ବିଭୁଧେନ୍ଦ୍ର ପ୍ରତାପ ଦାସ
ଓଡ଼ିଆ ରାଜନୀତିଜ୍ଞ
(ବିବୁଧେନ୍ଦ୍ର ପ୍ରତାପ ଦାସରୁ ଲେଉଟି ଆସିଛି)
ବିଭୁଧେନ୍ଦ୍ର ପ୍ରତାପ ଦାସ (ଜନ୍ମ: ୨୧ ନଭେମ୍ବର ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ବିଭୁଧେନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ବିଭୁଧେନ୍ଦ୍ର ପ୍ରତାପ ଦାସ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ନୃସିଂହ ଚରଣ ସାହୁ |
ପର ଅଧିକାରୀ | ଧର୍ମେନ୍ଦ୍ର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୩୦ ଡିସେମ୍ବର ୧୯୮୯ | |
ପୂର୍ବ ଅଧିକାରୀ | ଧରଣୀଧର ପ୍ରଧାନ |
ପର ଅଧିକାରୀ | ନୃସିଂହ ଚରଣ ସାହୁ |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ନଭେମ୍ବର ୧୯୫୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଅନସୂୟା ଜଗଦେବ |
ବାପା/ବୋଉ | ରାଜ କିଶୋର ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବିଭୁଧେନ୍ଦ୍ର ପ୍ରତାପ ଦାସ ୧୯୫୧ ମସିହାର ନଭେମ୍ବର ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ କିଶୋର ଦାସ ଓ ପତ୍ନୀଙ୍କ ନାମ ଅନସୂୟା ଜଗଦେବ ।[୨]
ରାଜନୈତିକ ଜୀବନ
ସମ୍ପାଦନାବିଭୁଧେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୨][୩]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | କଂଗ୍ରେସ (ଇ) |
୧୯୮୫ | ୩୦ ଡିସେମ୍ବର ୧୯୮୯ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
ସମ୍ପାଦନା- ↑ "'ଢେଙ୍କାନାଳ-ଅନୁଗୁଳ ପର୍ଯ୍ୟଟନସ୍ଥଳୀର ବିକାଶ ହେଉ', ଉନ୍ନୟନ କମିସନରଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର | Sambad". 14 February 2020. Retrieved 26 July 2020.
- ↑ ୨.୦ ୨.୧ "Shri Bibhudhendra Pratap Das". odishaassembly.nic.in. Odisha Assembly. Retrieved 24 July 2020.
- ↑ "Major contestants are 'outsiders'". The New Indian Express. 22 April 2009. Retrieved 26 July 2020.