ହୃଦ୍ରୋଧ
ହୃଦ୍ରୋଧ (ଇଂରାଜୀ ଭାଷାରେ Cardiac arrest) ରୋଗରେ ହୃତ୍ପିଣ୍ଡ ସଙ୍କୋଚନ ହଠାତ୍ ବନ୍ଦ ହେବାରୁ ରକ୍ତ ସରବରାହ ବନ୍ଦ ହୋଇଯାଏ ।[୨] ମୂର୍ଚ୍ଛା ଓ ଅସାଧାରଣ ଶ୍ୱାସକ୍ରିୟା ବା ଆଦୌ ଶ୍ୱାସକ୍ରିୟା ନ ହେବା ଆଦି ଲକ୍ଷଣ ଦେଖାଯାଏ । [୧][୩] କେତେକ ଲୋକଙ୍କର ଛାତି ଯନ୍ତ୍ରଣା (chest pain), ଛୋଟ ଶ୍ୱାସକ୍ରିୟା (shortness of breath), ଅଇ (nausea) ଇତ୍ୟାଦି ଲକ୍ଷଣ ହୃଦ୍ରୋଧ ହେବା ପୂର୍ବରୁ ଦେଖାଯାଏ ।[୩] କିଛି ମିନିଟ ମଧ୍ୟରେ ଚିକିତ୍ସା ନ ହେଲେ ସାଧାରଣତଃ ମୃତ୍ୟୁ ହୁଏ ।[୨]
ହୃଦ୍ରୋଧ | |
---|---|
ଇଂରାଜୀ ପ୍ରତିଶବ୍ଦ - cardiopulmonary arrest, circulatory arrest, sudden cardiac arrest (SCA), sudden cardiac death (SCD)[୧] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ହୃଦ୍ରୋଗ ବିଜ୍ଞାନ |
ଆଇସିଡ଼ି-୧୦ | I46. |
ଆଇସିଡ଼ି-୯-ସିଏମ୍ | 427.5 |
ରୋଗ ଡାଟାବେସ | 2095 |
MeSH | D006323 |
କରୋନାରି ଧମନୀ ରୋଗଯୋଗୁ (coronary artery disease) ସାଧରଣତଃ ହୃଦ୍ରୋଧ ରୋଗ ହୁଏ । ଅତ୍ୟଧିକ ରକ୍ତସ୍ରାବ (major blood loss), ଅମ୍ଳଜାନ ଅଭାବ, ଅଳ୍ପ ପୋଟାସିଅମ (very low potassium), ହୃଦ୍ପାତ (heart failure), ଓ ଅତ୍ୟଧିକ ଶାରୀରିକ ବ୍ୟାୟାମ କଲେ ମଧ୍ୟ ଏହି ରୋଗ ହୋଇପାରେ । କେତେକ ବଂଶାନୁକ୍ରମିକ ବେମାରୀ ଯେପରିକି ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (long QT syndrome) ରୋଗରେ ହୃଦ୍ରୋଧ ସଙ୍କଟ ଥାଏ । ରୋଗ ଆରମ୍ଭ ସମୟରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ (ventricular fibrillation) ହୁଏ ।[୪] ନାଡ଼ି ଅନୁଭବ କରି ନ ପାରିଲେ ଏହି ରୋଗ ହୋଇଥିବା ସିଦ୍ଧ ହୁଏ ।[୧] ଉଭୟ ହୃଦ୍ଘାତ ଓ ହୃଦ୍ପାତ ରୋଗମାନଙ୍କରେ ହୃଦ୍ରୋଧ ହେଲେ ମଧ୍ୟ ସେହି ଦୁଇ ରୋଗ ସମାନ ନୁହେଁ ।[୨]
ସ୍ୱାସ୍ଥ୍ୟପ୍ରଦ ଓଜନ ରଖିଲେ, ଶାରୀରିକ ସକ୍ରିୟତା ଥିଲେ ଓ ଧୂମ୍ରପାନ ନ କଲେ ଏହି ରୋଗ ପ୍ରତିଷେଧ ସମ୍ଭବ ହୁଏ ।[୫] ହୃଦ୍ରୋଧରେ ତୁରନ୍ତ ରିସସିଟେସନ (cardiopulmonary resuscitation ବା CPR) ଆବଶ୍ୟକ ହୁଏ ଓ ସକେବ୍ଲ ରିଦମ (shockable rhythm) ଥିଲେ ଡିଫିବ୍ରିଲେସନ (defibrillation) ଦିଆଯାଏ ।[୬] ବଞ୍ଚିଯାଇଥିବା ଲୋକଙ୍କୁ ଟାର୍ଗେଟେଡ ଟେମ୍ପରେଚର ମ୍ୟାନେଜମେଣ୍ଟ (targeted temperature management) ଦେଲେ ଫଳାଫଳ ଉନ୍ନତ ହୁଏ ।[୭] ପୁନରାବୃତ୍ତି ନ ହେବା ପାଇଁ କାର୍ଡ଼ିଆକ ଡିଫିବ୍ରିଲେଟର ଇମ୍ପ୍ଲାଣ୍ଟ (implantable cardiac defibrillator) ଦେଲେ ମୃତ୍ୟୁ ସଙ୍କଟ କମିଯାଏ ।[୫]
