ବିଦୁସ୍ମିତା

ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ

ବିଦୁସ୍ମିତା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ଓଡ଼ିଆ ଆଲବମ ଜଗତରେ ପ୍ରଥମେ ପ୍ରବେଶ କରିଥିଲେ ।[୧] ଏହାପରେ ସେ ଓଡ଼ିଆ ଧାରାବାହିକ ଏବଂ କଥାଚିତ୍ରରେ ଅଭିନୟ କରିଥିଲେ । ବଧୂ ନୁହେଁ ମୁଁ ବନ୍ଧୁ ଚଳଚ୍ଚିତ୍ରରେ ସେ ନାୟିକା ଭାବରେ ଅଭିନୟ କରିଥିଲେ ।[୨] ସାର୍ଥକ ଟିଭିରେ ପ୍ରସାରିତ ଧାରାବାହିକ ପରୀରେ ସେ ଅଭିନୟ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ଆଇଟମ ନୃତ୍ୟ ପାଇଁ ଅଧିକ ପରିଚିତ । ଚକ୍‌ଲେଟ୍‌ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଆଇଟମ୍ ନୃତ୍ୟ କରିଥିଲେ ।

ବିଦୁସ୍ମିତା ଦାସ
ଜନ୍ମ
ବିଦୁସ୍ମିତା ମନ୍ତ୍ରୀ

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୨ରୁ ଏବେଯାଏଁ
ଜୀବନସାଥୀଅନନ୍ତ ଦାସ (୨୦୧୧- ଏବେଯାଏଁ)

ପ୍ରାରମ୍ଭିକ ଜୀବବ ସମ୍ପାଦନ କରନ୍ତୁ

ବିଦୁସ୍ମିତା ଜନ୍ମ‌ପରେ ମାତ୍ର ୨୪ ଦିନର ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ।[୩] ପାରିବାରିକ ଅସୁବିଧା ହେତୁ ସେ ମାତ୍ର ଅଳ୍ପ ବୟସରେ ଓଡ଼ିଆ ଆଲବମ୍ ଦୁନିଆରେ ପ୍ରବେଶ କରିଥିଲେ । ସେ ତାଙ୍କର ଦଶମ ଶ୍ରେଣୀ ପରେ ପରେ ଓଡ଼ିଆ ଆଲବମ୍‌ରେ ଅଭିନୟ କରିଥିଲେ ।[୪]

ଅଭିନୟ ଜୀବନ ସମ୍ପାଦନ କରନ୍ତୁ

ବିଦୁସ୍ମିତା ଜଣେ ଓଡ଼ିଆ ଆଲବମ୍ ଅଭିନେତ୍ରୀ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଚଳଚ୍ଚିତ୍ରରେ ଆଇଟମ୍ ନୃତ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ କିଛି ଚଳଚ୍ଚିତ୍ରର ସ‌ହକାରୀ ଭୂମିକାରେ ଏବଂ ଖଳ ଭୂମିକାରେ ଅଭିନୟ କରିବା ପରେ କଥାଚିତ୍ରର ନାୟିକା ଭାବରେ ମଧ୍ୟ ଅଭିନୟ କରିଥିଲେ । ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ସେ ଜଣେ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଦୁସ୍ମିତା ଓଡ଼ିଆ ଆଲବମ୍ ସ‌ହିତ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରିଛନ୍ତି । ଏହାପରେ ବିଦୁସ୍ମିତାଙ୍କର ବିବାହ ହୋଇଥିଲା ଏବଂ ବିବାହ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଇଟମ୍ ଗୀତରେ ନୃତ୍ୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଚକ୍‌ଲେଟ୍‌‌ରେ ସେ ପ୍ରଥମ କରି ଆଇଟମ ନୃତ୍ୟ କରିଥିଲେ । ଏହାପରେ ସେ ଲଭ୍ ମାଷ୍ଟର, ରଙ୍ଗିଲା ବାବା, ତୋ ପ୍ରେମରେ ପଡ଼ିଲା ପରେ[୫] ଆଦି କଥାଚିତ୍ରରେ ଆଇଟମ ଗୀତରେ ନୃତ୍ୟ କରିଥିଲେ ।

୨୦୧୧ରେ ବିଦୁସ୍ମିତା ଓଡ଼ିଆ କଥାଚିତ୍ର ଦୋସ୍ତିରେ ଏକ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୩ରେ ସେ ବଧୂ ନୁହେଁ ମୁଁ ବନ୍ଧୁ କଥାଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । କେହି ଜଣେ ଭଲ ଲାଗେରେ, ତୁ କହିବୁ ନା ମୁଁ, ଜବରଦସ୍ତ ପ୍ରେମିକ ଆଦି ଓଡ଼ିଆ କଥାଚିତ୍ରରେ ସେ ଅଭିନୟ କରିଛନ୍ତି । ବିଦୁସ୍ମିତା ରଙ୍ଗିଲା ବାବା ଚଳଚ୍ଚିତ୍ରରେ ଏକ ନୃତ୍ୟର ନିର୍ଦ୍ଦେଶନା ଦେଇଥିଲେ ।

