ଫ୍ଲୁଓସିନୋଲୋନ
ଫ୍ଲୁଓସିନୋଲୋନ (ଇଂରାଜୀ ଭାଷାରେ Fluocinolone), ଅନ୍ୟମାନଙ୍କ ମଧ୍ୟରେ ସିନାଲାର ଏହାର ଏକ ବିକ୍ରୟ ନାମ, ହେଉଛି ଏକ ପ୍ରକାର କର୍ଟିକୋଷ୍ଟିରଏଡ ଔଷଧ ।[୧] ଚର୍ମ ପ୍ରଦାହ ଏବଂ ସୋରିଆସିସ ରୋଗମାନଙ୍କର ଚିକିତ୍ସା ପାଇଁ ଏହା ଚର୍ମରେ ପ୍ରୟୋଗ କରାଯାଏ ।[୨] ମଧୁମେହ ମାକୁଲାର ଇଡିମା କାରଣରୁ ୟୁଭିଆଇଟିସ ଏବଂ ଦୃଷ୍ଟି ଶକ୍ତି ସମସ୍ୟାମାନଙ୍କର ଚିକିତ୍ସା କରିବା ପାଇଁ ଏହା ଆଖି ମଧ୍ୟରେ ପ୍ରତିରୋପଣ ଭାବରେ ବ୍ୟବହୃତ ହୁଏ ।[୨] [୧]
Clinical data | |
---|---|
Trade names | Synalar, Iluvien, others |
Synonyms | Fluocinolone acetonide |
AHFS/Drugs.com | Topical: monograph Eyes: monograph |
Routes of administration | Topical |
Legal status | |
Legal status | |
Pharmacokinetic data | |
Metabolism | Liver, CYP3A4-mediated |
Elimination half-life | 1.3 to 1.7 hours |
Identifiers | |
| |
ECHA InfoCard | 100.011.239 |
Chemical and physical data | |
Formula | C24H30F2O6 |
Molar mass | ୪୫୨.୪୯ g·mol−1 |
3D model (JSmol) | |
| |
| |
(verify) |
ଚର୍ମରେ ପ୍ରୟୋଗ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଶୁଷ୍କ ଚର୍ମ, ଲୋମ କୂପ ପ୍ରଦାହ, ବ୍ରଣ, ପିଗମେଣ୍ଟେସନ ହ୍ରାସ, ଚର୍ମ ଆଟ୍ରୋଫି ଏବଂ ସଂକ୍ରମଣ ହୋଇପାରେ ।[୩] ଆଖିରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଚାପ ବୃଦ୍ଧି, ଆଖି ଯନ୍ତ୍ରଣା, କଞ୍ଜକ୍ଟିଭାଲ୍ ରକ୍ତସ୍ରାବ, ଅସ୍ପଷ୍ଟ ଦୃଷ୍ଟି ଏବଂ ଶୁଖିଲା ଆଖି ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ମୋତିଆବିନ୍ଦୁ, ନେତ୍ରପଟଳ ସ୍ଖଳନ ଏବଂ ଆଖିରେ ସଂକ୍ରମଣ ହୋଇପାରେ ।[୧] ପ୍ରଦାହ ହ୍ରାସ କରି ଏହା କାମ କରେ ।[୩]
ଫ୍ଲୁଓସିନୋଲୋନ ପ୍ରଥମେ ୧୯୫୯ ମସିହାରେ ତିଆରି ହୋଇଥିଲା ।[୪] ୧୯୬୧ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୫] ଯୁକ୍ତରାଜ୍ୟରେ ଏକ ୬୦ ଗ୍ରାମ ବିଶିଷ୍ଟ ଟ୍ୟୁବର ମୂଲ୍ୟ ପ୍ରାୟ ୧୦ ପାଉଣ୍ଡ ଏବଂ ୨୦୨୧ ସୁଦ୍ଧା ଆଖିରେ ରଖିବା ପାଇଁ ପ୍ରାୟ ୫,୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ଯଥାକ୍ରମେ ୩୦ ଏବଂ ୯୨୦୦ ଡଲାର ଅଟେ ।[୬] [୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Fluocinolone (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 27 November 2021. Retrieved 12 December 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. pp. 1236, 1291. ISBN 978-0857114105.
- ↑ ୩.୦ ୩.୧ "Fluocinolone (Topical) Monograph for Professionals". Drugs.com (in ଇଂରାଜୀ). Archived from the original on 27 November 2021. Retrieved 14 December 2021.
- ↑ J S Mills, A. Bowers, Carl Djerassi and H.J. Ringold, Steroids CXXXVII. Synthesis of a New Class of Potent Cortical Hormones. 6α,9α-Difluoro-16α-Hydroxyprednisolone and its Acetonide, Journal of the American Chemical Society, 80, 3399-3404 (1960)
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 485. ISBN 9783527607495. Archived from the original on 2020-08-01. Retrieved 2021-12-12.
- ↑ "Fluocinolone Prices, Coupons & Savings Tips - GoodRx". GoodRx. Retrieved 14 December 2021.
- ↑ "Iluvien Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 14 December 2021.