ଧରଣୀଧର ପ୍ରଧାନ
ଓଡ଼ିଆ ରାଜନୀତିଜ୍ଞ
ଧରଣୀଧର ପ୍ରଧାନ (୨୬ ଅକ୍ଟୋବର ୧୯୩୪ - ୩୦ ଜାନୁଆରୀ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଧରଣୀଧର ପ୍ରଧାନ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ନାରାୟଣ ସାହୁ |
ପର ଅଧିକାରୀ | ବିବୁଧେନ୍ଦ୍ର ପ୍ରତାପ ଦାସ |
ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅକ୍ଟୋବର ୨୬, ୧୯୩୪ |
ମୃତ୍ୟୁ | ୩୦ ଜାନୁଆରୀ ୨୦୦୬ | (ବୟସ ୭୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ନିର୍ଦ୍ଦଳୀୟ |
ଜୀବନ ସାଥୀ | ସରସ୍ୱତୀ ପ୍ରଧାନ |
ବାପା/ବୋଉ | ମାଗୁଣି ଚରଣ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଧରଣୀଧର ପ୍ରଧାନ ୧୯୩୪ ମସିହାର ଅକ୍ଟୋବର ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମାଗୁଣି ଚରଣ ପ୍ରଧାନ ଓ ପତ୍ନୀଙ୍କ ନାମ ସରସ୍ୱତୀ ପ୍ରଧାନ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
ସମ୍ପାଦନାଧରଣୀଧର ଓଡ଼ିଶା ରାଜନୀତିରେ ନିର୍ଦ୍ଦଳୀୟର ନେତା ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଧରଣୀଧର ୨୦୦୬ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Dharanidhar Pradhan". odishaassembly.nic.in. Odisha Assembly. Retrieved 20 July 2020.