ବିଦୁସ୍ମିତା ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକରେ ପ୍ରଥମେ ଅଭିନୟ କରିଥିଲେ ।[୬] ସାର୍ଥକ ଟିଭିରେ ପ୍ରସାରତି ଓଡ଼ିଆ ଧାରାବାହିକ ପରୀରେ ସେ ଚାରୁ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ସେ ପ୍ରଥମେ ଏକ ନାକାରାତ୍ମକ ଭୂମିକାରେ ଅଭିନୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକଟିର କାହାଣୀର ପରିବର୍ତ୍ତନରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମା' ରାଣ ମିଛ କ‌ହୁନିର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦୁସ୍ମିତାଙ୍କ ସ‌ହ ହରିହର ମହାପାତ୍ର ଅଭିନୟ କରିଥିଲେ ।

ବୈବାହିକ ଜୀବନ ସମ୍ପାଦନ କରନ୍ତୁ

ବିଦୁସ୍ମିତା ୨୦୧୧ ମସିହାରେ ଅନନ୍ତ ଦାସଙ୍କୁ ବିବାହ କରିଥିଲେ ।[୭]

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ଅଭିନେତ୍ରୀ ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭୂମିକା ମନ୍ତବ୍ୟ
୨୦୧୧ ଦୋସ୍ତି ଲିସା
୨୦୧୩ ବଧୂ ନୁହେଁ ମୁଁ ବନ୍ଧୁ ପ୍ରଥମଥର ପାଇଁ ମୁଖ୍ୟ ନାୟିକା
୨୦୧୩ କେହି ଜଣେ ଭଲ ଲାଗେରେ ମିତା
୨୦୧୬ ତୁ କହିବୁ ନା ମୁଁ ପୂର୍ଣ୍ଣିମା
୨୦୧୬ ଜବରଦସ୍ତ ପ୍ରେମିକ ରାଖି

ଆଇଟମ ନୃତ୍ୟ ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଗୀତ ମନ୍ତବ୍ୟ
୨୦୧୧ ଚକ୍‌ଲେଟ୍‌ ସେକ୍ସି ବିଲ୍ଲି ପ୍ରଥମ ଆଇଟମ ନୃତ୍ୟ
୨୦୧୨ ଲଭ୍ ମାଷ୍ଟର ମୋର ପତ୍‌ଲୀ ଅଣ୍ଟା
୨୦୧୫ ରଙ୍ଗିଲା ବାବା ରଙ୍ଗିଲା ବାବା

ଅଭିନୀତ ଧାରାବାହିକ ସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ପରୀ ସାର୍ଥକ ଟିଭି ଚାରୁ
ମା' ରାଣ ମିଛ କ‌ହୁନି ସାର୍ଥକ ଟିଭି ଉପସ୍ଥାପିକା

ଆଧାର ସମ୍ପାଦନ କରନ୍ତୁ

  1. "ସେକ୍ସି ବିଦୁସ୍ମିତା" (PDF). ସମୟ (ତରଙ୍ଗ) (in Odia). Odisha. 28 May 2017. p. 14. Retrieved 14 January 2019.{{cite news}}: CS1 maint: unrecognized language (link)
  2. "ଚର୍ଚ୍ଚାରେ ବିଦୁସ୍ମିତାଙ୍କ ନୂଆ ଆଇଟମ୍‌ ନମ୍ବର". sambad.in. 12 November 2017. Retrieved 13 November 2017.
  3. "Soumya O Celebrity With Odia Actress Bidusmita Mantri". Kanak News. 18 December 2016. Retrieved 13 November 2017.
  4. "Sapanara Pathe Pathe Bidusmita". Kanak News. 29 October 2015. Retrieved 13 November 2017.
  5. "Mo Ballon Gala Phati". E News ଓଡ଼ିଆ. Retrieved 13 November 2017.
  6. "Amika Khudinka Handisala Ep 19". ତରଙ୍ଗ ଟିଭି. Retrieved 13 November 2017.
  7. "Bidusmita Dash Mantry Height, Weight, Age, Husband, Family, Biography,wiki & Photos". Odia360.com. 26 July 2017. Retrieved 13 November 2017.

ବାହାର ଆଧାର ସମ୍ପାଦନ କରନ୍ତୁ

ଇଣ୍ଟରନେଟ ମୁଭି ଡାଟାବେସରେ ବିଦୁସ୍ମିତା