ସୋରିଆସିସ ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଚର୍ମରେ କେତେକ ଅସ୍ୱାଭାବିକ ଦାଗ ଦେଖାଯାଏ । [] ଏହି ଦାଗ ଲାଲ ରଙ୍ଗର, ଗଲୁ ଓ କାତି ସମ୍ପର୍ଣ୍ଣ ହୋଇଥାଏ । ସୋରିଆସିସ ଛୋଟରୁ ବଡ଼ ଆକାର ହୋଇ ସାରା ଶରୀର ବ୍ୟାପିପାରେ ଓ ଏହାର ଗମ୍ଭୀରତା ପରିବର୍ତ୍ତିତ ହୋଇପାରେ । [] ଚର୍ମ ଆଘାତ ସକ୍ରିୟ ହୋଇ ସୋରିଆସିସ ପରିବର୍ତ୍ତନ ଆଣିପାରେ ଯାହା କୋଏବନର ଫେନୋମେନନ ରୂପେ ବିଦିତ । []

ସୋରିଆସିସ
ପିଠି ଓ ବାହୁରେ ସୋରିଆସିସ ହୋଇଛି ।
ଉଚ୍ଚାରଣ
ବିଭାଗDermatology
ଆଇସିଡ଼ି-୧୦L40.
ଆଇସିଡ଼ି-୯-ସିଏମ୍696
ଓଏମ୍‌ଆଇଏମ୍177900
ରୋଗ ଡାଟାବେସ10895
ମେଡ଼ିସିନ-ପ୍ଲସ000434
ଇ-ମେଡ଼ିସିନemerg/489
plaque derm/365
guttate derm/361
nails derm/363
pustular derm/366
MeSHD011565

ମୂଖ୍ୟତଃ ପାଞ୍ଚ ପ୍ରକାର ସୋରିଆସିସ ଦେଖାଯାଏ: ପ୍ଲେକ, ଗୁଟ୍ଟାଟେ, ଇନଭର୍ସ, ପୁସ୍‌ଚୁଲାର ଓ ଏରିଥ୍ରୋଡର୍ମିକ । ଏଥିରୁ ୯୦ % କେବଳ ପ୍ଲେକ ସୋରିଆସିସ ବା ସୋରିଆସିସ ଭଲଗାରିସ । ଚମରେ ଲାଲ ଦାଗ ଥାଏ ଓ ତା ଉପରେ ଧଳା କାତି ଥାଏ । ପିଠି, ଗୋଡ଼ର ମଝିଧାର ବା ସିନ, ପେଟ ଓ ସ୍କାଲ୍ପ ସ୍ଥାନମାନଙ୍କରେ ଏହି ରୋଗ ହୁଏ ।[] ଗୁଟ୍ଟାଟେ ସୋରିଆସିସ ଏକ ଟୋପା ଭଳି ଦେଖାଯାଏ । [] ପୁସ୍‌ଚୁଲାର ସୋରିଆସିସ ଫୋଟକା ଆକାରର ଦେଖାଯାଏ ଯାହା ଭିତରେ ଅଣସଂକ୍ରମଣକାରୀ ପୂଜ ଥାଏ । [] ଇନଭର୍ସ ସୋରିଆସିସ ଚର୍ମ ଭାଙ୍ଗରେ ଲାଲ ଦାଗ ଆକାରରେ ଦେଖାଯାଏ । [] ସମସ୍ତ ସୋରିଆସିସରୁ ଏରିଥ୍ରୋଡର୍ମିକ ସୋରିଆସିସ ତିଆରି ହୋଇପାରେ ଓ ସେତେବେଳେ ରାସ ବ୍ୟାପିଯାଏ । ଆଙ୍ଗୁଠି ନ‌ଖ ଓ ଗୋଡ଼ନ‌ଖ ଯେ କୌଣସି ସମୟରେ ଏହି ରୋଗ ଶୀକାର ହୋଇପାରେ । ନ‌ଖରେ ଛୋଟ ଗାତ ହୋଇପାରେ ବା ତାହାର ରଙ୍ଗ ବଦଳିପାରେ । []

