂତ୍ରରେ ରକ୍ତ ଥାଏ, ବିଶେଷ ଭାବରେ ଲାଲ ରକ୍ତ କଣିକାର ଉପସ୍ଥିତି ଲକ୍ଷ କରାଯାଏ | [] ଯନ୍ତ୍ରଣା ଉପସ୍ଥିତ ଥାଇପାରେ କିମ୍ବା ନ ଥାଇପାରେ | [] ମୂତ୍ରରେ ରକ୍ତ ଜମାଟ ମଧ୍ୟ ହୋଇପାରେ। []

Hematuria
Haematuria, erythrocyturia,[] blood in the urine
Visible hematuria
ବିଭାଗNephrology, urology
କାରଣGlomerular: Nephrotic syndrome, membranoproliferative glomerulonephritis, IgA nephropathy, Alport syndrome[]
Non glomerular: Urinary tract infections, prostatitis, fever, cancer, kidney stones, exercise, and bleeding problems.[]
ରୋଗ ନିର୍ଣ୍ଣୟ ପଦ୍ଧତିUrinalysis, urine microscopy, medical imaging, cystoscopy, kidney biopsy[]
ସଠିକ ରୋଗ ନିର୍ଣ୍ଣୟVaginal bleeding, gastrointestinal bleeding, certain medication or foods[]
ଚିକିତ୍ସାDepends on cause[]
ପୁନଃପୌନିକCommon[]
Patient UKHematuria

ବୃକ୍‌କର ଗ୍ଲୋମେରୁଲସ୍ ଜଡ଼ିତ ହେବା ଉପରେ ଏହାର କାରଣଗୁଡିକ ବିଭକ୍ତ କରାଯାଏ | [] ଯେଉଁମାନେ ଗ୍ଲୋମେରୁଲସ୍ ସହିତ ଜଡ଼ିତ ଥିବା ରୋଗ ଗୁଡ଼ିକ: ନେଫ୍ରୋଟିକ୍ ସିଣ୍ଡ୍ରୋମ, ମେମ୍ବ୍ରାନୋପ୍ରୋଲିଫରେଟିଭ୍ ଗ୍ଲୋମେରୁଲୋନେଫ୍ରାଇଟିସ୍, ଆଲପୋର୍ଟ ସିଣ୍ଡ୍ରୋମ ଏବଂ ଆଇଜିଏ ନେଫ୍ରୋପାଥି ଅନ୍ତର୍ଭୁକ୍ତ । [] ଗ୍ଲୋମେରୁଲସ୍ ସହିତ ଜଡ଼ିତ ନଥିବା କାରଣଗୁଡ଼ିକ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟାଟାଇଟିସ୍, ଜ୍ୱର, କର୍କଟ, ବୃକ୍‌କ ପଥର, ବ୍ୟାୟାମ ଏବଂ ରକ୍ତସ୍ରାବ ସମସ୍ୟା ଅନ୍ତର୍ଭୁକ୍ତ। [] ଯୋନୀ ରକ୍ତସ୍ରାବ, ଖାଦ୍ୟନଳୀ ରକ୍ତସ୍ରାବ, ଏବଂ କିଛି ଔଷଧ କିମ୍ବା ପରିସ୍ରାକୁ ଲାଲ କରିଦେଉଥିବା ଖାଦ୍ୟ ଯୋଗୁ ମୂତ୍ର ଲାଲ ଦେଖାଯାଏ କିନ୍ତୁ ସେଥିରେ ରକ୍ତ ମିଶ୍ରିତ ହୋଇନଥାଏ | []

ପରିସ୍ରା ଅନୁଶୀଳନ କରି ରୋଗ ନିର୍ଣ୍ଣୟ ସାଧାରଣତଃ କରାଯାଏ ଓ ଅଣୁବୀକ୍ଷଣ ଯନ୍ତ ସାହାଯ୍ୟରେ ମୂତ୍ର ପରୀକ୍ଷା କରି ସମର୍ଥନ କରାଯାଏ | [] ମୂତ୍ରରେ ପ୍ରୋଟିନ କିମ୍ବା ଲାଲ ରକ୍ତ କଣିକାର ଉପସ୍ଥିତି ଯୋଗୁ ଗ୍ଲୋମେରୁଲାର ଜଡ଼ିତ ଥିବା ସୂଚାଇପାରେ | [] ବୃକ୍‌କ ପଥର, ସିଷ୍ଟ କିମ୍ବା ଗୋଟାଳି ଉପସ୍ଥିତି ପାଇଁ ମେଡିକାଲ୍ ଇମେଜିଙ୍ଗ୍ ଉପଯୋଗୀ ହୋଇପାରେ | [] ସିସ୍ଟୋସ୍କୋପି (Cystoscopy) ସାହାଯ୍ୟରେ ମୂତ୍ରାଶୟ କର୍କଟ ରୋଗ ଚିହ୍ନଟ ଉପଯୋଗୀ ହୋଇପାରେ । [] ଗ୍ଲୋମେରୁଲାର କାରଣ ଥିବା ବ୍ୟକ୍ତିଙ୍କ ପାଇଁ ବୃକ୍‌କ ବାୟୋପ୍ସି ଉପଯୋଗୀ ହୋଇପାରେ। []

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [] ଅନ୍ୟ କୌଣସି ଲକ୍ଷଣ ନଥାଇ ପରିସ୍ରାରେ ରକ୍ତ ଯଦି ଆସେ ଏବଂ ଯାଏ ଏବଂ କୌଣସି ଲକ୍ଷଣ ନଥାଏ, ତେବେ ସାଧାରଣ ପରୀକ୍ଷା କରି ତାହାର ଅନୁଶୀଳନ କରିବା ଯଥେଷ୍ଟ ହୁଏ । [] ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବ ହେଉଥିଲେ ଇଣ୍ଟରଭେନସନାଲ ରେଡିଓଲୋଜି ସାହାଯ୍ୟ ନିଆଯାଏ | [] ମୂତ୍ରରେ ରକ୍ତ ପଡ଼ିବା ଏକ ସାଧାରଣ କାରଣ ଯାହା ନିମନ୍ତେ ଲୋକମାନେ ସ୍ୱାସ୍ଥ୍ୟସେବା ଚାହାଁନ୍ତି। []

  1. Dorland's illustrated medical dictionary. Dorland, W. A. Newman (William Alexander Newman), 1864-1956. (32nd ed.). Philadelphia, PA: Saunders/Elsevier. 2012. p. 645. ISBN 978-1-4160-6257-8. OCLC 706780870.{{cite book}}: CS1 maint: others (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Saleem, MO; Hamawy, K (January 2020). "Hematuria". PMID 30480952. {{cite journal}}: Cite journal requires |journal= (help)
  3. ୩.୦ ୩.୧ "Blood in urine". nhs.uk (in ଇଂରାଜୀ). 8 December 2017. Retrieved 18 October 2020.