ବିଜୟ କୁମାର ଜେନା

ଓଡ଼ିଶୀ ସଙ୍ଗୀତ ଗୁରୁ

ବିଜୟ କୁମାର ଜେନା(ଜନ୍ମ : ୨୪/୦୪/୧୯୬୭) ଜଣେ ଓଡ଼ିଶୀ ସଙ୍ଗୀତ ବିଶାରଦ ଓ ଗୁରୁ ।[୧] ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା(ଯୋଗଦାନ :୨୪/୧୨/୨୦୦୨) କରିବା ସହ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ[୨] ବହୁବାର ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ସେ ଏହାର ଲୋକପ୍ରିୟତା ବୃଦ୍ଧି କରିବାର ପ୍ରଚେଷ୍ଟା କରିଛନ୍ତି । ସେ ୬୦ଟି ଦେଶରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିସାରିଛନ୍ତି । ଗୁରୁ ରାମହରି ଦାସଙ୍କୁ ବିଜୟ ନିଜର ଆଦର୍ଶ ମନେକରନ୍ତି । ୧୯୮୫ମସିହାରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ ଜଣେ ଛାତ୍ର ଭାବେ ଯୋଗ ଦେଇଥିଲେ । ସେଠାରେ ଗୁରୁଭାବରେ ରାମହରି ଦାସଙ୍କ ସାନ୍ନିଦ୍ଧ୍ୟ ଲାଭ କରିଥିଲେ । ସେବେଠାରୁ ଗୁରୁଶିଷ୍ୟ ଭାବରେ ଓ ଓଡ଼ିଶୀ ସଙ୍ଗୀତର ସାଧକ ଭାବରେ ସେ ବହୁବାର ବିଭିନ୍ନ ସ୍ଥାନରେ ରାମହରିଙ୍କ ସହ ସଙ୍ଗୀତ ପରିବେଷଣ କରିଛନ୍ତି ।[୩] ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ପରିବେଷଣରେ ମଧ୍ୟ ସେ ଦଶବର୍ଷ ଧରି ସଙ୍ଗୀତ ପରିବେଷଣ କରିଛନ୍ତି ।[୪] ସେ ଏକକ ସଙ୍ଗୀତ ମଧ୍ୟ ପରିବେଷଣ କରନ୍ତି । ୨୦୦୨ ମସିହାରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୨୦୧୮ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।[୫] ଏହି ପଦରେ ସେ ଦୁଇବର୍ଷ ଧରି ଅବସ୍ଥାପିତ ହୋଇଥିଲେ । ବର୍ତ୍ତମାନ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ

ବିଜୟ କୁମାର ଜେନା
ଜନ୍ମ (1967-04-24) ୨୪ ଅପ୍ରେଲ ୧୯୬୭ (ବୟସ ୫୬)
କାଣ୍ଡଗଦା, ବ୍ରହ୍ମଗିରି, ପୁରୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତିଓଡ଼ିଶୀ ସଙ୍ଗୀତ ଗୁରୁ
ଚାକିରିକ୍ଷେତ୍ରଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୈବାହିକ-ସାଥୀହରପ୍ରିୟା ସ୍ୱାଇଁ