ସାଧାରଣତଃ ସୋରିଆସିସ ରୋଗକୁ ଏକ ଜେନେଟିକ ରୋଗ ଭାବେ ଗ୍ରହଣ କରାଯାଏ ଯାହା ପରିବେଶ ଉପାଦାନ ଯୋଗୁ କ୍ରିୟାଶୀଳ ହୋଇଉଠେ । [] ଜମଜ ଅନୁଶୀଳନରେ ଏକାଭଳି ଜମଜର (identical twin) ଅନ୍ୟମାନଙ୍କ ଅପେକ୍ଷା ୩ ଗୁଣ ଅଧିକ ସୋରିଆସିସ ରୋଗ ହେବା ସଙ୍କଟ ଥାଏ । ଶୀତଦିନେ ଓ କେତେକ ଔଷଧ ଯେପରିକି ବିଟା ବ୍ଲକର ବା ଏନଏସଆଇ‌ଡି ସେବନ‌ଦ୍ୱାରା ରୋଗ ଲକ୍ଷଣ ଖରାପ ଦିଗକୁ ଗତିକରେ । [] ସଂକ୍ରମଣ ଓ ମାନସିକ ଚାପର ଭୂମିକା ଥାଇପାରେ । [][] ସୋରିଆସିସ ଏହ ଛୁଆଁ ରୋଗ ନୁହେଁ । ଏହାର ଅନ୍ତର୍ନିହିତ କ୍ରିୟାବିଧିରେ ଚମ ଜୀବକୋଷ ପ୍ରତି ଇମ୍ମ୍ୟୁନ ସିସ୍ଟମ କ୍ରିୟାଶୀଳ ହୋଇଯାଏ । ରୋଗର ଲକ୍ଷଣ ଓ ଚିହ୍ନ ଦେଖି ସୋରିଆସିସ ନିର୍ଣ୍ଣୟ କରାଯାଏ । []

ସୋରିଆସିସ ରୋଗ ଆରୋଗ୍ୟ ହୁଏନାହିଁ । ବିଭିନ୍ନ ଚିକିତ୍ସାଦ୍ୱାରା ଲକ୍ଷଣ ନିୟନ୍ତ୍ରଣ କରାଯାଇପାରେ । [] ଔଷଧମାନଙ୍କର ନାମ: ସ୍ଟିରଏଡ କ୍ରିମ, ଭିଟାମିନ ଡି୩ କ୍ରିମ, ଅଲଟ୍ରାଭାୟୋଲେଟ ରଶ୍ମୀମେଥୋଟ୍ରେକ୍ସେଟ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ । [] କେବଳ କ୍ରିମ ସାହାଯ୍ୟରେ ୭୫ % ରୋଗୀଙ୍କୁ ଚିକିତ୍ସା କରିହୁଏ । [] ଜନସଂଖ୍ୟାର ୨-୪ % ଲୋକଙ୍କୁ ଏହି ରୋଗ ହୁଏ । [] ମହିଳା ଓ ପୁରୁଷମାନେ ସମ‌ଭାବରେ ଏହାର ଶୀକାର ହୁଅନ୍ତି । [] ସୋରିଆଟିକ ଆର୍ଥ୍ରାଇଟିସ, ଲିମ୍ଫୋମା, ହୃତ୍‌ପିଣ୍ଡ ରକ୍ତନଳୀ ରୋଗ, କ୍ରନ ରୋଗ ଓ ଅବସାଦ ଇତ୍ୟାଦି ଏହି ସୋରିଆସିସ ରୋଗ ସ‌ହିତ ସଙ୍କଟସ୍ଥିତିରେ ଥାଆନ୍ତି । [] ସୋରିଆସିସ ରୋଗୀଙ୍କ ମଧ୍ୟରୁ ୩୦ % ଲୋକଙ୍କୁ ସୋରିଆଟିକ ଆର୍ଥ୍ରାଇଟିସ ରୋଗ ହୁଏ । []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Questions and Answers about Psoriasis". National Institute of Arthritis and Musculoskeletal and Skin Diseases. October 2013. Retrieved 1 July 2015.
  2. ୨.୦ ୨.୧ ୨.୨ Menter, A.,Gottlieb, A., Feldman, S.R., Van Voorhees, A.S., Leonardi, C.L., Gordon, K.B., Lebwohl, M., Koo, JY., Elmets, C.A., Korman, N.J., Beutner, K.R., Bhushan, R. (May 2008). "Guidelines of care for the management of psoriasis and psoriatic arthritis: Section 1. Overview of psoriasis and guidelines of care for the treatment of psoriasis with biologics". J Am Acad Dermatol. 58 (5): 826–50. doi:10.1016/j.jaad.2008.02.039. PMID 18423260.{{cite journal}}: CS1 maint: multiple names: authors list (link)
  3. Ely JW, Seabury Stone M (March 2010). "The generalized rash: part II. Diagnostic approach". Am Fam Physician. 81 (6): 735–9. PMID 20229972.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Boehncke, WH; Schön, MP (26 May 2015). "Psoriasis". Lancet (London, England). PMID 26025581.
  5. ୫.୦ ୫.୧ Jain, Sima (2012). Dermatology : illustrated study guide and comprehensive board review. New York: Springer. pp. 83–87. ISBN 978-1-4419-0524-6.
  6. Parisi R, Symmons DP, Griffiths CE, Ashcroft DM; Identification and Management of Psoriasis and Associated ComorbidiTy (IMPACT) project team (February 2013). "Global epidemiology of psoriasis: a systematic review of incidence and prevalence". J Invest Dermatol. 133 (2): 377–85. doi:10.1038/jid.2012.339. PMID 23014338.{{cite journal}}: CS1 maint: multiple names: authors list (link)