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଡାକ୍ତରଖାନା ସମ୍ମୁଖରେ ପ୍ରତି ୧୦,୦୦୦ ଲୋକ ମଧ୍ୟରୁ ୫.୨ ଜଣଙ୍କର ମୃତ୍ୟୁ ହୁଏ ।[୮] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ହୃଦ୍ରୋଧ ସାଧାରଣ ହୋଇଯାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୯] ଚିକିତ୍ସା ସତ୍ତ୍ୱେ ମାତ୍ର ୮% ରୋଗୀ ବଞ୍ଚିପାରନ୍ତି । ବଞ୍ଚିଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଅସମର୍ଥ (disability) ହୋଇଯାଆନ୍ତି । ଟେଲିଭିଜନରେ କିନ୍ତୁ ଅନେକ ସମୟରେ ୭୫% ବଞ୍ଚିଯିବା ଦେଖାଯାଏ ।[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Field, John M. (2009). The Textbook of Emergency Cardiovascular Care and CPR (in ଇଂରାଜୀ). Lippincott Williams & Wilkins. p. 11. ISBN 9780781788991.
- ↑ ୨.୦ ୨.୧ ୨.୨ "What Is Sudden Cardiac Arrest?". NHLBI. June 22, 2016. Retrieved 16 August 2016.
- ↑ ୩.୦ ୩.୧ "What Are the Signs and Symptoms of Sudden Cardiac Arrest?". NHLBI. June 22, 2016. Retrieved 16 August 2016.
- ↑ "What Causes Sudden Cardiac Arrest?". NHLBI. June 22, 2016. Retrieved 16 August 2016.
- ↑ ୫.୦ ୫.୧ "How Can Death Due to Sudden Cardiac Arrest Be Prevented?". NHLBI. June 22, 2016. Retrieved 16 August 2016.
- ↑ "How Is Sudden Cardiac Arrest Treated?". NHLBI. June 22, 2016. Retrieved 16 August 2016.
- ↑ Schenone, AL; Cohen, A; Patarroyo, G; Harper, L; Wang, X; Shishehbor, MH; Menon, V; Duggal, A (10 August 2016). "Therapeutic hypothermia after cardiac arrest: a systematic review/meta-analysis exploring the impact of expanded criteria and targeted temperature". Resuscitation. PMID 27521472.
- ↑ ୮.୦ ୮.୧ Adams, James G. (2012). Emergency Medicine: Clinical Essentials (Expert Consult -- Online) (in ଇଂରାଜୀ). Elsevier Health Sciences. p. 1771. ISBN 1455733946.
- ↑ "Who Is at Risk for Sudden Cardiac Arrest?". NHLBI. June 22, 2016. Retrieved 16 August 2016.