ସଂକ୍ଷିପ୍ତ ଜୀବନୀ ସମ୍ପାଦନା

ବିଜୟ, ପୁରୀ ଜିଲ୍ଲା ବ୍ରହ୍ମଗିରିବ୍ଳକ ଅନ୍ତର୍ଗତ ଡିମିରିଶାଳ ପଞ୍ଚାୟତର କାଣ୍ଡଗଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଯୋଗୀ ଜେନା ଓ ମାତାଙ୍କ ନାମ ସବିତା ଥିଲା । ଶୈଶବରୁ ସେ ମାତାଙ୍କୁ ହରେଇଥିଲେ । ବଡ଼ଭାଇ ହାଡ଼ିବନ୍ଧୁ ଜେନା ଓ ଭାଉଜଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ । ପିଲାବେଳୁ ତାଙ୍କର ସଙ୍ଗୀତ ପ୍ରତି ଆଗ୍ରହ ରହିଥିଲା । ନିଜ ଗ୍ରାମର କାଶୀନାଥ ଜେନାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପୁରୀରେ କଲେଜ ପାଠ ପଢ଼ିବା ସମୟରେ ସୁରଭାରତୀ ସଙ୍ଗୀତାନୁଷ୍ଠାନର ପ୍ରତିଷ୍ଠାତା ବଳଭଦ୍ର ପ୍ରତିହାରୀଙ୍କଠାରୁ ସେ ସଙ୍ଗୀତ ଶିକ୍ଷା କରିଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ସେ ଗୋପାଳ ଚନ୍ଦ୍ର ପଣ୍ଡା, ଭିକାରୀ ବଳ ଓ ରାମହରି ଦାସଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ଗୀତ ଗୋବିନ୍ଦ ଗାୟନ ସେ ରଘୁନାଥ ପାଣିଗ୍ରାହୀଙ୍କଠାରୁ ଶିକ୍ଷା କରିଥିଲେ ।[୬] ତାଙ୍କ ଧର୍ମପତ୍ନୀ ହରପ୍ରୀୟା ସ୍ୱାଇଁ ମଧ୍ୟ ଜଣେ ଗାୟିକା ।[୭]

ରଚନାବଳୀ ସମ୍ପାଦନା

ଓଡ଼ିଶୀ ସଙ୍ଗୀତ ଉପରେ ପର୍ଯ୍ୟବେସିତ ସେ ଦୁଇ ଖଣ୍ଡ ପୁସ୍ତକ ରଚନା କରିଛନ୍ତି ।

  • ଓଡ଼ିଶୀ ସଙ୍ଗୀତ ଗାୟନ ପଦ୍ଧତି (କ୍ରିୟାତ୍ମକ)
  • ସଙ୍ଗୀତ ଚନ୍ଦ୍ରିକା (ତଥ୍ୟାତ୍ମକ)[୮]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୨୧
  • କ ସଙ୍ଗୀତ ସମ୍ମାନ
  • ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ
  • ଡକ୍ଟରେଟ ( ଉତ୍କଳ ବିଶ୍ୱବିଦ୍ୟାଳୟ )


ଆଧାର ସମ୍ପାଦନା

  1. http://sambad.in/metro/bijay-jena-odisha-sangeet-natak-akademi-secretary-58317/
  2. New York Times Staff; Of The Ny Staff (2001). The New York Times Dance Reviews 2000. Taylor & Francis. pp. 399–. ISBN 978-1-57958-059-9.
  3. "ନିଜ କଥା". ଧରିତ୍ରୀ ମେଟ୍ରୋ ମିଜାଜ ୦୮/୦୩/୨୦୧୮. Retrieved 12 March 2018.
  4. http://www.thehindu.com/features/friday-review/dance/a-decade-after/article5943492.ece
  5. ଧରିତ୍ରୀ ୦୪/୦୧/୨୦୧୮ ଭୁବନେଶ୍ୱର ସଂସ୍କରଣ http://www.dharitri.com/e-Paper/Bhubaneswar/040118/p7.htm. Retrieved 4 January 2018. {{cite news}}: Missing or empty |title= (help)
  6. "ଆର୍କାଇଭ୍ କପି". No. ରବିବାର ସମ୍ବାଦ ୦୪/୧୨/୨୦୨୨ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. 4 December 2022. Archived from the original on 8 December 2022. Retrieved 8 December 2022. {{cite news}}: Cite has empty unknown parameter: |1= (help)
  7. http://www.thehindu.com/todays-paper/tp-national/tp-otherstates/A-modest-mission-of-promoting-Odissi-music/article15294837.ece
  8. "ଯୁଗଳବନ୍ଦୀ". ସମ୍ବାଦ ୨୫/୦୬/୨୦୨୩ ରବିବାର ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 25 June 2023. Archived from the original on 27 June 2023. Retrieved 27 June 2023.