ରଙ୍ଗିଲା ବାବା

୨୦୧୫ର ଓଡ଼ିଆ କଥାଚିତ୍ର

ରଙ୍ଗିଲା ବାବା, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ବିରଞ୍ଚି ନାରାୟଣ ପଣ୍ଡା ଏବଂ ଦିଲ୍ଲିପ ଦାଶ । ବିରଞ୍ଚି ନାରାୟଣ ପଣ୍ଡା ଏହି କଥାଚିତ୍ରର କାହାଣୀ ଲେଖିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ମନ୍ମଥ ମିଶ୍ର ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୨] ବସନ୍ତରାଜ ସାମଲ ଏବଂ ପଞ୍ଚାନନ ନାୟକ କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସଞ୍ଜୟ ଏହି ଚଳଚ୍ଚିତ୍ରର ସୁଟିଂ ମାତ୍ର ଦୁଇ ସପ୍ତାହରେ ଶେଷ କରିଥିଲେ ।[୩]

ରଙ୍ଗିଲା ବାବା
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକବିରଞ୍ଚି ନାରାୟଣ ପଣ୍ଡା, ଦିଲ୍ଲିପ ଦାଶ
ଚିତ୍ରନାଟ୍ୟବସନ୍ତରାଜ ସାମଲ
କାହାଣୀବିରଞ୍ଚି ନାରାୟଣ ପଣ୍ଡା
କଳାକାରକୁନା ତ୍ରିପାଠୀ, ଚନ୍ଦନ କର, ଗୁଡ୍ଡୁ, ସୋନିକା ରାୟ, ବିଦୁସ୍ମିତା, ବିରେନ ମିଶ୍ର, ଜୀବନ ପଣ୍ଡା, ବିଜୁ ବଡ଼ଜେନା
ସଙ୍ଗୀତମନ୍ମଥ ମିଶ୍ର
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨ ଅକ୍ଟୋବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରର କାହାଣୀ ସାରଥୀ ବାବାଙ୍କ ଉପରେ ପର୍ଯ୍ୟବେଷିତ ଥିଲା । କୁନା ତ୍ରୀପାଠୀ ଏହି ଚଳଚ୍ଚିତ୍ରରେ ବାବା ଭାରତୀ ଭୂମିକାରେ ଅଭିନୟ କରିଥିଲେ ।[୪] ଗୁଡ୍ଡୁ ତାଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ । ଚନ୍ଦନ କର, ସୋନିକା ରାୟ[୫], ବିଦୁସ୍ମିତା, ବିରେନ ମିଶ୍ର, ଜୀବନ ପଣ୍ଡା, ବିଜୁ ବଡ଼ଜେନା, ପ୍ରେମାଞ୍ଜନ ପରିଡ଼ା, ଚକ୍ରଧର ଜେନା ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ନବାଗତା ସୋନିକା ରାୟ ଏହି ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ୨୦୧୫ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ପରେ ସଞ୍ଜୟ ତାଙ୍କୁ ଏହି କଥାଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[୬]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ଗୀତିକାର ବସନ୍ତରାଜ ସାମଲ ଏବଂ ପଞ୍ଚାନନ ନାୟକ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ରଙ୍ଗିଲା ବାବା" 
2."ସପନ ଗାଁରେ" 

ଆଧାର ସମ୍ପାଦନା

  1. "ପପୁ-ସଞ୍ଜୟ ଟଣାଓଟରା". ସମ୍ବାଦ. 15 September 2016. Archived from the original on 27 August 2017. Retrieved 24 August 2017.
  2. "ପରଦାକୁ ଆସିଲା 'କେହି ନୁହେଁ କାହାର' ଓ 'ରଙ୍ଗିଲା ବାବା'". Odisha Reporter. 2 October 2016. Retrieved 24 August 2017.
  3. "ନିଝୁମ ରାତିର ସାଥୀ". କନ‌କ ନ୍ୟୁଜ. 1 May 2016. Retrieved 24 August 2017.
  4. "ରଙ୍ଗିଲା ବାବା'ର ଶୁଭ ମହୁରତ୍". Odisha Reporter. 3 September 2016. Retrieved 24 August 2017.
  5. "ଓଲିଉଡର କଣ୍ଟ୍ରାକ୍ଟ୍‌ କିଲର୍‌ ସୋନିକା". ସମ୍ବାଦ. 19 November 2016. Archived from the original on 27 August 2017. Retrieved 24 August 2017.
  6. "ରାଜଧାନୀରେ 'ମିସ୍‌ ଇଣ୍ଡିଆ ପ୍ୟାସିଫିକ୍‌' ଓଡ଼ିଆ ଝିଅ ସୋନିକା". ସମ୍ବାଦ. 4 June 2017. Archived from the original on 27 August 2017. Retrieved 24 August 2017.
  7. "କୁନା ତ୍ରିପାଠୀଙ୍କ ପରେ ପରଦାକୁ ଆସୁଛନ୍ତି ଭଣ୍ଡ ବାବା ଭୂମିକାରେ ଏହି ଅଭିନେତା! | Sambad". Sambad (in Odia). ଓଡ଼ିଶା. 8 September 2018. Archived from the original on 10 September 2018. Retrieved 10 September 2018.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା