ବିକ୍ରମ କୁମାର ପଣ୍ଡା
ବିକ୍ରମ କୁମାର ପଣ୍ଡା (ଜନ୍ମ: ୧୧ ସେପ୍ଟେମ୍ବର ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ବିକ୍ରମ କୁମାର ପଣ୍ଡା | |
---|---|
![]() | |
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ସେପ୍ଟେମ୍ବର ୧୯୭୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଗୀତାଞ୍ଜଳୀ ପଣ୍ଡା |
ବାପା/ବୋଉ | କିଶୋର ଚନ୍ଦ୍ର ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନ କରନ୍ତୁ
ବିକ୍ରମ ୧୯୭୧ ମସିହାର ସେପ୍ଟେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କିଶୋର ଚନ୍ଦ୍ର ପଣ୍ଡା ଓ ପତ୍ନୀଙ୍କ ନାମ ଗୀତାଞ୍ଜଳୀ ପଣ୍ଡା ।[୧]
ରାଜନୈତିକ ଜୀବନ ସମ୍ପାଦନ କରନ୍ତୁ
ବିକ୍ରମ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବ କାର୍ଯ୍ୟ କରୁଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜେଡିର ପ୍ରାର୍ଥୀ ଭାବରେ ବ୍ରହ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଆଧାର ସମ୍ପାଦନ କରନ୍ତୁ
- ↑ ୧.୦ ୧.୧ "Shri Bikram Kumar Panda". odishaassembly.nic.in. Odisha Assembly. Retrieved 16 January 2021.
- ↑ "କଂଗ୍ରେସ ଛାଡ଼ିଲେ ଚନ୍ଦ୍ରଶେଖର, ବିକ୍ରମ, ଭଗବାନ | Sambad". ସମ୍ବାଦ. sambad.in. 29 March 2018. Archived from the original on 17 January 2021. Retrieved 17 January 2021.
- ↑ "ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ, ପ୍ରଥମ ଥର ଲାଗି ୨ଟି ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ | Sambad". ସମ୍ବାଦ. sambad.in. 18 March 2019. Archived from the original on 17 January 2021. Retrieved 17 January 2021.
ବାହାର ଆଧାର ସମ୍ପାଦନ କରନ୍ତୁ
- ଉଇକିମିଡ଼ିଆ କମନ୍ସରେ Bikram Kumar Panda-ସମ୍ପର୍କିତ ମିଡ଼ିଆ